Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odiya in Middle East / ମିଡିଲ ଇଷ୍ଟରୁ ଓଡ଼ିଆ ଲୋକମାନଙ୍କୁ ଫେରାଇ ଆଣିବା ଉପରେ ଗୁରୁତ୍ୱ

Bikash Mohanty
Browse all articles by Bikash Mohanty
·4 months ago·2 min read
ମିଡିଲ ଇଷ୍ଟରୁ ଓଡ଼ିଆ ଲୋକମାନଙ୍କୁ ଫେରାଇ ଆଣିବା ଉପରେ ଗୁରୁତ୍ୱ
Odiya migrants

Key Points

ଯୁଦ୍ଦରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ଗୁରୁତ୍ବ || ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗୁରୁତ୍ୱ || ଓଡ଼ିଆ ଲୋକଙ୍କୁ ଫେରାଇ ||  ଆଣିବାକୁ ନିର୍ଦ୍ଦେଶ 

ମଧ୍ୟପ୍ରାଚ୍ୟରେ ସମ୍ପ୍ରତି ଚାଲିଥିବା ଯୁଦ୍ଧ ଯୋଗୁ ସେଠାରେ ଅନେକ ଓଡ଼ିଆ ଅଟକି ରହିଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଓଡ଼ିଆ ଲୋକଙ୍କୁ ଫେରାଇ ଆଣିବା ଉପରେ ଗୁରୁତ୍ବ ଆରୋପ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ଘଟଣା ଉପରେ ନଜର ରଖିବାକୁ ଏବଂ ଓଡ଼ିଆ ଲୋକଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ମାର୍ଚ୍ଚ ୨ରେ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ମଧ୍ୟପ୍ରାଚ୍ୟ ଘଟଣା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ସ୍ବତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ପ୍ରୀତିଶ ପଣ୍ଡାଙ୍କୁ ଏହାର ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ପରିବାରକୁ ମଧ୍ୟପ୍ରାଚ୍ୟ ଅଞ୍ଚଳରୁ ଓଡ଼ିଆ ଲୋକଙ୍କ ପକ୍ଷରୁ ପ୍ରାୟ ୨୦୦ ଫୋନ୍ କଲ୍ ଆସିଛି।

ଯୋଗାଯୋଗ ବୈଦେଶିକ ମନ୍ତ୍ରଣାଳୟ ସହ ଯୋଗାଯୋଗ କରାଯାଇ ସେମାନଙ୍କ ଫେରିବା ସମ୍ପର୍କରେ ସହାୟତା କରାଯାଉଛି। ଦୁବାଇ, ଆବୁ ଆବୁଧାବି ଓ ବାହାରିନ୍‌ରେ ଥିବା ଓଡ଼ିଆ ସଂଘର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରାଯାଇ ସେଠାକାର ବାସ୍ତବ ସ୍ଥିତି ସଂଗ୍ରହ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,  ବର୍ତ୍ତମାନ ସୁଦ୍ଧା ୬୫ ହଜାର ବିମାନ ଜରିଆରେ ଭାରତୀୟ ସ୍ବତନ୍ତ୍ର ବିମାନରେ ନିରାପଦରେ ଭାରତକୁ ଫେରି ଆସିଛନ୍ତି। ଏହାସହ ବୈଦେଶିକ ବ୍ୟାପାର  ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶ ପାଇଁ ଯୋଗାଯୋଗ କରିବା ପାଇଁ ଟେଲିଫୋନ୍ ନମ୍ବର ଜାରି କରାଯାଇଛି। କଣ୍ଟ୍ରୋଲ ରୁମ୍ ନମ୍ବରକୁ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ଫୋନ୍ କରିହେବା ଏହି ଟୋଲ୍ ଫ୍ରି ନମ୍ବରଗୁଡ଼ିକ ହେଲା ୧୮୦୦୧୧୮୭୯୭, +୯୧୧୧୨୩୦୧୨୧୧୩

ଅଧିକ ପଢ଼ନ୍ତୁ: ଗ୍ୟାସ ପାଇଁ ଚାଲିପାରୁନି ଗୃହ, ହେଉଛି ବାରମ୍ବାର ମୁଲତବି

ଯୋରଦାର ଚାଲିଛି ମଧ୍ୟପ୍ରାଚ୍ୟ ଯୁଦ୍ଧ। ହଜାର ହଜାର ଓଡ଼ିଆ ଏହାର ଶୀକାର ହୋଇଛନ୍ତି। ଆମ ସରକାର ଏକ ଦାୟିତ୍ୱବାନ ସରକାର । ଆଜି ସମଗ୍ର ବିଶ୍ୱରେ ମିଡ଼ିଲ ଇଷ୍ଟରେ ଯୁଦ୍ଧକୁ ନେଇ କ୍ରାଇସିସ ଦେଖା ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ଉପରେ କନା ନଜର ରଖିଛନ୍ତି। ଗତ ମାର୍ଚ୍ଚ 2 ରେ ଟୋଲ ଫ୍ରି ୨୪ ଘଣ୍ଟିଆ ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି । ଏହା ଉପରେ ଆମ ବିଭାଗ ଦିନ ରାତି ମନିଟରିଂ କରୁଛି ବୋଲି ବିଧାନସଭାରେ ମୁଲତବୀ ଆଲୋଚନାର ଶ୍ରମ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odiya in Middle East | Odisha CM Prioritizes Return of Odias Stranded in Middle East | Argus News