Videos
|
Odisha

VHP Blames Previous Government / ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ମାମଲାରେ ପୂର୍ବ ସରକାରଙ୍କୁ ଦାୟୀ କଲା VHP

Bikash Mohanty
Browse all articles by Bikash Mohanty
·58 mins ago·2 min read
ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ମାମଲାରେ ପୂର୍ବ ସରକାରଙ୍କୁ ଦାୟୀ କଲା VHP
VHP

Key Points

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ମାମଲା
ବିଶ୍ବ ହିନ୍ଦୁ ପରିଷଦର ସାମ୍ବାଦିକ ସମ୍ମିଳନୀ
ଧର୍ମାନ୍ତରୀକରଣକୁ ବିରୋଧ କରିବାରୁ ହତ୍ୟା
ପୂର୍ବ ସରକାର ଓ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟକୁ ଦାୟୀ କଲା ପରିଷଦ

ଭୁବନେଶ୍ବର,୦୫/୦୮: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଓ ସିଏମଓରୁ ନାଇଡ଼ୁ କମିଶନ ଫାଇଲ ହଜିବା ଘଟଣାରେ ବିଶ୍ବ ହିନ୍ଦୁ ପରିଷଦ କହିଛି ଧର୍ମାନ୍ତରୀକରଣକୁ ବିରୋଧ କରିବାରୁ ସ୍ବାମୀଙ୍କୁ ହତ୍ୟା କରାଯାଇଥିଲା । ଏଥିପାଇଁ ପରିଷଦ ପୂର୍ବ ସରକାର ଓ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟକୁ ଦାୟୀ କରିଛି । ତେବେ ସ୍ବାମୀଜୀଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି କହିଛି ବିଶ୍ବ ହିନ୍ଦୁ ପରିଷଦ । ତେବେ କନ୍ଧମାଳ ଭେଷଜ ମହାବିଦ୍ୟାଳୟକୁ ସ୍ଵାମୀଜୀଙ୍କ ନାଁରେ ନାମିତ କରିବାକୁ ଆମେ ସ୍ଵାଗତ କରୁଛୁ ବୋଲି କହିଛି ବିଶ୍ବହିନ୍ଦୁ ପରିଷଦ।

କନ୍ଧମାଳର ଦୁର୍ଗମ ଅଞ୍ଚଳକୁ ଯାଇ ସ୍ଵାମୀଜୀ କାର୍ଯ୍ୟ କରୁଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି କ୍ଷେତ୍ରରେ ସ୍ଥାନୀୟ ବାସିନ୍ଦାଙ୍କୁ ସଶକ୍ତ କରୁଥିଲେ। କିନ୍ତୁ କିଛି ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକେ ଅର୍ଥ ଲୋଭ ଦେଖାଇ ସେଠାରେ ଧର୍ମାନ୍ତରୀକରଣ କରୁଥିଲେ। ଏକାକୁ ବିରୋଧ କରିବାକୁ ସ୍ବାମୀଜୀଙ୍କୁ ହତ୍ୟା କରାଯାଇଥିବା କହିଛି ପରିଷଦ । ପୂର୍ବ ସରକାରର ଏଥିରେ ସମ୍ପୃକ୍ତି ରହିଛି । କାରଣ ଗୁରୁଜୀଙ୍କ ସୁରକ୍ଷାକୁ ହଟାଇ ଦେଇଥିଲେ ପୂର୍ବ ସରକାର। ମିଶନାରୀ ଗୋଷ୍ଠୀ ସ୍ଵାମୀଜୀ ଙ୍କୁ ହତ୍ୟା କଲେ। ଜନଜାତି ସମ୍ପ୍ରଦାୟର ଭାଇ ଭଉଣୀଙ୍କୁ ସେ ଦିଶା ଦେଖାଉଥିଲେ। ସ୍ୱାମୀଜୀଙ୍କ ହତ୍ୟା ପରେ ଲୋକ ଦେଖାଣିଆ ଭାବେ ପୂର୍ବ ସରକାର କମିସନ୍ ବସାଇଲେ। ଆଉ ଶେଷରେ କମିସନ୍ ରିପୋର୍ଟ ହଜାଇ ଦେଲେ।

ବର୍ତ୍ତମାନର ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀ ଦଣ୍ଡ ପାଇବ ବୋଲି ବିଶ୍ବହିନ୍ଦୁ ପରିଷଦ ଆଶା ରଖିଛି । ତେବେ କେବଳ ତଦନ୍ତ ଦେଇ ଚୁପ ବସିଲେ ହେବନି ଏହାର ଫଲଅପ୍ କରିବାକୁ ପଡ଼ିବ ବୋଲି କହିଛି ବିଶ୍ବ ହିନ୍ଦୁ ପରିଷଦ ପୁର୍ବ ଓଡ଼ିଶାର ରାଜ୍ୟ ସଭାପତି ପ୍ରଫୁଲ୍ଲ ମିଶ୍ର।

ପଢନ୍ତୁ ଏହି ଖବର: CMOରୁ ଫାଇଲ ଚୋରି ଘଟଣାକୁ ନେଇ ତେଜିଲା ରାଜନୀତି

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାର ତଦନ୍ତ ପାଇଁ ଏକ ତଦନ୍ତ କମିଶନ ଗଠନ ହୋଇଥିଲା।  ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଶରତ ଚନ୍ଦ୍ର ମହାପାତ୍ର ଏହାର ମୁଖ୍ୟ ଥିଲେ। ମାତ୍ର ୨୦୧୨ରେ ତାଙ୍କର ଦେହାନ୍ତ ହେବା ପରେ ଅବସରପ୍ରାପ୍ତ ଜଷ୍ଟିସ୍ ଏ.ଏସ. ନାଇଡୁ ଏହି ଦାୟିତ୍ୱ ଗ୍ରହଣ କରିଥିଲେ।

ଏହି ଘଟଣାର ତଦନ୍ତ କରି ଜଷ୍ଟିସ୍ ନାଇଡୁ ୨୨ ଡିସେମ୍ବର ୨୦୧୫ରେ ଓଡ଼ିଶା ସରକାରଙ୍କୁ ନିଜର ଚୂଡ଼ାନ୍ତ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ। ପ୍ରାୟ ୨,୦୦୦ ପୃଷ୍ଠାର ଏହି ରିପୋର୍ଟରେ ଧର୍ମାନ୍ତରୀକରଣ, ମାଓବାଦୀ ଗତିବିଧି ଏବଂ ସାମାଜିକ ଅଶାନ୍ତି ସମ୍ପର୍କରେ ଉଲ୍ଲେଖ ରହିଥିଲା ତେବେ ଏଥିମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ଫାଇଲ ଟି ଗାୟବ ହୋଇ ଯାଇଛି।  ଏହି ଫାଇଲ ହଯିବା ଘଟଣାର ତଦନ୍ତ କରୁଛି। ପୁର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟର ବରିଷ୍ଠ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚରେ ହାଜର ପାଇଁ ନୋଟିସ ଜାରି କରାଯାଇଛି। 

ସେପଟେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ଚୋରି ଘଟଣାକୁ ନେଇ ତେଜିଲା ରାଜନୀତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କିରାଣୀ ଘରେ କ୍ରାଇମବ୍ରାଞ୍ଚ ରେଡ ପରେ ଛାନିଆ ହୋଇ ପଡ଼ିଛି ବିଜେଡି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଦୋଷ ଦୁର୍ବଳତା ଲୁଚାଇବା ପାଇଁ ସରକାର ଏ ଫାଇଲ ଚୋରି ନାଟକ କରୁଛନ୍ତି। ବିଜେଡିକୁ ବଦନାମ କରିବା ପାଇଁ ମିଛ ନାଟକ ରଚାଯାଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ସେପଟେ ବିଜେପି ବିଧାୟକ ବାବୁ ସିଂ କହିଛନ୍ତି ବିଜେଡି ଛାନିଆଁ ହେବା ଆବଶ୍ୟକ ନାହିଁ । ପ୍ରମିଳାଙ୍କ ଅଭିଯୋଗରେ ଆଦୌ ସତ୍ୟତା ନାହିଁ। ଓଡିଶାବାସୀଙ୍କର ଜାଣିବାର ଅଧିକାର ଅଛି ଫାଇଲ ନେଲା କିଏ। ସେଥିପାଇଁ ବିଭିନ୍ନ ଅଫିସରଙ୍କୁ ଥାନାକୁ ଡକାଯାଉଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: