Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଶାଗ, ପଖାଳ ଖାଇଲେ...ଲୋକଙ୍କ ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ

Odisha

ଶାଗ, ପଖାଳ ଖାଇଲେ...ଲୋକଙ୍କ ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·2 min read
ଶାଗ, ପଖାଳ ଖାଇଲେ...ଲୋକଙ୍କ ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ

Key Points

  • ଘରେ ପହଞ୍ଚୁ ପହଞ୍ଚୁ ଶାଗ, ପଖାଳ ଖାଇଲେ ମୋହନ
  • କଂସେ ପଖାଳ ଦେଖି ଭାରି ଖୁସି ହେଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ପଖାଳ କଂସା ବଢାଯାଇଛି, ବାଡିର ସଜ ସଜ ସଜନା ଶାଗ ଭଜାଯାଇଛି । ଲେମ୍ବୁ, ଦହି ବାସ୍ନାରେ ଘର ମହକୁଛି । କାରଣ ଘରର ପୁଅ ପହଞ୍ଚିଛି...ବୁଲି ବୁଲି ହାଲିଆ ହୋଇ ଯିବଣୀ । ପୁଅର ମନକଥା ବୁଝି ତୋରାଣୀ କଂସା ସଜ କରି ରଖାଯାଇଛି । ବୁଲିବୁଲି ପୁଅ ହାଲିଆ ହୋଇଯାଇଛି, ପଖାଳ ବେଲା ଦେଖି ମନ ଅସମ୍ଭାଳ ହେଲାଣି । ହେଲେ ଆଉ ଡେରି ନକରି ପେଟେ ପଖାଳ ଖାଇ କଂସେ ତୋରାଣୀ ପିଇଲେ ମୋହନ । କଥା ହେଲା ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ସେ ଘରେ ଯାହା ଯାହା ଖାଆନ୍ତି, ଏବେ ବି ସେଇୟା ଖାଇଲେ । ନା ଖାଦ୍ୟରେ ପରିବର୍ତ୍ତନ ଥିଲା, ନାଁ ବ୍ୟବହାରରେ । ଗାଁରେ ମୋହନ ପଞ୍ଚିବା ପରେ କିଛି ଏମିତି ଦୃଶ୍ୟକୁ ନେଇ ଏବେ ଭାରି ଚର୍ଚ୍ଚା ।

ଓଡିଆର ମନ ପଖାଳ କଂସାରେ ଥାଏ । ସେ ଯେତେ ବଡ ଲୋକ ହେଉ ନା କାହିଁକି ନିଜ ଘରେ ତଳେ ବସି ପଖାଳ ଗଣ୍ଡାଏ ଖାଇଲେ ଯେଉଁ ଶାନ୍ତି ମିଳେ । ସେ ଶାନ୍ତି ତାରକା ହୋଟେଲ ଦେଇ ନଥାଏ । ଠିକ୍ ସେମିତି ଏକ ଉଦାହରଣ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମସ୍ଥାନକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଉ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୁରା ଜିଲ୍ଲାରେ ଉତ୍ସବର ମାହୋଲ୍ । 

ଏମିତି କି ଘରେ ଭାଉଜମାନେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବନାଇଛନ୍ତି ଖାଣ୍ଟି ଓଡିଆ ଘରର ଖାଇବା । ପଖାଳ ଭାତ, ଶାଗ ଭଜା, ଝୁଡୁଙ୍ଗ ଆଳୁ ଭଜା ଏବଂ କୁନ୍ଦୁରି ଭଜା, ବଡ଼ି ଚୁରା ଭଳି ଘରୋଇ ଖାଦ୍ୟ । ଶେଷରେ ଗାଁ ଲୋକଙ୍କ ସହ ବେଶ କିଛି ସମୟ ବିତାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଇକଳା ଗ୍ରାମବାସୀଙ୍କ ଦୁଃଖ ସୁଖ, ସୁବିଧା, ଅସୁବିଧା ପଚାରି ବୁଝିଥିଲେ ମାଟିର ପୁଅ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିଜ ଗାଁ ରାଇକଳା ମୁଖ୍ୟମନ୍ତ୍ରୀ ଦିଆଗଲା ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା । ରାଇକଳା ଠାରୁ ଝୁମ୍ପୁରା ପର୍ଯ୍ୟନ୍ତ ବିଶାଳ ରୋଡ଼ ସୋ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରୋଡ଼ ସୋ ବେଳେ ରାସ୍ତାର ଉଭୟ ପାର୍ଶ୍ଵରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ଝୁମ୍ପୁରା ବ୍ଲକର ଜନସାଧାରଣ । ମହିଳାମାନେ ପୁଷ୍ପ ବର୍ଷା କରି ମୋହନ ମାଝୀଙ୍କୁ ସ୍ଵାଗତ କରିଥିଲେ । ରୋଡ଼ ସୋ କୁ କିଛି ସମୟ ବନ୍ଦ କରି ନିଜେ ପାଠ ପଢ଼ିଥିବା ଝୁମ୍ପୁରା ହାଇସ୍କୁଲକୁ ପରିଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ସ୍କୁଲ କର୍ତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରି ପାଛୋଟି ନେଇଥିଲେ । 

ହାଇସ୍କୁଲରେ 1987 ବ୍ୟାଚର ଛାତ୍ର ମାନେ ମୁଖ୍ୟମନ୍ତ୍ରୀ ଭାବେ ନିଜ ସହପାଠୀଙ୍କୁ ପାଇ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ । ପାଖାପାଖି 37 ବର୍ଷ ପରେ ନିଜ ସହପାଠୀ ତଥା ସାଙ୍ଗ ମାନଙ୍କୁ ପାଖରେ ପାଇ ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ ମୁଖ୍ୟମନ୍ତ୍ରୀ । ସ୍କୁଲରେ ମୋହନ ମାଝୀଙ୍କ ସହ ବିତାଇଥିବା ସମୟ ଏବଂ ସ୍ମୃତି ସବୁ ମନେ ପକାଇ ଭାବବିହ୍ୱଳ ହୋଇଥିଲେ ସହପାଠୀ ମାନେ । ଝୁମ୍ପୁରା ବଜାରରେ ମଧ୍ୟ ରାସ୍ତା କଡ଼ରେ ଅପେକ୍ଷା କରିଥିବା ଜନ ସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ଫୁଲ ବର୍ଷା କରି ସ୍ବାଗତ କରିଥିବା ଦେଖିବାକୁ ମିଳିଛି ।

ଆହୁରି ପଢନ୍ତୁ ଓଡିଶା ଖବର...

Painting
Sponsored
cm-mohan-majhi-keonjhar-visit | Argus News