CMO File Missing Case / CMOରୁ ଫାଇଲ ହଜିବା ଘଟଣା,ପୁଣି ରିମାଇଣ୍ଡର ପଠାଇପାରେ କ୍ରାଇମବ୍ରାଞ୍ଚ
·1 month ago·2 min read

Key Points
CMOରୁ ଫାଇଲ ହଜିବା ଘଟଣା
କ୍ରାଇମବ୍ରାଞ୍ଚ ମାଗିଥିବା ତଥ୍ୟ ମିଳି ନଥିବା ସୂଚନା
ପୁଣି ରିମାଇଣ୍ଡର ପଠାଇପାରେ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର,୦୬/୦୮: କନ୍ଧମାଳ ଦଙ୍ଗା ତଦନ୍ତ କମିଶନର ଫାଇଲ ହଜିବା ଘଟଣାରେ ଏଯାଏଁ କ୍ରାଇମବ୍ରାଞ୍ଚକୁ ମିଳିନାହିଁ ମଗାଯାଇଥିବା ତଥ୍ୟ। ଫାଇଲ ଗାୟବ ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ CMO, ମୁଖ୍ୟ ସଚିବ ଓ ଗୃହ ବିଭାଗକୁ ତଥ୍ୟ ଦେବା ପାଇଁ ଚିଠି କରାଯାଇଥିଲା। ହେଲେ ଏଯାଏଁ ଏହି ତିନୋଟି ବିଭାଗରୁ କୌଣସି ଉତ୍ତର ମିଳିନଥିବା ସୂଚନା ମିଳିଛି। କ୍ରାଇମବ୍ରାଞ୍ଚ କାର୍ୟ୍ୟାଳୟ ସୂତ୍ର ଅନୁସାରେ, ତଦନ୍ତକୁ ଆଗକୁ ବଢ଼ାଇବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକଠାରୁ ଆବଶ୍ୟକ ଦସ୍ତାବିଜ ଓ ତଥ୍ୟ ମଗାଯାଇଥିଲା। ଏବେ ସାନି ରିମାଇଣ୍ଡର ପଠାଇପାରେ କ୍ରାଇମବ୍ରାଞ୍ଚ
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ଚୋରି ଘଟଣାକୁ ନେଇ ତେଜିଲା ରାଜନୀତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କିରାଣୀ ଘରେ କ୍ରାଇମବ୍ରାଞ୍ଚ ରେଡ ପରେ ଛାନିଆ ହୋଇ ପଡ଼ିଛି ବିଜେଡି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଦୋଷ ଦୁର୍ବଳତା ଲୁଚାଇବା ପାଇଁ ସରକାର ଏ ଫାଇଲ ଚୋରି ନାଟକ କରୁଛନ୍ତି। ବିଜେଡିକୁ ବଦନାମ କରିବା ପାଇଁ ମିଛ ନାଟକ ରଚାଯାଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ସେପଟେ ବିଜେପି ବିଧାୟକ ବାବୁ ସିଂ କହିଛନ୍ତି ବିଜେଡି ଛାନିଆଁ ହେବା ଆବଶ୍ୟକ ନାହିଁ । ପ୍ରମିଳାଙ୍କ ଅଭିଯୋଗରେ ଆଦୌ ସତ୍ୟତା ନାହିଁ। ଓଡିଶାବାସୀଙ୍କର ଜାଣିବାର ଅଧିକାର ଅଛି ଫାଇଲ ନେଲା କିଏ। ସେଥିପାଇଁ ବିଭିନ୍ନ ଅଫିସରଙ୍କୁ ଥାନାକୁ ଡକାଯାଉଛି ।
ଏହି ଘଟଣା ଆଉ ପାଦେ ଆଗେଇଥିଲା କ୍ରାଇମବ୍ରାଞ୍ଚ। ତତ୍କାଳୀନ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର କିରାଣୀ ବିଏନ ମହାରଣାଙ୍କ ଘରେ ପଶିଥିଲା କ୍ରାଇମବ୍ରାଞ୍ଚ। ୫ ଘଣ୍ଟା ଧରି ଘନ ଘନ ଖୋଳତାଡ଼ କରିଥିଲା କ୍ରାଇମବ୍ରାଞ୍ଚ। ଗୁରାଇ ତୂରାଇ ପ୍ରଶ୍ନ ପଚାରିଲେ ତଦନ୍ତକାରି ଅଧିକାରୀ I କ୍ରାଇମବ୍ରାଞ୍ଚ ଡ଼ିଏସପି ଆଶୁତୋଷ ମିଶ୍ରଙ୍କ ନେତୃତ୍ୱରେ ହୋଇଥିଳା ଯୋରଦାର୍ ଖୋଳତାଡ଼।
ପଢନ୍ତୁ ଏହି ଖବର: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ମାମଲାରେ ପୂର୍ବ ସରକାରଙ୍କୁ ଦାୟୀ କଲା VHP

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଓ ସିଏମଓରୁ ନାଇଡ଼ୁ କମିଶନ ଫାଇଲ ହଜିବା ଘଟଣାରେ ବିଶ୍ବ ହିନ୍ଦୁ ପରିଷଦ କହିଛି ଧର୍ମାନ୍ତରୀକରଣକୁ ବିରୋଧ କରିବାରୁ ସ୍ବାମୀଙ୍କୁ ହତ୍ୟା କରାଯାଇଥିଲା । ଏଥିପାଇଁ ପରିଷଦ ପୂର୍ବ ସରକାର ଓ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟକୁ ଦାୟୀ କରିଛି । ତେବେ ସ୍ବାମୀଜୀଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି କହିଛି ବିଶ୍ବ ହିନ୍ଦୁ ପରିଷଦ । ତେବେ କନ୍ଧମାଳ ଭେଷଜ ମହାବିଦ୍ୟାଳୟକୁ ସ୍ଵାମୀଜୀଙ୍କ ନାଁରେ ନାମିତ କରିବାକୁ ଆମେ ସ୍ଵାଗତ କରୁଛୁ ବୋଲି କହିଛି ବିଶ୍ବହିନ୍ଦୁ ପରିଷଦ।
ସେପଟେ ଏହି ଫାଇଲ ଗାୟବ ଘଟଣାରେ ଗତକାଲି ବଡ଼ ସୂଚନା ଦେଇଥିଲେ କ୍ରାଇମବ୍ରାଞ୍ଚ୍ ଡିଜି ବିନୟତୋଷ ମିଶ୍ର । ପୁରା ଘଟଣାର ତଦନ୍ତ ଟେକ୍ନିକାଲ ଉପାୟରେ କରାଯାଉଛି । ଖୁବଶୀଘ୍ର ଏକାଧିକ ଲୋକଙ୍କୁ ହେବ ଜେରା । ତଦନ୍ତ ଚାଲୁଥିବା ବେଳେ ଯାହାର ସମ୍ପୃକ୍ତି ଆସିବ ସିଏ ହାଜର ହେବା ପାଇଁ ବାଧ୍ୟ । ତଦନ୍ତ ବେଳେ କିଏ ସାକ୍ଷୀ, କିଏ ସନ୍ଦିଗ୍ଧ ଆଉ କିଏ ଅଭିଯୁକ୍ତ ତାହା ପ୍ରମାଣ କହିବ। ତେଣୁ ତଦନ୍ତ ବେଳେ ଯେଉଁ ମାନଙ୍କୁ ନୋଟିସ କରାଯିବ ସେମାନେ ଏଡ଼ାଇ ଯାଇପାରିବେ ନାହିଁ । ତଦନ୍ତ ଚାଲିଛି, ଖୁବଶୀଘ୍ର ସାମ୍ନାକୁ ଆସିବ କିଏ ହେବ ସାକ୍ଷୀ କିଏ ହେବ ଅଭୁଯୁକ୍ତ I ତଦନ୍ତ ବେଳେ, କାହା କାହାର ସମ୍ପୃକ୍ତି ପଦାକୁ ଆସିବ ବୋଲି କହିଥିଲେ କ୍ରାଇମବ୍ରାଞ୍ଚ୍ ଡିଜି।
କେଉଁ କେଉଁ ମାନେ ତଦନ୍ତ ଘେରକୁ ଆସିବେ I ଏବଂ ଏହି ଘଟଣାରେ କେଉଁ ମାନଂକୁ ସମନ ଜାରି କରାଯିବ, ତାହା କେବଳ ତଦନ୍ତ ବେଳେ ହିଁ ସାମ୍ନାକୁ ଆସି ପାରିବ I ଆବଶ୍ୟକ ଅନୁସାରେ ପର୍ଯ୍ୟାୟ କ୍ରମେ ଜଣ ଜଣକୁ ହେବ ନୋଟିସ। ସେହିଭଳି ପାଠ୍ୟପୁସ୍ତକ ଛପା ଦୁର୍ନୀତି ମାମଲାରେ ପ୍ରାୟ ୨୪୦ ଜଣଙ୍କର ତାଲିକା ପ୍ରସ୍ତୁତ ହୋଇଛି I ତଦନ୍ତକୁ ନେଇ ବିଭିନ୍ନ ପର୍ଯ୍ୟୟରେ ଟେକ୍ନିକାଲି ତଦନ୍ତ କରାଯାଉଛି I

Related Topics
Explore more stories