Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha CM warning / ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ, ଗାଦି ମଡ଼ାବାବୁଙ୍କୁ ହଟାଅ ନ ହେଲେ ଆକ୍ସନ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·3 min read
ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ, ଗାଦି ମଡ଼ାବାବୁଙ୍କୁ ହଟାଅ ନ ହେଲେ ଆକ୍ସନ

Key Points

ଦୁର୍ନୀତିଖୋର, ଗାଦି ମଡ଼ା ଅଫିସରଙ୍କୁ ଛାଟ...ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ... କହିଲେ, ବାବୁଙ୍କ ଦୁର୍ନୀତି କରାଯିବନି ବରଦାସ୍ତ
ଦୁର୍ନୀତିଖୋର, ଗାଦି ମଡ଼ା ଅଫିସରଙ୍କୁ ଛାଟ । ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ । ସିଏମ୍ କହିଲେ, ବାବୁଙ୍କ ଦୁର୍ନୀତି କରାଯିବନି ବରଦାସ୍ତ । ଗାଦି ମଡ଼ା ବାବୁଙ୍କୁ ହଟାଅ ନ ହେଲେ ଆକ୍ସନ୍ ହେବ । ସଚିବ ଓ ଜିଲ୍ଲାପାଳଙ୍କୁ CM ଦେଲେ ୯ ନିର୍ଦ୍ଦେଶ । ଗୁଡ୍ କି ଭେରି ଗୁଡ୍ ନୁହେଁ, ଆଉଟଷ୍ଟାଣ୍ଡିଂ ହେବାକୁ ପରାମର୍ଶ ।

ଆରମ୍ଭ ହୋଇଛି ଦୁଇ ଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀ । ପ୍ରଥମ ଦିନରେ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଲେ ୯ ନିର୍ଦ୍ଦେଶ । କେଉଁ ପ୍ରକଳ୍ପ କେତେ ଆଗେଇଛି...ଗୋଟି ଗୋଟି କର ମାଗିଲେ ହିସାବ । ବିଭିନ୍ନ ବିଭାଗର ପ୍ରକଳ୍ପ ଅଗ୍ରଗତିକୁ ତଦାରଖ କରିବାକୁ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଥରେ ନଜର ପକାନ୍ତୁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି କେଉଁ ୯ ନିର୍ଦ୍ଦେଶ...

ନିର୍ଦ୍ଦେଶ ନମ୍ବର -୧

ଲୋକଙ୍କ ସୁବିଧା ପାଇଁ ସଚ୍ଚୋଟ ଓ କର୍ତ୍ତବ୍ୟ ନିଷ୍ଠ ହୁଅ । ବାବୁ ଦୁର୍ନୀତିରେ ଧରାପଡି ସରକାର ବଦନାମ ହେଲେ ବରଦାସ୍ତ କରାଯିବନି ।

ନିର୍ଦ୍ଦେଶ ନମ୍ବର-୨

ଅଧିକ ଫିଲଡ ଭିଜିଟ କରି ଲୋକଙ୍କ କଥା ବୁଝ

ନିର୍ଦ୍ଦେଶ ନମ୍ବର- ୩

ଶାସନ, ପ୍ରଶାସନରେ ଟେକ୍ନୋଲୋଜିର ବ୍ୟବହାର କର । ରିୟଲ ଟାଇମ ଡାଟା ବ୍ୟବହାର କରି ସମସ୍ୟାର ସମାଧାନ କର ।

ନିର୍ଦ୍ଦେଶ ନମ୍ବର- ୪

ଲୋକଙ୍କ ଅଭିଯୋଗ ଶୁଣାଣି ଉପରେ ପ୍ରାଧାନ୍ୟ ଦେଇ ଜିଲ୍ଲା ସ୍ତରରେ ଲୋକଙ୍କ ଅଭିଯୋଗ ଶୁଣ ।

ନିର୍ଦ୍ଦେଶ ନମ୍ବର- ୫

ଓଡ଼ିଆ ଅସ୍ମିତାର ସୁରକ୍ଷା, ଓଡିଆ ଭାଷାରେ ସରକାରୀ କାମ ଏବଂ ନୋଟିସ, ବିଜ୍ଞାପନ ଓଡ଼ିଆ ଭାଷାରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ।

ନିର୍ଦ୍ଦେଶ ନମ୍ବର ୬

ସୋସିଆଲ ମିଡ଼ିଆ ବ୍ୟବହାର କରି ସରକାରୀ ଯୋଜନାର ସୁଫଳ ଓ ସରକାରୀ ଘୋଷୋଣା ଲୋକଙ୍କ ପାଖରେ ପହଞ୍ଚାନ୍ତୁ ।

ନିର୍ଦ୍ଦେଶ ନମ୍ବର ୭

ଆଉଟସୋର୍ସିଙ୍ଗ କମାଇବାକୁ ନିର୍ଦ୍ଦେଶ ।

ନିର୍ଦ୍ଦେଶ ନମ୍ବର ୮

ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ମାନ ଦିଅନ୍ତୁ ।

ନିର୍ଦ୍ଦେଶ ନମ୍ବର ୯

ଗାଦି ମଡ଼ା ବାବୁଙ୍କୁ ଚିହ୍ନଟ କରି ତୁରନ୍ତ ବଦଳି କରିବାକୁ ନିର୍ଦ୍ଦେଶ ।

ସେହିପରି ୨୦୨୭ ସୁଦ୍ଧା ମିଶନ ପାୱାର ସଂପୂର୍ଣ୍ଣ କରିବାକୁ ସିଏମ ଦେଲେ ଟାର୍ଗେଟ । ୨୦୨୭ ସୁଦ୍ଧା ରାସ୍ତା, ବିଦ୍ୟୁତ ଏବଂ ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକୁ ୧୦୦ ପ୍ରତିଶତ କାର୍ଯ୍ୟକାରୀ କରିବାକୁ ଟାର୍ଗେଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଡାଏରୀରେ ନୋଟ୍‌ କରି ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବାଲି ମାଫିଆକୁ ସାବାଡ଼ କର, ଚୋରା ମଦ କାରବାର ରୋକ ଲଗାଇବାକୁ ଦେଇଛନ୍ତି ନିର୍ଦ୍ଦେଶ । ଦରକାର ପଡିଲେ ଡ୍ରୋନ୍‌ ଟେକ୍ନୋଲୋଜିର ସାହାଯ୍ୟ ନିଅ । ଜିଲ୍ଲାପାଳ ସମ୍ମିଳନୀରେ ବାଲି ଚୋରି ଏବଂ ଚୋରା ମଦ କାରବାର ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଲଘୁ ଖଣିଜ ଚୋରା ଚାଲାଣ ହେଉଛି । ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ଦରକାର । କୌଣସି ରାଜନୈତିକ ଚାପର ବଶବର୍ତ୍ତୀ ହୁଅନ୍ତୁ ନାହିଁ ।

ଦେଢ ବର୍ଷ ଭିତରେ ଦୁର୍ନୀତି ବିରୋଧରେ ଆକ୍ସନ ମୋଡରେ କାମ କରୁଛି ବିଜେପି ସରକାର । ଦେଢ ବର୍ଷରେ ୭୩୯ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ୩୦୨ଟି ମାମଲା ରୁଜୁ ହୋଇଥିବା ବେଳେ ୩୦୩ ଦୁର୍ନୀତିଖୋରଙ୍କୁ ବାନ୍ଧିଛି ଭିଜିଲାନ୍ସ । ଦେଢ ବର୍ଷ ଭିତରେ କୁବେର ଅଫିସରଙ୍କ ପାଖରୁ ୨୪ କେଜି ସୁନା, ୮୩୨ଟି ପ୍ଲଟ, ୮୪ ଏକର ଜମି, ୮ଟି ଫାର୍ମ ହାଉସ, ୯ କୋଟି ୨ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି । ୮୦ଟି ଆୟ ବହିର୍ଭୁତ ଠୁଳ କେସ୍ ସାମ୍ନାକୁ ଆସିଥିବା ବେଳେ ୨୧୨ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଏଥିରୁ ୮୦ ପ୍ରତିଶତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଧରାପଡିଥିବା ଦୁର୍ନୀତିଖୋର୍ ବାବୁ । ସେହିପରି ଗାଦିମଡା ବାବୁଙ୍କ ସଂଖ୍ୟା ବି ଢେର ଅଧିକ । ବିଧାନସଭାର ତଥ୍ୟ କହୁଛି ବିଭିନ୍ନ ବିଭାଗରେ ୨୫ ଆଇଏସ ଅଧିକାରୀ, ଓ ୧୦୪ ଓଏଏସ ଅଧିକାରୀ ୩ ବର୍ଷରୁ ଅଧିକ ସମୟ ଗୋଟିଏ ସ୍ଥାନରେ ରହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
CM Issues Stern Warning at Collectors’ Conference: Remove Corrupt Officers or Face Action | Argus News