Naveen Patnail Foreign Trip / ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କ ବିଦେଶ ଗସ୍ତର ହେବ ତଦନ୍ତ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
·23 mins ago·1 min read

Key Points
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତର ତଦନ୍ତ ନିର୍ଦ୍ଦେଶ
ଅବସରପ୍ରାପ୍ତ IAS ଭି.କେ. ପାଣ୍ଡିଆନ ଓ IPS ରବିକାନ୍ତଙ୍କ ଗସ୍ତର ବି ତଦନ୍ତ ନିର୍ଦ୍ଦେଶ
ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତକୁ ନେଇ ହେବ ତଦନ୍ତ । ଏଥିସହ ଅବସରପ୍ରାପ୍ତ IAS ଅଧିକାରୀ ଭି.କେ. ପାଣ୍ଡିଆନ ଏବଂ IPS ଅଧିକାରୀ ରବିକାନ୍ତଙ୍କ ବିଦେଶ ଗସ୍ତର ମଧ୍ୟ ତଦନ୍ତ କରାଯିବ । ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଏହି ତଦନ୍ତ ଦାୟିତ୍ୱ ତୁଲାଇବେ । ତିନି ଜଣଙ୍କ ବିଦେଶ ଗସ୍ତକୁ ନେଇ ବିଭିନ୍ନ ସାମାଜିକ କର୍ମୀଙ୍କ ପକ୍ଷରୁ ଅନେକ ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି ।
ଅଭିଯୋଗ ଅନୁଯାୟୀ, ୨୦୨୨-୨୩ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ତିନି ଜଣ ଏକାଧିକ ଥର ବିଦେଶ ଗସ୍ତ କରିଥିଲେ । RTI ତଥ୍ୟ ଆଧାରରେ ଜାପାନ ଓ ଇଟାଲୀ ଗସ୍ତର ଖର୍ଚ୍ଚ ବିବରଣୀକୁ ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଛି । ଗସ୍ତ ସମ୍ପର୍କିତ ଖର୍ଚ୍ଚ ବିବରଣୀ ସନ୍ଦେହଜନକ, ଅସ୍ୱଚ୍ଛ ଏବଂ ଅସମ୍ପୂର୍ଣ୍ଣ ଥିବା ଅଭିଯୋଗ ହୋଇଛି ।
ତେବେ ଏହି ସମସ୍ତ ଅଭିଯୋଗର ସତ୍ୟତା ଯାଞ୍ଚ କରିବା ସହ ବିଦେଶ ଗସ୍ତର ପ୍ରକୃତ ଖର୍ଚ୍ଚ ଓ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିବାକୁ ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ତଦନ୍ତ ପରେ ବିଦେଶ ଗସ୍ତକୁ ନେଇ ଉଠିଥିବା ବିଭିନ୍ନ ପ୍ରଶ୍ନର ସ୍ପଷ୍ଟତା ଆସିବ ବୋଲି ଆଶା କରାଯାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories