Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମୁଖ୍ୟମନ୍ତ୍ରୀଙ୍କ ସଭା ପାଇଁ କଲେଜ ଅଧ୍ୟକ୍ଷଙ୍କ ଫତୁଆ

Odisha

ମୁଖ୍ୟମନ୍ତ୍ରୀଙ୍କ ସଭା ପାଇଁ କଲେଜ ଅଧ୍ୟକ୍ଷଙ୍କ ଫତୁଆ

Smruti Parija
Browse all articles by Smruti Parija
·2 years ago·1 min read
ମୁଖ୍ୟମନ୍ତ୍ରୀଙ୍କ ସଭା ପାଇଁ କଲେଜ ଅଧ୍ୟକ୍ଷଙ୍କ ଫତୁଆ

ଅର୍ଗସ ବ୍ୟୁରୋ: 24 ଜାନୁଆରୀରେ ଅର୍ଥାତ୍ ଆଜି ସତ୍ୟବାଦୀ ଓଡିଆ ୟୁନିଭରସିଟି ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହେବ । ତେବେ ଏହା ପୂର୍ବରୁ ସବୁ ଛାତ୍ରଛାତ୍ରୀଙ୍କୁ କଲେଜରେ ପହଞ୍ଚିବା ପାଇଁ ଜାରି ହୋଇଛି ଫତୁଆ । 

ମୁଖ୍ୟମନ୍ତ୍ରୀଙ୍କ ସଭା ପାଇଁ ଛାତ୍ରଛାତ୍ରୀଙ୍କୁ ଲୋଭ ଦେଖାଇଲେ କଲେଜ ଅଧ୍ୟକ୍ଷ । ଟାଇମ୍ ରେ ସଭାରେ ପହଞ୍ଚ । ଭଲ ମାର୍କ ମିଳିବ । ଭଲ ଖାଇବାକୁ ବି ଦିଆଯିବ । ଆଉ ସମୟ ପୂର୍ବରୁ ନପହଞ୍ଚିଲେ କଲେଜକୁ କୌଣସି ଦୋଷ ଦେବନି ।  

ତେବେ ଏଠି ପ୍ରଶ୍ନ ପିଲା ଯୋଗାଡ଼ କରିବାକୁ ଜାରି ହେଲା କି ଫତୁଆ । କାହା ନିର୍ଦ୍ଦେଶରେ ଫତୁଆ ଜାରି କଲେ ପ୍ରିନ୍ସିପାଲ । ଓଡ଼ିଆ ବିଶ୍ୱବିଦ୍ୟାଳୟ ଘୋଷଣାକୁ 6 ବର୍ଷ ବିତିଥିଲେ ବି ଏ ପର୍ଯ୍ୟନ୍ତ ଏହା ପୂର୍ଣ୍ଣରୂପେ ଆରମ୍ଭ ହୋଇପାରି ନାହିଁ । ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ପ୍ରତି ଥିବା ଆନ୍ତରିକତା ଏଥିରୁ ସ୍ପଷ୍ଟ ବାରିହୋଇ ପଡୁଛି।
ଉକ୍ତଳମଣୀ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ସାକ୍ଷୀଗୋପାଳ ଅଧକ୍ଷ ସତ୍ୟ ଶିବ ସୂନ୍ଦରା ମିଶ୍ର ଜାରି କରିଛନ୍ତି ଏହି ଫତୁଆ । ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳରେ ପହଁଞ୍ଚିଲେ ବଢିବ ଇଣ୍ଟର୍ନାଲ ସହ ପ୍ରାକ୍ଟିକାଲ୍ ମାର୍କ । ନିର୍ଦ୍ଧାରିତ ସମୟ ପୂର୍ବରୁ ନ ପହଁଞ୍ଚିଲେ ପରେ କଲେଜକୁ କୈାଣସି ଦୋଷ ଦେବ ନାହିଁ । ସିଧାସିଧା ଛାତ୍ରଛାତ୍ରୀଙ୍କୁ ମେସେଜ୍ ମାଧ୍ୟମରେ ଜଣାଇଦେଇଛନ୍ତି ଅଧକ୍ଷ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ସକାଳ ୯ଟାରେ କଲେଜରେ ପହଁଞ୍ଚି ୧୦ଟାରେ ପଞ୍ଚା ସଖା ପଡିଆରେ ପହଁଞ୍ଚିଲେ ମିଳିବ ୧୫୦ ଟଙ୍କାର ଟିଫିନ୍ ।  କାର୍ଯ୍ୟକ୍ରମ ଶେଷ ହେବା ପରେ ୧.୩୦ ରେ କଲେଜରେ ପହଁଞ୍ଚିବା ପରେ ୩୫୦ ଟଙ୍କିଆ ବିରିୟାନି ମିଳିବ ।  ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ହ୍ୱାଟସ ଆପକୁ କଲେଜ ଅଧକ୍ଷ ପଠାଇଛନ୍ତି ମେସେଜ୍ । ଯାହା ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । 
 

ଆହୁରି ପଢନ୍ତୁ ଓଡିଶା ଖବର...

Painting
Sponsored
College prinicipal fatwa for the Chief Minister's meeting | Argus News