CMO File Theft Row / CMOରୁ ଫାଇଲ ଚୋରି ଘଟଣାକୁ ନେଇ ତେଜିଲା ରାଜନୀତି
·1 month ago·2 min read

Key Points
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ଚୋରି ଘଟଣା
ନବୀନଙ୍କ କିରାଣୀ ଘରେ କ୍ରାଇମବ୍ରାଞ୍ଚ ରେଡ ପରେ ବିଜେଡି ଛାନିଆ
ପ୍ରମିଳା କହିଲେ ଦୋଷ ଦୁର୍ବଳତା ଲୁଚାଇବା ପାଇଁ ସରକାରଙ୍କ ନାଟକ
ବିଜେପି କହିଲା ବିଜେଡି ଛାନିଆଁ ହେବା ଆବଶ୍ୟକ ନାହିଁ

ଭୁବନେଶ୍ବର,୦୫/୦୮: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ଚୋରି ଘଟଣାକୁ ନେଇ ତେଜିଲା ରାଜନୀତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କିରାଣୀ ଘରେ କ୍ରାଇମବ୍ରାଞ୍ଚ ରେଡ ପରେ ଛାନିଆ ହୋଇ ପଡ଼ିଛି ବିଜେଡି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଦୋଷ ଦୁର୍ବଳତା ଲୁଚାଇବା ପାଇଁ ସରକାର ଏ ଫାଇଲ ଚୋରି ନାଟକ କରୁଛନ୍ତି। ବିଜେଡିକୁ ବଦନାମ କରିବା ପାଇଁ ମିଛ ନାଟକ ରଚାଯାଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ସେପଟେ ବିଜେପି ବିଧାୟକ ବାବୁ ସିଂ କହିଛନ୍ତି ବିଜେଡି ଛାନିଆଁ ହେବା ଆବଶ୍ୟକ ନାହିଁ । ପ୍ରମିଳାଙ୍କ ଅଭିଯୋଗରେ ଆଦୌ ସତ୍ୟତା ନାହିଁ। ଓଡିଶାବାସୀଙ୍କର ଜାଣିବାର ଅଧିକାର ଅଛି ଫାଇଲ ନେଲା କିଏ। ସେଥିପାଇଁ ବିଭିନ୍ନ ଅଫିସରଙ୍କୁ ଥାନାକୁ ଡକାଯାଉଛି ।
ଗତକାଲି ଏହି ଘଟଣା ଆଉ ପାଦେ ଆଗେଇଥିଲା କ୍ରାଇମବ୍ରାଞ୍ଚ। ତତ୍କାଳୀନ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର କିରାଣୀ ବିଏନ ମହାରଣାଙ୍କ ଘରେ ପଶିଥିଲା କ୍ରାଇମବ୍ରାଞ୍ଚ। ୫ ଘଣ୍ଟା ଧରି ଘନ ଘନ ଖୋଳତାଡ଼ କରିଥିଲା କ୍ରାଇମବ୍ରାଞ୍ଚ। ଗୁରାଇ ତୂରାଇ ପ୍ରଶ୍ନ ପଚାରିଲେ ତଦନ୍ତକାରି ଅଧିକାରୀ I କ୍ରାଇମବ୍ରାଞ୍ଚ ଡ଼ିଏସପି ଆଶୁତୋଷ ମିଶ୍ରଙ୍କ ନେତୃତ୍ୱରେ ହୋଇଥିଳା ଯୋରଦାର୍ ଖୋଳତାଡ଼।
ପଢନ୍ତୁ ଏହି ଖବର: CMOରୁ ଫାଇଲ ଗାଏବ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀଙ୍କ ବିସ୍ଫୋରକ ବୟାନ୍
ସେପଟେ ଏହି ଫାଇଲ ଗାୟବ ଘଟଣାରେ ଗତକାଲି ବଡ଼ ସୂଚନା ଦେଇଥିଲେ କ୍ରାଇମବ୍ରାଞ୍ଚ୍ ଡିଜି ବିନୟତୋଷ ମିଶ୍ର । ପୁରା ଘଟଣାର ତଦନ୍ତ ଟେକ୍ନିକାଲ ଉପାୟରେ କରାଯାଉଛି । ଖୁବଶୀଘ୍ର ଏକାଧିକ ଲୋକଙ୍କୁ ହେବ ଜେରା । ତଦନ୍ତ ଚାଲୁଥିବା ବେଳେ ଯାହାର ସମ୍ପୃକ୍ତି ଆସିବ ସିଏ ହାଜର ହେବା ପାଇଁ ବାଧ୍ୟ । ତଦନ୍ତ ବେଳେ କିଏ ସାକ୍ଷୀ, କିଏ ସନ୍ଦିଗ୍ଧ ଆଉ କିଏ ଅଭିଯୁକ୍ତ ତାହା ପ୍ରମାଣ କହିବ। ତେଣୁ ତଦନ୍ତ ବେଳେ ଯେଉଁ ମାନଙ୍କୁ ନୋଟିସ କରାଯିବ ସେମାନେ ଏଡ଼ାଇ ଯାଇପାରିବେ ନାହିଁ । ତଦନ୍ତ ଚାଲିଛି, ଖୁବଶୀଘ୍ର ସାମ୍ନାକୁ ଆସିବ କିଏ ହେବ ସାକ୍ଷୀ କିଏ ହେବ ଅଭୁଯୁକ୍ତ I ତଦନ୍ତ ବେଳେ, କାହା କାହାର ସମ୍ପୃକ୍ତି ପଦାକୁ ଆସିବ ବୋଲି କହିଥିଲେ କ୍ରାଇମବ୍ରାଞ୍ଚ୍ ଡିଜି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେଉଁ କେଉଁ ମାନେ ତଦନ୍ତ ଘେରକୁ ଆସିବେ I ଏବଂ ଏହି ଘଟଣାରେ କେଉଁ ମାନଂକୁ ସମନ ଜାରି କରାଯିବ, ତାହା କେବଳ ତଦନ୍ତ ବେଳେ ହିଁ ସାମ୍ନାକୁ ଆସି ପାରିବ I ଆବଶ୍ୟକ ଅନୁସାରେ ପର୍ଯ୍ୟାୟ କ୍ରମେ ଜଣ ଜଣକୁ ହେବ ନୋଟିସ। ସେହିଭଳି ପାଠ୍ୟପୁସ୍ତକ ଛପା ଦୁର୍ନୀତି ମାମଲାରେ ପ୍ରାୟ ୨୪୦ ଜଣଙ୍କର ତାଲିକା ପ୍ରସ୍ତୁତ ହୋଇଛି I ତଦନ୍ତକୁ ନେଇ ବିଭିନ୍ନ ପର୍ଯ୍ୟୟରେ ଟେକ୍ନିକାଲି ତଦନ୍ତ କରାଯାଉଛି I
Related Topics
Explore more stories