CMO File Missing Case / CMOରୁ ଫାଇଲ ହଜିବା ଘଟଣାରେ ପୋଲିସର ତନାଘନା, ପୂର୍ବ ବିଜେଡି ସରକାର ଉପରେ ବର୍ଷିଲା ବିଜେପି
·2 hours ago·3 min read

Key Points
CMOରୁ ଫାଇଲ ହଜିବାକୁ ନେଇ କ୍ୟାପିଟାଲ ଥାନା ପୋଲିସର ତଦନ୍ତ
ଲୋକସେବା ଭବନର ଗୃହ ବିଭାଗରେ ପୋଲିସ ଟିମ୍ର ତନାଘନା
ଯୁଗ୍ମ ସଚିବ ଶରତ ମାର୍ଣ୍ଡିଙ୍କ ଠାରୁ ତଥ୍ୟ ନେଲା ପୋଲିସ ଟିମ୍
ପୂର୍ବ ବିଜେଡି ସରକାର ଉପରେ ବର୍ଷିଛନ୍ତି ବିଜେପି
କମିଶନଙ୍କ ରିପୋର୍ଟ ଫାଇଲକୁ ଯୋଜନାବଦ୍ଧ ଭାବରେ ଚୋରି କରାଯାଇଛି
ଅଭିଯୋଗ ଆଣିଲେ ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀ

ଭୁବନେଶ୍ବର, ୧୧/୦୬: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ହଜିବାକୁ ନେଇ କ୍ୟାପିଟାଲ ଥାନା ପୋଲିସର ତଦନ୍ତ ଆରମ୍ଭ। ଲୋକସେବା ଭବନର ଗୃହ ବିଭାଗରେ ପୋଲିସ ଟିମ୍ ପହଞ୍ଚି ଖୋଳତାଡ଼ କରିଛି । ଯୁଗ୍ମ ସଚିବ ଶରତ ମାର୍ଣ୍ଡିଙ୍କ ଠାରୁ ତଥ୍ୟ ନେଇଛି ପୋଲିସ ଟିମ୍ । ଲୋକସେବା ଭବନର ଗୃହ ବିଭାଗରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । ଦୁଇଟି କମିଶନ ଫାଇଲ ନିଖୋଜ ନେଇ ଗତକାଲି କ୍ୟାପିଟାଲ ଥାନାରେ ଏତଲା ଦେଇଥିଲା ଗୃହ ବିଭାଗ।
ସେପଟେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାର ଫାଇଲ ଗାଏବ ଘଟଣାରେ ପୂର୍ବ ବିଜେଡି ସରକାର ଉପରେ ବର୍ଷିଛି ବିଜେପି। ଏ ଫାଇଲକୁ ଯୋଜନା ବଦ୍ଧ ଭାବରେ ଚୋରୀ କରାଯାଇଛି। ୨୦୧୬ ସେପ୍ଟେମ୍ବର ୧୯ ତାରିଖରେ ଏହି ଫାଇଲକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠା ଯାଇଥିଲା। ପରେ 2024 ଜୁନ ୪ ତାରିଖରେ ଭୋଟ ଗଣତି ଟ୍ରେଣ୍ଡ ବିଜେପି ସପକ୍ଷରେ ଆସିବା ପରେ ଗୃହ ବିଭାଗ କୁ ସବୁ ଫାଇଲ ପଠାଇ ଦିଆଗଲା। ହେଲେ ଦୁଇଟି ଫାଇଲ ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ତରଫରୁ ପଠା ଗଲା ନାହିଁ। ଗୋଟିଏ ଲକ୍ଷ୍ଣଣା ନନ୍ଦ ସରସ୍ବତୀ ଙ୍କ ହତ୍ୟା ସମ୍ପର୍କୀତ କମିଶନ ରିପୋର୍ଟ ଓ ଅନ୍ୟ ଟି ସମ ହସ୍ପିଟାଲ ଅଗ୍ନିକାଣ୍ଡ ର RDC ରିପୋର୍ଟ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀ।
ଗତ ୨୦୦୮ ଅଗଷ୍ଟ ୨୩ ତାରିଖରେ ଜନ୍ମାଷ୍ଟମୀ ଦିନ କନ୍ଧମାଳରେ ବନବାସୀଙ୍କ ପାଇଁ କାର୍ଯ୍ୟ କରୁଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ହତ୍ୟା କରାଗଲା। ପୂର୍ବରୁ ତାଙ୍କ ଉପରେ ବାରମ୍ବାର ଆକ୍ରମଣ ପରେ ବି ତତ୍କାଳୀନ ପୋଲିସ ପ୍ରଶାସନ ସ୍ୱାମୀ ଜୀଙ୍କୁ ସଠିକ ସୁରକ୍ଷା ଦେଇ ନ ଥିଲା। ହତ୍ୟାର ତଦନ୍ତ ପାଇଁ ଜଷ୍ଟିସ ଶରତ ମହାପାତ୍ର କମିଶନ ବସିଥିଲା। ତାଙ୍କ ଦେହାନ୍ତ ପରେ ଜଷ୍ଟିସ ଏସ ନାଇଡ଼ୁ କମିଶନର ଦାୟିତ୍ୱ ନେଇଥିଲେ। ୮ ବର୍ଷ ପରେ 2016 ସେପ୍ଟେମ୍ବର 16 ରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ କମିଶନ।
୨୦୨୪ ଜୁନରେ ବିଜେପି ସରକାର ଆସିବା ପରେ ଏହି ଫାଇଲକୁ ସାର୍ବଜନୀନ କରିବାକୁ ଚେଷ୍ଟା କରାଯାଇଛି। ଦୁଃଖ ଓ ପରିତାପର ବିଷୟର ଫାଇଲ ଖୋଜବା ପରେ ଫାଇଲ ମିଳି ନ ଥିଲା। ବର୍ତମାନ ସରକାର ବିଭିନ୍ନ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି କରାଯାଇଥିଲା। ହେଲେ କୌଣସି ଉତ୍ତର ନ ଆସିବାରୁ ଗତ ଡିସେମ୍ବର ୪ ତାରିଖରୋ ଗୃହ ବିଭାଗ ତରଫରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କୁ ଆଉ ଥରେ ଚିଠି କରାଗଲା। ସେହି ଡିସେମ୍ବର ୧୫ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ବ୍ୟକ୍ତିଗତ ସଚିବ ଫାଇଲ ଖୋଜିବାକୁ ତାଙ୍କୁ କୁହା ଯାଇଥିବା କହିଥିଲେ। ଏହି ଘଟଣାରୁ ବିଜେଡି ଓ ନବୀନ ବାବୁ ଙ୍କ ଅସଲ ଚେହେରା ସାମ୍ନା କୁ ଆସିଛି। ସରକାରଙ୍କ ଏଫ ଆଇ ଆର ଆଧାରରେ ପୋଲିସ ତଦନ୍ତ କରି ସତ୍ୟ ସାମ୍ନା କୁ ଆସିବ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀ।
ପଢନ୍ତୁ ଏହି ଖବର: CMOରୁ ଫାଇଲ ହଜିବା ଘଟଣାରେ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ କଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ
ସେପଟେ ରିପୋର୍ଟ ହଜିବାକୁ ନେଇ ଜଷ୍ଟିସ ଏ.ଏସ୍.ନାଇଡୁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରିପୋର୍ଟ ହଜିବା ଖବର ଶୁଣି ବହୁତ ମନ ଦୁଃଖ ହେଲା। ରିପୋର୍ଟ ପ୍ରସ୍ତୁତ କରିବାରେ ଅନେକ ପରିଶ୍ରମ ହୋଇଛି। ସରକାରୀ ସ୍ତରରେ ହଜିଛି, ସରକାର ନିଷ୍ପତ୍ତି ନେବେ । ରିପୋର୍ଟର ଆଉ ଦ୍ବିତୀୟ କପି ପାଖରେ ନଥିଲା । ପୁରୁଣା କମ୍ପ୍ୟୁଟରରୁ ରିପୋର୍ଟ ମିଳିବା ବି କଷ୍ଟକର ହେବ । ଏତେ ବର୍ଷ ହେଲାଣି ରିପୋର୍ଟ ମଧ୍ୟ କମ୍ପ୍ୟୁଟରରେ ନଥିବ।ରିପୋର୍ଟ ମୁଖ୍ୟମନ୍ତ୍ରୀ ଙ୍କୁ ଦିଆଯାଏ। ରିପୋର୍ଟକୁ ସାର୍ବଜନୀନ କରିବା କଥା । ତାହା କରାଯାଇନାହିଁ ବୋଲି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ଏ.ଏସ. ନାଇଡୁ କହିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories