Videos
|
Odisha

ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବ CM କିଷାନ ଯୋଜନା 

Manini Pattanayak
Browse all articles by Manini Pattanayak
·2 years ago
ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବ CM କିଷାନ ଯୋଜନା 

ଭୁବନେଶ୍ୱର:  ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବ CM କିଷାନ ଯୋଜନା। ବିଧାନସଭା ଉତ୍ତରରେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କେ. ଭି ସିଂ ଦେଓ କହିଛନ୍ତି ବର୍ଷକୁ ଦୁଇଟି କିସ୍ତିରେ ଓଡ଼ିଶାର ଚାଷୀଙ୍କୁ ମିଳିବ ଦୁଇ ହଜାର ଲେଖାଏଁ ମୋଟ ଚାରି ହଜାର ଟଙ୍କା।

ଭୂମିହୀନ ଚାଷୀଙ୍କୁ ତିନିଟି କିସ୍ତିରେ ମୋଟ ୧୨,୫୦୦ ଟଙ୍କା ଦେବେ ରାଜ୍ୟ ସରକାର। ଯୋଜନାରେ ନୂଆ କରି ସାମିଲ ହେବା ପାଇଁ ଚାଷୀ ମାନେ ନୂଆ CM କିଷାନ ପୋର୍ଟାଲରେ ଆବେଦନ କରିପାରିବେ । PM କିଷାନ ଯୋଜନା ବାବଦରେ ବି ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଯୋଗ୍ୟତା ଥାଇ ବି PM କିଷାନ ଯୋଜନାରୁ ବାଦ ପଡ଼ିଥିବା ଚାଷୀଙ୍କୁ ସାମିଲ କରିବାକୁ ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରୁଛନ୍ତି। ବିଧାନସଭାରେ ବିଜେପି ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଏହା କହିଛନ୍ତି କୃଷି ମନ୍ତ୍ରୀ କେ.ଭି ସିଂ ଦେଓ। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: