Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

CMC / CMC କାଉନସିଲ୍ ବୈଠକ ଅଧାରୁ ପଳାଇଲେ ମେୟର, କମିଶନର

Sushanta Sahoo
Browse all articles by Sushanta Sahoo
·5 months ago·2 min read
CMC କାଉନସିଲ୍ ବୈଠକ ଅଧାରୁ ପଳାଇଲେ ମେୟର, କମିଶନର
CMC Meeting Ends in Uproar, Mayor Walks Out

Key Points

ହୋ ହଲ୍ଲା, ହଟ୍ଟଗୋଳ ଭିତରେ ବୈଠକ ଛାଡ଼ି ପଳାଇଲେ ମେୟର ଓ କମିଶନର । କଟକ ମହାନଗର ନିଗମର ବୈଠକ ବେଳେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି ।
କଟକ: ପୁଣି ଅଧାରୁ ବନ୍ଦ ହେଲା ବୈଠକ । ହୋ ହଲ୍ଲା, ହଟ୍ଟଗୋଳ ଭିତରେ ବୈଠକ ଛାଡ଼ି ପଳାଇଲେ ମେୟର ଓ କମିଶନର । କଟକ ମହାନଗର ନିଗମର ବୈଠକ ବେଳେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି ।

ପୂର୍ବଭଳି କାଉନସିଲ୍ ବୈଠକ ଅଧାରୁ ବନ୍ଦ ହୋଇଛି । ସିଏମସିର ୫୮ ନମ୍ବର ୱାର୍ଡ କାଉନସିଲର୍ ବୈଠକ ବେଳେ ପ୍ରତିବାଦ କରିଥିଲେ । ତାଙ୍କ ୱାର୍ଡରେ ଥିବା ସମସ୍ୟାକୁ ନେଇ ପାଟିତୁଣ୍ଡ କରିଥିଲେ କଂଗ୍ରେସ କର୍ପୋରେଟର । 

ଏଥିସହ ପଢ଼ନ୍ତୁ: ୮ ହଜାର ଶସ୍ତା ହେଲା ସୁନା; ଜାଣନ୍ତୁ କେତେ ରହିଛି ଆଜିର ଦର ?

ଯାହାକୁ ନେଇ ସିଏମସି କାଉନସିଲ୍ ବୈଠକରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ନିଜ ଅଞ୍ଚଳର ସମସ୍ୟା ନେଇ ସେ ସ୍ଵର ଉଠାଇ ଥିଲେ । ୫୮ ନମ୍ବର ୱାର୍ଡର କର୍ପୋରେଟର୍ କହିଛନ୍ତି, "ସମସ୍ୟା ନେଇ ସମସ୍ତଙ୍କୁ ଜଣାଇଛି, ସମାଧାନ ହେଉ ନାହିଁ । ଏଠି ଅଫିସର୍ ରାଜ ଚାଲିଛି ।"


ସିଏମସି ମେୟର ସୁବାସ ସିଂ କହିଛନ୍ତି, "ବୈଠକ ଅଧାରୁ ସରି ନାହିଁ । ଆମର ମୁଖ୍ୟ ଥିଲା ପ୍ରସ୍ତାବ ପାରିତ । ୱାର୍ଡ ପ୍ରସଙ୍ଗ ନେଇ ଆଲୋଚନା କରିଛୁ । କେନ୍ଦ୍ରୀୟ ପ୍ରକଳ୍ପ ଉପରେ ବିତର୍କ ଥିଲା, ସରିଛି । ପୁଣି ଥରେ ଫେବ୍ରୁଆରୀ ୧୫ ତାରିଖ ଭିତରେ ବୈଠକ ବସିବ ।"

ଏଥିସହ ପଢ଼ନ୍ତୁ: ଧାନ ପାଇଁ ଦେଇଥିଲେ ଟଙ୍କା; ମାଗିବାରୁ ମାରିଦେଲେ ଗୁଳି, ଆଖି ହୋଇଗଲା ନଷ୍ଟ

କର୍ପୋରେଟର ଅନ୍ୟ ସମୟରେ ମେୟର, କମିଶନରଙ୍କୁ ଭେଟି ଆଲୋଚନା କରୁଛନ୍ତି । ଆମେ ଅଫିସ୍‌ରେ ବସୁଛୁ, ଭେଟି ଆଲୋଚନା କରି ପାରିବେ । ବୈଠକରେ ଏଭଳି ଧାରଣା ଦେବା ଅନୁଚିତ୍ ବୋଲି କହିଛନ୍ତି ମେୟର ।

ନିର୍ବାଚିତ ପ୍ରତିନିଧି ପ୍ରତିବାଦ କରିବାର ଅଧିକାର ରହିଛି । ଆଜିର ବୈଠକରେ ୱାର୍ଡ ସମସ୍ୟା ଆଲୋଚନା ହେବାର ନଥିଲା । କିନ୍ତୁ କର୍ପୋରେଟର ଚାହିଁଲେ ଆମକୁ ଭେଟି ଅନ୍ୟ ସମୟରେ ଆଲୋଚନା କରିପାରିବେ ବୋଲି ମେୟର କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Chaos at Cuttack Municipal Corporation Meeting | Argus News | Argus News