Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Mohan Majhi / ପୀଡ଼ିତା ଓ ମାଆଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, କହିଲେ 'ସରକାର କରିବେ ସମ୍ପୂର୍ଣ୍ଣ ସହଯୋଗ'

Sushanta Sahoo
Browse all articles by Sushanta Sahoo
·9 months ago·2 min read
ପୀଡ଼ିତା ଓ ମାଆଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, କହିଲେ 'ସରକାର କରିବେ ସମ୍ପୂର୍ଣ୍ଣ ସହଯୋଗ'

Key Points

ପଶ୍ଚିମବଙ୍ଗ ଦୁର୍ଗାପୁରରେ ପୀଡ଼ିତା ଓଡ଼ିଆ ଝିଅଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଫୋନ୍‌ରେ ପୀଡ଼ିତାଙ୍କ ସହ କଥା ହୋଇ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଭୁବନେଶ୍ଵର: ଦେହ ଏବେ କେମିତି ଅଛି, ଟିକେ ଠିକ୍ ଲାଗୁଛି ତ ?... ପଶ୍ଚିମବଙ୍ଗ ଦୁର୍ଗାପୁରରେ ପୀଡ଼ିତା ଓଡ଼ିଆ ଝିଅଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଫୋନ୍‌ରେ ପୀଡ଼ିତାଙ୍କ ସହ କଥା ହୋଇ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି, "ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବେ ।"


ମୁଖ୍ୟମନ୍ତ୍ରୀ କହିଛନ୍ତି, "ଓଡ଼ିଶାର ଅଧିକାରୀଙ୍କୁ ପଶ୍ଚିମବଙ୍ଗ ପଠାଯାଇଛି । ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ଚିନ୍ତା କରନି, ଧୈର୍ଯ୍ୟ ଧର । ଅସୀମ ସାହସର ସହିତ ପୁଣି ସାମ୍ନା କର । ତୁମ ସାଙ୍ଗରେ ଓଡ଼ିଶା ସରକାର ଅଛନ୍ତି, ତୁମକୁ ସମସ୍ତ ସାହାଯ୍ୟ କରାଯିବ । ଦୋଷୀ ନିଶ୍ଚିତ ଦଣ୍ଡ ପାଇବେ, ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଛି ।"


ଏଥିସହ ପଢ଼ନ୍ତୁ: ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ଗିରଫ ହେଲା ୫ମ ଅଭିଯୁକ୍ତ


ଏଥିସହ ପୀଡ଼ିତା କିଭଳି ଆଗକୁ ଡାକ୍ତରୀ ପାଠପଢ଼ା ଜାରି ରଖିବେ ସେ ଦିଗରେ ଆଲୋଚନା କରୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, "ପଠାପଢ଼ା କିଭଳି ଜାରି ରଖିବେ ସେନେଇ ବିକଳ୍ପ ଚିନ୍ତା କରାଯାଉଛି । ସମ୍ଭବ ହେଲେ ଭୁବନେଶ୍ଵରରେ ପାଠପଢ଼ା ଲାଗି ବ୍ୟବସ୍ଥା କରାଯିବ ।"


ପୀଡ଼ିତାଙ୍କ ମାଆଙ୍କ ସହ ମଧ୍ୟ କଥା ହୋଇ ଝିଅ କଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ମେଡିକାଲ୍‌ରେ ଉପସ୍ଥିତ ମହିଳା କମିଶନ ଅଧ୍ୟକ୍ଷାଙ୍କ ସହିତ ମୁଖ୍ୟମନ୍ତ୍ରୀ ଫୋନ୍‌ରେ କଥା ହୋଇଛନ୍ତି । ପୀଡ଼ିତାଙ୍କ ସୁସ୍ଥତା କାମନା କରିବା ସହ, ତାଙ୍କ ଶିକ୍ଷାର ସୁବନ୍ଦୋବସ୍ତ ଏବଂ ଦୋଷୀକୁ ତୁରନ୍ତ ଦଣ୍ଡ ପ୍ରଦାନ ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବେ, ଚିନ୍ତା ନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପଶ୍ଚିମବଙ୍ଗ ସରକାରଙ୍କ ସହିତ ଯୋଗାଯୋଗ ରକ୍ଷା କରି ଝିଅକୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଉଦ୍ୟମ କରାଯାଉଛି । ପଶ୍ଚିମବଙ୍ଗ ପ୍ରଶାସନ ଉପରେ ଚାପ ସୃଷ୍ଟି କରିବା ପାଇଁ ସବୁ ଫୋରମର ବ୍ୟବହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପୀଡ଼ିତା ଏବେ କୋଲକାତାରେ ଚିକିତ୍ସାଧୀନ ଅଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କ ବାପାଙ୍କ ସହିତ ମଧ୍ୟ କଥା ହୋଇଥିଲେ ।


ଆହୁରି ପଢ଼ନ୍ତୁ: ୧୮ ଲକ୍ଷ ଖର୍ଚ୍ଚ ପରେ ଧୋକା; ଦେଖା କରିବାକୁ ଡାକି ମୁହଁକୁ ଛେଚି ବ୍ୟାରେଜ୍‌ ତଳେ ଫିଙ୍ଗିଦେଲା


ସୂଚନାନୁଯାୟୀ ଗତ ୧୦ ତାରିଖ ରାତି ସାଢ଼େ ୮ ସମୟରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ପୁରୁଷବନ୍ଧୁ ତାଙ୍କୁ କଲେଜ ଫାଟକ ନିକଟରେ ଥିବା ଷ୍ଟଲ୍‌କୁ ଗୁପ୍ ଚୁପ୍ ଖାଇବାକୁ ଡାକିଥିଲେ । ଏହାପରେ, ପୁରୁଷବନ୍ଧୁ ଜଣକ ତାଙ୍କୁ ଆଗକୁ ଆଉ କିଛି ବାଟ ଯିବା ପାଇଁ କହିଥିଲେ । ଉଭୟ କଲେଜକୁ ସଂଯୋଗ କରୁଥିବା ଜଙ୍ଗଲ ରାସ୍ତାରେ ୩ଶହ ମିଟର ଚାଲିଚାଲି ଯାଇଥିଲେ । ଏହି ସମୟରେ କିଛି ଯୁବକ ସେମାନଙ୍କ ପିଛା କରୁଥିଲେ ।



ହଠାତ୍ ପୁରୁଷବନ୍ଧୁ ଜଣକ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ । ଏହି ସମୟରେ ପିଛା କରୁଥିବା ଯୁବକମାନେ ପୀଡ଼ିତାଙ୍କୁ ଘଞ୍ଚ ଜଙ୍ଗଲ ଭିତରକୁ ଟେକିନେଇ ଦୁଷ୍କର୍ମ କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପୀଡ଼ିତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି ।

Related Topics

Explore more stories

Sponsored
CM Mohan Majhi Speaks to Odisha Girl Assault Victim in Durgapur | Argus News | Argus News