Videos
|
Odisha

କେଇଟା ମାସରେ ଭୁଶୁଡ଼ି ପଡ଼ିବା ସ୍ଥିତିରେ ବସ୍ ଷ୍ଟାଣ୍ଡ

Banajyotshna Ray
Browse all articles by Banajyotshna Ray
·2 years ago·1 min read
କେଇଟା ମାସରେ ଭୁଶୁଡ଼ି ପଡ଼ିବା ସ୍ଥିତିରେ ବସ୍ ଷ୍ଟାଣ୍ଡ

ଅର୍ଗସ ବ୍ୟୁରୋ:  ହାତ ମାରିଲେ ଟାଇଲ ଉଠୁଛି। ଆଉ ଟାଇଲ ଉଠିଲେ ବାହାରୁଛି ଖାଲି ବାଲି ହିଁ ବାଲି। ପୂର୍ବ ସରକାରରେ ଗଢ଼ା ହୋଇଥିବା ଏହି ଲକ୍ଷ୍ମୀ ବସ୍ ଷ୍ଟାଣ୍ଡ ମାସୁଟେ ନପୁରୁଣୁ ନିଜ ଅସ୍ତିତ୍ବ ହରାଇବା ଉପରେ। ମାତ୍ର କେଇଟା ମାସ ତଳେ ପୂର୍ବର ବିଜେଡି ସରକାରରେ ନିର୍ମାଣ ହୋଇଥିବା ଏ ହେଉଛି ଝରୀଗାଁ ବ୍ଲକ ଫୁପୁଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାୱେରବେଲି ଗ୍ରାମର ଲକ୍ଷ୍ମୀ ବସଷ୍ଟାଣ୍ଡ। ଏହି ବସ୍ ଷ୍ଟାଣ୍ଡ୍ ନିର୍ମାଣରେ ଖର୍ଚ୍ଚ ହୋଇଛି ପ୍ରାୟ ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା। ହେଲେ ଏହି ଦୃଶ୍ୟ ହିଁ କହୁଛି ଏହି ନିର୍ମାଣ କେତେ ନିମ୍ନମାନର। ଠିକାଦାର ଓ ସ୍ଥାନୀୟ ନେତାଙ୍କ ସଲାସୁତୁରାର ଏଭଳି ପରିଣାମ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।

ଖାଲି ବସଷ୍ଟାଣ୍ଡ୍ ନୁହେଁ ଲୋକଙ୍କ ଲାଗି ନିର୍ମାଣ କରାଯାଇଥିବା ଏହି ଯାତ୍ରୀ ପ୍ରତୀକ୍ଷାଳୟ ଏବେ ଆଉ ଲୋକଙ୍କ କାମରେ ଆସୁନି। କେବଳ ଏଇ ଗୋଟିଏ ନୁହେଁ ଏମିତି ଫୁପୁଗାଁ କନ୍ଧଗୁଡା ଠାରେ ନିର୍ମାଣ କରାଯାଇଥିବା ବସଷ୍ଟପ ବ୍ୟବହାରରେ ଆସିପାରୁନାହିଁ। ଅପରପକ୍ଷେ ପ୍ରତ୍ୟେକ ଗାଁକୁ ଲକ୍ଷ୍ମୀ ବସ ସେବା ଯୋଗେଇ ଦିଆଯାଇଥିବା ବେଳେ ଏହି ଲକ୍ଷ୍ମୀ ବସଷ୍ଟପ ଗାଁ ଠାରୁ କେଉଁଠି ଦୁଇ କିଲୋମିଟର ତ କେଉଁଠି ଏକ କିଲୋମିଟର ଦୂରରେ ନିର୍ମାଣ ହୋଇଛି। ଯାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଲୋକେ। ତେବେ ନେତାଙ୍କ ସମ୍ପତ୍ତି ବଢ଼ାଇବାକୁ ବିଜେଡି ଏଭଳି ସବୁ ଯୋଜନା କରିଥିଲା ବୋଲି କହି ସିଧାସଳଖ ଟାର୍ଗେଟ୍ କରିଛନ୍ତି ବିଜେପି ବିଧାୟକ ନରସିଂହ ଭତ୍ରା।ପୂର୍ବର ବିଜେଡି ସରକାରରେ ଗ୍ରାମାଞ୍ଚଳର ବିକାଶ ଓ ନିରୀହ ଗ୍ରାମବାସୀଙ୍କ ସୁବିଧା ନାଁରେ ମିଛ ଯୋଜନା ଆଣି ଚାଲିଥିଲା ରାଜସ୍ବକୁ ହରିଲୁଟ୍।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Collapsed laxmi bus stand | Argus News