Odisha News / ଆଜି ପ୍ରଥମ ପର୍ଯ୍ୟାୟରେ ୧୫୦ଟି ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
·6 months ago·2 min read

Key Points
ଆଜି ରାଜ୍ୟରେ ଗଡିଲା ୧୫୦ଟି ନୂଆ ୧୦୮ ଆମ୍ବୁଲାନ୍ସ
କଳିଙ୍ଗଷ୍ଟାଡିୟମରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ରାଜ୍ୟରେ ଗଡିଲା ୧୫୦ଟି ନୂଆ ୧୦୮ ଆମ୍ବୁଲାନ୍ସ। କଳିଙ୍ଗ ଷ୍ଟାଡିୟମରେ ନୂତନ ଆମ୍ବୁଲାନ୍ସଗୁଡ଼ିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୧୧୧ କୋଟି ବିନିମୟରେ ପର୍ଯ୍ୟାୟକ୍ରମେ ୪୨୮ଟି ଆମ୍ବୁଲାନ୍ସ ଯୋଡ଼ିହେବ। ଏବେ ୩୦ ଜିଲ୍ଲାରେ ୮୬୬ଟି ୧୦୮ ଆମ୍ବୁଲାନ୍ସ ସେବା ଯୋଗାଉଛି। ରାଜ୍ୟରେ ୫୦୦ଟି "ଜନନୀ ଏକ୍ସପ୍ରେସ୍" ଆମ୍ବୁଲାନ୍ସ ମଧ୍ୟ ରହିଅଛି। ପ୍ରତିଦିନ ୫ ହଜାରରୁ ଅଧିକ ସଂଖ୍ୟକ ରୋଗୀ ସୁବିଧା ପାଉଛନ୍ତି।
ଆଜି ରାଜ୍ୟଵାସୀଙ୍କୁ ମିଳିଲା ୧୫୦ଟି ନୂତନ ଆମ୍ବୁଲାନ୍ସ। ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ୪୨୮ଟି ନୂତନ ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର। ୧୧୧ କୋଟି ଟଙ୍କା ଵିନିଯୋଗରେ ଏହି ନୂତନ ଆମ୍ବୁଲାନ୍ସ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବ। ତେଵେ ପ୍ରଥମ ପର୍ଯ୍ୟାୟରେ ୧୫୦ଟି ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କରିଵେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଵିଧାୟକ ବାବୁ ସିଂ। ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ, ଗର୍ଭବତୀ ଏବଂ ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ବିନା ଖର୍ଚ୍ଚରେ ଜରୁରୀକାଳୀନ ଚିକିତ୍ସା ଓ ସରକାରୀ ହସ୍ପିଟାଲକୁ ଯିବା ପାଇଁ ଟୋଲ-ଫ୍ରି ନମ୍ବର ୧୦୮ରେ କଲ୍ କରି ଆମ୍ବୁଲାନ୍ସ ସେବାର ସୁବିଧା ନେଇପାରିବେ।
ଅନେକ ସମୟରେ ୧୦୮ ଆମ୍ବୁଲାନ୍ସକୁ ନେଇ ବିଭିନ୍ନ ଅଭିଯୋଗ ହୋଇ ଆସୁଥିଲା। ଦୁର୍ଗମ ଅଞ୍ଚଳରେ ଆମ୍ବୁଲାନ୍ସ ପହଞ୍ଚି ନ ପାରିବା କିମ୍ବା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆମ୍ବୁଲାନ୍ସ ଅଧବାଟରେ ଅଟକିବା ଭଳି ଅଭିଯୋଗ ମଧ୍ୟ ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୪୨୮ଟି ନୂତନ ୧୦୮ ଆମ୍ବୁଲାନ୍ସର ବନ୍ଦୋବସ୍ତ କରୁଛନ୍ତି। ଏ ସମ୍ପର୍କରେ ଅର୍ଗସ ନ୍ୟୁଜ ହେଲଥ କନେକ୍ଟ ସିଜିନ- ଫୋରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।
ଏହାସହ ପଢ଼ନ୍ତୁ: ୨ ସପ୍ତାହ ଭିତରେ ଓଡ଼ିଶାରେ ଗଡ଼ିବ ୪୨୮ ନୂଆ ଆମ୍ବୁଲାନ୍ସ: ସ୍ଵାସ୍ଥ୍ୟମନ୍ତ୍ରୀ
ଅର୍ଗସ୍ ନ୍ୟୁଜ୍ ପକ୍ଷରୁ ଅର୍ଗସ୍ ହେଲ୍ଥ କନେକ୍ଟ ସିଜିନ୍-4 ଆୟୋଜନ କରାଯାଇଛି । ମୁଖ୍ୟ ଅତିଥି ଭାବେ ସ୍ଵାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ହେଲ୍ଥ କନେକ୍ଟ ସିଜିନ୍-4ର ଉଦ୍ଘାଟନ କରିଛନ୍ତି । ରାଜ୍ୟର ସ୍ଵାସ୍ଥ୍ୟସେବାକୁ ଗୁରୁତ୍ଵ ଦେଇ ଭୁବନେଶ୍ଵରରେ ଶନିବାର ଅର୍ଗସ୍ ନ୍ଯୁଜ୍ ପକ୍ଷରୁ ଆୟୋଜିତ ହୋଇଛି ଅର୍ଗସ୍ ହେଲ୍ଥ କନେକ୍ଟ ସିଜିନ୍-4 ।
ଅଭିଭାଷଣରେ ସ୍ଵାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, "ଏପ୍ରିଲ୍ ୨୦୨୫ରେ ରାଜ୍ୟରେ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହୋଇଛି । ଏହି ଯୋଜନା ଦ୍ଵାରା ଲୋକଙ୍କ ପାଖରେ ସ୍ଵାସ୍ଥ୍ୟ ସୁବିଧା ପହଞ୍ଚି ପାରିଛି । ସାଢ଼େ ୩ କୋଟି ଲୋକଙ୍କୁ ଯୋଡ଼ା ଯାଇଛି । ଏବେ ୩୨ ହଜାରରୁ ଅଧିକ ହସ୍ପିଟାଲରେ ଚିକିତ୍ସା ସୁବିଧା ହୋଇଛି । ଆୟୁଷ୍ମାନ ବୟୋବନ୍ଦନା କାର୍ଡ ଦ୍ଵାରା ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ସ୍ଵାସ୍ଥ୍ୟସେବା ମିଳୁଛି ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories