ଟ୍ରକ୍କୁ ପଛପଟୁ ପିଟିଲା କୋଇଲା ବୋଝେଇ ଟ୍ରକ: ଡ୍ରାଇଭର ଗୁରୁତର
·2 years ago·1 min read

ଅର୍ଗସ ବ୍ୟୁରୋ: ଦଶଚକିଆ ପଛପଟୁ ପିଟିଲା କୋଇଲା ବୋଝେଇ ଟ୍ରକ। ଘଟଣାସ୍ଥଳରେ ଟ୍ରକ ଡ୍ରାଇଭର ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ରାଜପଥ ୫୩ ଗୋଡାଛକ ନିକଟରେ। ତେବେ ଗୁରୁତର ଡ୍ରାଇଭର ହେଲେ ବିହାରର ସୈଲେସି ବାବନ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଘଟଣାରୁ ପ୍ରକାଶ ତାଳଚେରରୁ କୋଇଲା ବୋଝେଇ କରି ଆସୁଥିବା ଟ୍ରକର ଡ୍ରାଇଭର ଅତ୍ୟଧିକ ଖରା କାରଣରୁ ଆଗରେ ଠିଆ ହୋଇଥିବା ଦଶଚକିଆ ଗାଡିର ଗତିବିଧି ସଂପର୍କରେ ଜାଣି ପାରିନଥିଲେ। ଫଳରେ ଦ୍ରୂତ ଗତିରେ ଆସି ପଛପଟୁ ପିଟିଥିଲା। ତେବେ ଜାତୀୟ ରାଜପଥ ପାର୍ଶ୍ବର ଏହି ଛକ ନିକଟରେ ବେଇଇନ ଭାବେ ମଦ ବିକ୍ରି ହେଉଥିବା କାରଣରୁ ରାଜପଥ ଉପରେ ଡ୍ରାଇଭର ମାନେ ଗାଡି ରଖୁଛନ୍ତି। ଫଳରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଅପରପକ୍ଷେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: