ନଦୀରେ ବୁଡ଼ିଯାଇ କଲେଜ ଛାତ୍ରଙ୍କ ମୃତ୍ୟୁ
·2 years ago

କେନ୍ଦୁଝର: ନଦୀରେ ବୁଡ଼ିଯାଇ କଲେଜ୍ ଛାତ୍ରଙ୍କ ମୃତ୍ୟୁ। କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଗୁହାଳିଆ ଗ୍ରାମ ର ରଞ୍ଜିତ ଜେନା ବୈତରଣୀ ନଦୀର କୁଣ୍ଡେଶ୍ୱର ଘାଟରେ ବୁଡିଯାଇ ମୃତ୍ୟୁ ବରଣ କରିଛନ୍ତି । ରଞ୍ଜିତ ଜେନା ସାଙ୍ଗ ମାନଙ୍କ ସହ ଗାଧୋଇ ଯାଇଥିବା ବେଳେ ନଦୀ ରେ ବୁଡି ଯାଇଥିଲେ ।
ଖବରପାଇ ସ୍ଥାନୀୟ ଲୋକେ ଦମକଳ ବାହିନୀ ସହାୟତା ରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ରଞ୍ଜିତ ସ୍ଥାନୀୟ ଟୁକୁଣା ସଂସ୍କୃତ ମହାବିଦ୍ୟାଳୟରେ+୩ ରେ ଅଧ୍ୟୟନ କରୁଥିଲେ । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଅଧିକ ପଢନ୍ତୁ ଓଡିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: