Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସମ୍ୱଲପୁରରେ ସିଏମ୍‌ କିଷାନ ସହାୟତା ଶୁଭାରମ୍ଭ

Odisha

ସମ୍ୱଲପୁରରେ ସିଏମ୍‌ କିଷାନ ସହାୟତା ଶୁଭାରମ୍ଭ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସମ୍ୱଲପୁରରେ ସିଏମ୍‌ କିଷାନ ସହାୟତା ଶୁଭାରମ୍ଭ

ଅର୍ଗସ ବ୍ୟୁରୋ:  ସମ୍ୱଲପୁରରେ ସିଏମ୍‌ କିଷାନ ସହାୟତା ଶୁଭାରମ୍ଭ କାର୍ଯ୍ୟକ୍ରମ । ଗଙ୍ଗାଧର ମେହେର ବିଶ୍ୱବିଦ୍ୟଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ସିଏମ୍‌ କିଷାନ ପୋର୍ଟାଲର ହେବ ଉନ୍ମୋଚନ । ଏହି ଅଞ୍ଚଳକୁ ଆହୁରି କୃଷିଭିତ୍ତିକ କରାଯିବ । ଓଡିଆ ସ୍ୱାଭିମାନ, ଅସ୍ମିତା, ମା'ର ବିଜୟ ହୋଇଛି କହିଲେ ଧର୍ମେନ୍ଦ୍ର । ୧୦୦ ଟଙ୍କା କହି ମୁହଁ ବୁଲେଇଥିଲ, ମୋହନ ସରକାର ୮୦୦ ଟଙ୍କା ଅଧିକ ଦେବେ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ୱୋଧନ କରିଥିଲେ। ଧର୍ମେନ୍ଦ୍ର କହିଛନ୍ତି ଯେ, ଆମର ପ୍ରତିବଦ୍ଧତା ଚାଷୀ, ଯୁବବର୍ଗ, ପଛୁଆ ବର୍ଗଙ୍କ ପାଖରେ ଅଛି । ଏଣିକି ସାଧାରଣ ଲୋକଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର ।

ପବିତ୍ର ନୂଆ ଖାଇ ଅବସରରେ ସି. ଏମ କିଷାନ ପୋର୍ଟାଲ ଉନ୍ମୋଚନ, ପିଏମ କିଶାନ ଯୋଜନାର ସ୍ଵତନ୍ତ୍ର ଅଭିଯାନ, କୃଷକ ଓଡ଼ିଶା ୟୁନିଫାଏଡ୍ ପୋର୍ଟାଲର ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ। ପ୍ରାୟ ୪୬ ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପାରିବାରକୁ ୯୨୫କୋଟି ଉର୍ଦ୍ଧ୍ବ ଟଙ୍କାର ଆର୍ଥିକ ସହାୟତା ଡିବିଟି ମଧ୍ୟମରେ ହସ୍ତାନ୍ତର କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CM Kisan yojana launched in Sambalpur | Argus News