Videos
|
Odisha

Explosive Statement / CMOରୁ ଫାଇଲ ଗାଏବ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀଙ୍କ ବିସ୍ଫୋରକ ବୟାନ୍

Bikash Mohanty
Browse all articles by Bikash Mohanty
·3 hours ago·2 min read
CMOରୁ ଫାଇଲ ଗାଏବ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀଙ୍କ ବିସ୍ଫୋରକ ବୟାନ୍
Laxmanananda saraswati

Key Points

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ଗାୟବ ପ୍ରସଙ୍ଗ
ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀଙ୍କ ବଡ଼ ବୟାନ
କେବଳ ଫାଇଲକୁ ଗାଏବ କରାଯାଇନି
ହାର୍ଡ ଡିସ୍କରୁ ମଧ୍ୟ ଡିଲିଟ କରାଯାଇଛି
ଭୁବନେଶ୍ବର,୦୩/୦୮: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ଗାୟବ ପ୍ରସଙ୍ଗ ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀଙ୍କ ବଡ଼ ବୟାନ। କହିଲେ କେବଳ ଫାଇଲକୁ ଗାଏବ କରାଯାଇନି, ହାର୍ଡ ଡିସ୍କରୁ ମଧ୍ୟ ଡିଲିଟ କରାଯାଇଛି। ଡିଲିଟ ହୋଇଥିବା କମ୍ପୁଟରରୁ ରିଷ୍ଟୋର ପାଇଁ ଚାଲିଛି ଉଦ୍ୟମ। ରିପୋର୍ଟ ମିଳିଲେ ସାର୍ବଜନୀନ ହେବ ନ ମିଳିଲେ ଜିଏ ହଜେଇଛି କାର୍ଯ୍ୟାନୁଷ୍ଠାନ ହେବ। ସରକାର ଏବଂ କମିଶନ ରାଜି ହେଲେ ନୂଆ ରିପୋର୍ଟ ପ୍ରସ୍ତୁତ ପାଇଁ ଉଦ୍ୟମ ହେବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କେମିତି ହଜିଲା ଫାଇଲ୍ ? ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ଵାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ସମ୍ପର୍କିତ ନାଇଡୁ କମିଶନଙ୍କ ଫାଇଲ୍ ଗାଏବ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ହାତକୁ ଯାଇଛି । ନାଇଡୁ କମିଶନଙ୍କ ଫାଇଲ୍ କେମିତି ଓ କେଉଁ ପରିସ୍ଥିତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗାଏବ ହେଲା । ତାର ତଦନ୍ତ କରୁଥିଲା କମିଶନରେଟ୍ ପୋଲିସ। ଏବେ ଏହି ଫାଇଲ୍ ଗାଏବ ଘଟଣାର ତଦନ୍ତ ଏବେ କ୍ରାଇମବ୍ରାଞ୍ଚ କରୁଛି ।

ଗତ ୨୮ ତାରିଖରେ ଏହି ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ କରିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରୁ ନାଇଡୁ କମିଶନଙ୍କ ଫାଇଲ୍ ଗାଏବ ହୋଇ ଯାଇଥିଲା ଏହି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କୁ ନୋଟିସ୍ ଜାରି କରାଯାଇଛି।

ପଢନ୍ତୁ ଏହି ଖବର: CMOରୁ ଗାଏବ ନାଇଡୁ କମିଶନଙ୍କ ଫାଇଲ୍ ଖୋଜିବ କ୍ରାଇମବ୍ରାଞ୍ଚ

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ, ମନୋଜ ମିଶ୍ର, ରାଜେଶ ବର୍ମା, ଉପେନ୍ଦ୍ର ବେହେରା ଆଦି ୪ ଜଣ ପୂର୍ବତନ ପ୍ରଶାସକଙ୍କୁ ନୋଟିସ୍ ହୋଇଛି । ମନୋଜ ମିଶ୍ରଙ୍କୁ ବାଦ୍ ଦେଲେ ଅନ୍ୟ ୩ ପୂର୍ବତନ ପ୍ରଶାସକ ଏଯାଏ ହାଜର ହୋଇ ସେମାନଙ୍କ ପକ୍ଷ ରଖି ନାହାନ୍ତି ।

୨୦୨୫ ସେପ୍ଟେମ୍ବର ୧୦ ତାରିଖ ଓ ନଭେମ୍ବର ୪ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଫାଇଲ୍ ବାବଦରେ ସରକାର ପଚାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ୍ ଚୋରି ହୋଇଥିବା ନେଇ ବିଜେପି ଅଭିଯୋଗ କରିଛି ।

ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କଡ଼ା ସୁରକ୍ଷା ଭିତରୁ ପ୍ରକୃତରେ ଫାଇଲ୍ ହଜିଛି ନା ଏହା ପଛରେ କିଛି ଷଡ଼ଯନ୍ତ୍ର ରହିଛି । ତାହା ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ପରେ ହିଁ ସ୍ପଷ୍ଟ ହୋଇ ପାରିବ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ସମୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨ଟି ଫାଇଲ୍ ଗାଏବ ହୋଇଥିଲା । ସେଥିରେ ନାଇଡୁ କମିଶନଙ୍କ ଫାଇଲ୍ ଥିଲା । ଯାହାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କୁ କ୍ୟାପିଟାଲ୍ ଥାନା ପୋଲିସ ଥାନାରେ ହାଜର ପାଇଁ ସମନ କରାଯାଇଥିଲା । ତେବେ ନୋଟିସ୍‌ ସତ୍ତ୍ଵେ ଜୁଲାଇ ୨୫ ତାରିଖରେ ପାଣ୍ଡିଆନ ଆସି ନଥିଲେ । ବରଂ ବିଦେଶରେ ଥିବାରୁ ବ୍ୟକ୍ତିଗତ ଭାବେ ହାଜର ନ ହୋଇ ଭିଡିଓ କନଫରେନ୍ସିଂ ଜରିଆରେ ପକ୍ଷ ରଖିବାକୁ ପୋଲିସକୁ କହିଥିଲେ ପାଣ୍ଡିଆନ୍‌ । ଏନେଇ ସେ ତଦନ୍ତକାରୀ ଅଧିକାରୀଙ୍କୁ ଇ-ମେଲ୍ ଜରିଆରେ ଜଣାଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: