୩ ଦିନ ପରେ ରାଜ୍ୟକୁ ପ୍ରବେଶ କରିବ ଥଣ୍ଡା ପବନ

ଭୁବନେଶ୍ୱର: ରାତିରେ ଥଣ୍ଡା, ଦିନରେ ପ୍ରବଳ ଗରମ। ଅସ୍ତବ୍ୟସ୍ତ ଜନଜୀବନ। ସ୍ବାଭାବିକ ଠାରୁ ୪ ଡିଗ୍ରୀ ଉପରେ ପାରଦ। ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ଲାଗିରହିଛି ଗରମ। ଗରମ ସହ ଗୁଳୁଗୁଳି କରୁଛି ଅସ୍ତବ୍ୟସ୍ତ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଜାରି ରହିବ ଏଭଳି ପାଗ। ୩ ଦିନ ପରେ ରାଜ୍ୟକୁ ପ୍ରବେଶ କରିବ ଥଣ୍ଡା ପବନ। ପ୍ରଭାବରେ କମିବ ରାତ୍ରିରେ ତାପମାତ୍ରା। ଏନେଇ ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଭାଗ ।
ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ପାରଦ। ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଜାରି ରହିଛି ହାଲୁକା ବର୍ଷା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଅନୁଗୁଳ ଏବଂ ଢେଙ୍କାନାଳ ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ କୋରାପୁଟ ବନ୍ଧୁଗାଁ ରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ବନ୍ଧୁ ଗାଁ ରେ ୯୮ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ସମ୍ବଲପୁର ରେ ୮୯.୪ ମିମି ଏବଂ ମୟୂରଭଞ୍ଜ ରେ ୭୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର