Videos
|
Odisha

ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ

Ritu Das
Browse all articles by Ritu Das
·1 year ago
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ

ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍ଡ ଡିଆଇଜି ଏସ‌୍‌ଆର୍‌ ଦାଶ ଓ ତାଙ୍କ ପତ୍ନୀଙ୍କୁ କଳିଙ୍ଗ ଷ୍ଟାଡିୟମ ନିକଟ ରାସ୍ତାରେ ଅଟକାଇ ଦୁର୍ବ୍ୟବହାର କରିବା ସହ ପତ୍ନୀଙ୍କୁ ଆକ୍ରମଣ ପାଇଁ ଉଦ୍ୟମ କରିଥିଲେ। ଏହାକୁ ବିରୋଧ କରିବାକୁ ଯାଇ ଡିଆଇଜି ଓ ‌ଦୁଇ ରୋଡ୍‌ ରୋମିଓ ହାତାହାତି ହୋଇଥିଲେ। 

ଦୁର୍ବୃତ୍ତଙ୍କୁ ପୋଲିସ କାବୁ କରିଛି। କଳିଙ୍ଗ ଷ୍ଟାଡିୟମ ନିକଟରେ ୟୁ-ଟର୍ଣ୍ଣ ନେବା ସମୟରେ ସାଇଡ୍‌ ମରାକୁ କେନ୍ଦ୍ରକରି ଏହି ଘଟଣା ଘଟିଥିଲା। ବାଇକ୍‌ରେ ଯାଉଥିବା ଦୁଇ ରୋଡ୍‌ ‌ରୋମିଓ କାର୍‌ରେ ବସିଥିବା ଡିଆଇଜିଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଡିଆଇଜି ନୂଆପଲ୍ଲୀ ଥାନାରେ ଅଭି‌ଯୋଗ କରିଛନ୍ତି। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Coast Guard | Argus News