Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାଜ୍ୟର ସବୁ ବ୍ଲକରେ ପ୍ରତିଷ୍ଠା ହେବ ଶୀତଳ ଭଣ୍ଡାର: କୃଷ୍ଣଚନ୍ଦ୍ର ପାତ୍ର

Odisha

ରାଜ୍ୟର ସବୁ ବ୍ଲକରେ ପ୍ରତିଷ୍ଠା ହେବ ଶୀତଳ ଭଣ୍ଡାର: କୃଷ୍ଣଚନ୍ଦ୍ର ପାତ୍ର

Manini Pattanayak
Browse all articles by Manini Pattanayak
·1 year ago·1 min read
ରାଜ୍ୟର ସବୁ ବ୍ଲକରେ ପ୍ରତିଷ୍ଠା ହେବ ଶୀତଳ ଭଣ୍ଡାର: କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର: ରାଜ୍ୟର ସବୁ ବ୍ଲକରେ ପ୍ରତିଷ୍ଠା ହେବ ଶୀତଳ ଭଣ୍ଡାର। ଆଜି ଏମିତି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କହିଛନ୍ତି ଇସ୍ତାହାର ଅନୁଯାୟୀ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲାଯିବ । ମୁଖ୍ୟମନ୍ତ୍ରୀ ସେ ଉପରେ ଗୁରୁତ୍ବ ଦେଉଛନ୍ତି । କ୍ୟାବିନେଟ ବୈଠକରେ ଏ ନେଇ ଖୁବଶୀଘ୍ର ଆଲୋଚନା କରାଯିବ। ଏଥିସହ ରାଜ୍ୟରେ ଆଳୁ ପିଆଜ ଦରବୃଦ୍ଧିର ସମୀକ୍ଷା କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ । ନାସିକରୁ ପିଆଜ କୁଇଣ୍ଟାଲ ପିଛା 2935 ଟଙ୍କାରେ କିଣା ଯାଉଛି । ପରିବହନ ଖର୍ଚ୍ଚ ସହିତ ଖୁଚୁରା ମାର୍କେଟ କିଲୋ ପିଛା ଦର 40 ଟଙ୍କା ରହିଛି ।

ବ୍ୟବସାୟୀଙ୍କ ଅନାବଶ୍ୟକ ହୋର୍ଡିଂ ଉପରେ ବିଭାଗ ନଜର ରଖିଛି । ସବୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ବ୍ୟବସାୟୀଙ୍କ ସହ କଥା ହୋଇ ଷ୍ଟକ ଉପରେ ନଜର ରଖିବାକୁ କୁହାଯାଇଛି । ସରକାରଙ୍କ ନୀତି ନିୟମରେ ଖିଲାପି କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଳୁ ବି ନାସିକରୁ ଆସୁଥିବାରୁ ଦର ଉଚ୍ଚା ରହିଛି । କଲା କଳବଜାରୀ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cold storage will be established in all blocks of the state: Krushnachandra patra | Argus News