Vikshit Odisha / ୨ ସପ୍ତାହ ଭିତରେ ଓଡ଼ିଶାରେ ଗଡ଼ିବ ୪୨୮ ନୂଆ ଆମ୍ବୁଲାନ୍ସ: ସ୍ଵାସ୍ଥ୍ୟମନ୍ତ୍ରୀ
·6 months ago·3 min read

Key Points
ସ୍ଵାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, "ଏପ୍ରିଲ୍ ୨୦୨୫ରେ ରାଜ୍ୟରେ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହୋଇଛି । ଏହି ଯୋଜନା ଦ୍ଵାରା ଲୋକଙ୍କ ପାଖରେ ସ୍ଵାସ୍ଥ୍ୟ ସୁବିଧା ପହଞ୍ଚି ପାରିଛି । ସାଢ଼େ ୩ କୋଟି ଲୋକଙ୍କୁ ଯୋଡ଼ା ଯାଇଛି ।
ଭୁବନେଶ୍ଵର: ଅର୍ଗସ୍ ନ୍ୟୁଜ୍ ପକ୍ଷରୁ ଅର୍ଗସ୍ ହେଲ୍ଥ କନେକ୍ଟ ସିଜିନ୍-4 ଆୟୋଜନ କରାଯାଇଛି । ମୁଖ୍ୟ ଅତିଥି ଭାବେ ସ୍ଵାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ହେଲ୍ଥ କନେକ୍ଟ ସିଜିନ୍-4ର ଉଦ୍ଘାଟନ କରିଛନ୍ତି । ରାଜ୍ୟର ସ୍ଵାସ୍ଥ୍ୟସେବାକୁ ଗୁରୁତ୍ଵ ଦେଇ ଭୁବନେଶ୍ଵରରେ ଶନିବାର ଅର୍ଗସ୍ ନ୍ଯୁଜ୍ ପକ୍ଷରୁ ଆୟୋଜିତ ହୋଇଛି ଅର୍ଗସ୍ ହେଲ୍ଥ କନେକ୍ଟ ସିଜିନ୍-4 ।
ଅଭିଭାଷଣରେ ସ୍ଵାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, "ଏପ୍ରିଲ୍ ୨୦୨୫ରେ ରାଜ୍ୟରେ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହୋଇଛି । ଏହି ଯୋଜନା ଦ୍ଵାରା ଲୋକଙ୍କ ପାଖରେ ସ୍ଵାସ୍ଥ୍ୟ ସୁବିଧା ପହଞ୍ଚି ପାରିଛି । ସାଢ଼େ ୩ କୋଟି ଲୋକଙ୍କୁ ଯୋଡ଼ା ଯାଇଛି । ଏବେ ୩୨ ହଜାରରୁ ଅଧିକ ହସ୍ପିଟାଲରେ ଚିକିତ୍ସା ସୁବିଧା ହୋଇଛି । ଆୟୁଷ୍ମାନ ବୟୋବନ୍ଦନା କାର୍ଡ ଦ୍ଵାରା ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ସ୍ଵାସ୍ଥ୍ୟସେବା ମିଳୁଛି ।"
ଏଥିସହ ପଢ଼ନ୍ତୁ: ସାରା ରାତି ଟ୍ରେନ୍ ଟ୍ରାକ୍ରେ ଛୁଆକୁ ଜଗି ରହିଲା ହାତୀ, କଢ଼େଇ ନେଲା ବାଟ; ଦେଖନ୍ତୁ Video
ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, "ଡାକ୍ତର ଏବଂ ପାରାମେଡିକାଲ ଷ୍ଟାଫ୍ ପୂରଣ କରିବା ପାଇଁ ଦୁଇଟି ମେଡିକାଲ୍ କଲେଜରେ ୨୦୦ ମେଡିକାଲ୍ ସିଟ୍ ବଢ଼ିଛି । ପାରାମେଡିକାଲ ଷ୍ଟାଫ୍ ସିଟ୍ ବଢ଼ାଇବା ପାଇଁ ମଧ୍ୟ ଯୋଜନା କରାଯାଉଛି । ୧୫ ମାସ ଭିତରେ ୫ ହଜାର ୧୯୫ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍ ପଦବୀ ପୂରଣ କରାଯାଇଛି । ୨୦୨୫-୨୬ ବଜେଟ୍ରେ ୪ଟି ନୂଆ ମେଡିକାଲ କଲେଜ, ୪ ନୂଆ ଡେଣ୍ଟାଲ କଲେଜ ଓ ଗୋଟିଏ ଆୟୁର୍ବେଦିକ ମେଡିକାଲ କଲେଜ ପାଇଁ ଅନୁମୋଦନ ମିଳିଛି । ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ପାଇଁ ଯୋଜନା ରହିଛି ।"
୨୦୨୫-୨୬ରେ ୭ଟି ନୂଆ ବି.ଏସ୍ସି ନର୍ସିଂ କଲେଜ ହେବ । ସବୁ ଜିଲ୍ଲାରେ ବି.ଏସ୍ସି ନର୍ସିଂ କଲେଜ ପାଇଁ ଯୋଜନା ରହିଛି । ଯାହାଦ୍ଵାରା ପାରାମେଡିକାଲ ଷ୍ଟାଫ୍ ସଂଖ୍ୟା ବଢ଼ିବ । ମନ୍ତ୍ରୀ ଆହୁରି କହିଛନ୍ତି, ପ୍ରତି ହଜାରେ ଲୋକରେ ଜଣେ ଡାକ୍ତର ରହିବା କଥା । ଏହାସହ ରାଜ୍ୟର ଜନସଂଖ୍ୟା ହିସାବରେ ୪୨ ହଜାର ମେଡିକାଲ ବେଡ୍ ହେବା କଥା । ବର୍ତ୍ତମାନ ରାଜ୍ୟରେ ୧୭ ହଜାର ବେଡ୍ ରହିଛି । ତେଣୁ ବେଡ୍ ଅନୁପାତରେ ଡାକ୍ତର ଓ ପାରାମେଡିଲାଲ ଷ୍ଟାଫ୍ ରହିବେ । ଆଗକୁ ବେଡ୍ ବଢ଼ାଇବା ପାଇଁ ସରକାର ଚିନ୍ତା କରୁଛନ୍ତି । ଯାହାଦ୍ଵାରା ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍ ସଂଖ୍ୟା ବଢିବ ।"
ପବ୍ଲିକ ହେଲ୍ଥ କେୟାର୍ ସେଣ୍ଟରର ଭିତ୍ତିଭୂମି ମଜଭୁତ କରିବାକୁ ପଡ଼ିବ । ସବୁ ଗ୍ରାମ ପଞ୍ଚାୟତରେ ସିଏଚ୍ସି ଅଫିସର ରହିବେ । ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସବୁ ପଞ୍ଚାୟତରେ ହେବ । ସାଢ଼େ ୪ ହଜାର ସିଏଚସି ଅଫିସର ପାଇଁ ବିଜ୍ଞାପନ ଦିଆଯାଇଛି ।
ଏଥିସହ ପଢ଼ନ୍ତୁ: ଗିଲ୍ ଆଉଟ୍, ଇଷାନ ଇନ୍; ଟି-ଟ୍ଵେଣ୍ଟି ବିଶ୍ଵକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା
ଯୋଗ ଓ ପ୍ରାଣାୟାମକୁ ପ୍ରୋତ୍ସାହିତ କରାଯାଉଛି । ସବୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ୫ ହଜାର ଯୋଗ ଶିକ୍ଷକ ନିଯୁକ୍ତି ଦିଆଗଲାଣି । ୨ ବର୍ଷ ଭିତରେ ସବୁ ଗ୍ରାମ ପଞ୍ଚାୟତର ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଯୋଗ ଶିକ୍ଷକ ନିଯୁକ୍ତ କରାଯିବ ।
ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ଓଡ଼ିଶା ସମଗ୍ର ଦେଶରେ ଦ୍ଵିତୀୟ ନମ୍ବର ହୋଇପାରିଛି । ଆମ୍ବୁଲାନ୍ସ ସେବା ବିଭ୍ରାଟ ପାଇଁ ସରକାର ସମାଲୋଚନା ଶିକାର ହେଉଛନ୍ତି । ତେଣୁ ୨ ସପ୍ତାହ ଭିତରେ ୪୨୮ ନୂଆ ଆମ୍ବୁଲାନ୍ସ ଓଡ଼ିଶାରେ ଆରମ୍ଭ ହେବ । ସବୁ ଜିଲ୍ଲା ମୁଖ୍ୟାଳୟରେ CT SCAN ଓ MRI ସେବା ୨ ବର୍ଷ ଭିତରେ ହେବ । ଏବେ ୫୦ ପ୍ରତିଶତ ଜିଲ୍ଲା ଓ ମେଡିକାଲ କଲେଜରେ ଅଛି । ସ୍ୱାସ୍ଥ୍ୟ ବିଭାଗକୁ ସୁଦୃଢ କରିବା ପାଇଁ ସରକାରଙ୍କ ଯୋଜନା ଆଗକୁ ଜାରି ରହିବ ବୋଲି କହିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories