Fire / କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ, ୯୦ ପ୍ରତିଶତ ପୋଡି ଯାଇଥିବା ଅନୁମାନ
·7 months ago·2 min read

Key Points
କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ
ନିଜକୁ ନିଜେ ଜାଳିଦେଲେ କଲେଜ ଛାତ୍ରୀ
ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡି ଯାଇଥିବା ଅନୁମାନ

ପୁଣି ଜଣେ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ । ନିଜକୁ ନିଜେ ଜଳି ଦେଲେ ଛାତ୍ରୀ ଜଣଙ୍କ। ରାଜଗାଙ୍ଗପୁର ଥାନା ଲାଞ୍ଜିବର୍ନା ଅଞ୍ଚାଳର ଘଟଣା । ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡି ଯାଇଥିବା ଅନୁମାନ କରାଯାଉଛି । ଗୁରୁତର ଅବସ୍ଥାରେ IGH ବର୍ଣ୍ଣ ୱାର୍ଡରେ ଭର୍ତ୍ତି କରାଯାଇଛି । ଆତ୍ମାହୁତି ଉଦ୍ୟମର କାରଣ ସମ୍ପର୍କରେ ଜଣାପଡିନାହିଁ । ସୁନ୍ଦରଗଡ ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । କେମିତି ହେଲା, କେଉଁ ସ୍ଥାନରେ ହେଲା ଏବଂ ଏଭଳି କାର୍ଯ୍ୟ କରିବାକୁ କିଏ ପ୍ରବର୍ତ୍ତାଇଲା ବୋଲି ପ୍ରଶ୍ନ ଉଠୁଛି। ଛାତ୍ରୀଙ୍କ ସାଙ୍ଗମାନଙ୍କର କୌଣସି ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ।
ପରିବାର ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ କି କାହିଁକି ଏମିତି କଲେ ଛାତ୍ରୀ ଜଣଙ୍କ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।ଛାତ୍ରୀଙ୍କର ଚିକିତ୍ସା ଚାଲିଥିବାବେଳେ ସେ ଗୁରୁତର ଅବସ୍ଥାରେ ଅଛନ୍ତି । ଏଭଳି ଘଟଣା ରାଜ୍ୟରେ ପ୍ରଥମ ନୁହେଁ, ଏହା ପୂର୍ବରୁ ମଧ୍ୟ ଆପଣ ଦେଖିଥିବେ ବାଲେଶ୍ୱରରେ କିଭଳି ଭାବରେ ଜଣେ ଛାତ୍ରୀ ନିଜକୁ ଜାଳି ଦେଇଥିଲେ। ଯାହା ରାଜ୍ୟବାସୀଙ୍କୁ ଭୟଭୀତ କରିଥିଲା। ସମାନ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡରେ।
ଏଥିସହ ପଢ଼ନ୍ତୁ:ବାହାଘର ଯୋଡ଼ା ପିନ୍ଧି ବିମାନ ବନ୍ଦରରେ ଅଟକିଛନ୍ତି ନବ ଦମ୍ପତି
ସେପଟେ ମୃତ୍ୟୁ ସହିତ ୬୦ ଘଣ୍ଟାର ଲଢ଼େଇ ପରେ ଶେଷରେ ଜୀବନ ହାରିଥିଲେ ବାଲେଶ୍ୱରର ପୀଡିତା ଜଣଙ୍କ । କୁହାଯାଉଥିଲା କି ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିଲା ବାଲେଶ୍ୱରର ପୀଡିତାଙ୍କର। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ତାଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ଏମ୍ସରେ ଏକ ୧୦ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ମଧ୍ୟ ଦିନରାତି ଏକ କରି ଦେଇଥିଲେ। ଦିଲ୍ଲୀ ଏମ୍ସର ବିଶେଷଜ୍ଞ ଦଳଙ୍କ ସହିତ ବି ନିରନ୍ତର ଯୋଗାଯୋଗରେ ରହି ଚିକିତ୍ସା କରାଯାଉଥିଲା। ତେବେ ଡାକ୍ତରମାନଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା।
ତାଙ୍କର ଶ୍ବାସନଳୀ, ହୃତ୍ପିଣ୍ଡ, ବୃକକ୍ ସମେତ ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ଅକାମି ହୋଇ ପଡ଼ିଥିଲା। ଶେଷରେ ପରିବାର ସଦସ୍ୟ ଓ ହସ୍ପିଟାଲରେ ଉପସ୍ଥିତ ଥିବା ସାଙ୍ଗମାନଙ୍କୁ ଛାତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ଅବଗତ କରାଯାଇଥିଲା। ପୁଣି ଥରେ ରାଜ୍ୟରେ ସମାନ ଘଟଣା ଘଟିଛି, ହେଲେ କାରଣ ଅସ୍ପଷ୍ଟ ରହିଛି । କେଉଁ କାରଣ ପାଇଁ ଛାତ୍ରୀ ଏଭଳି ବଡ଼ ନିଷ୍ପତ୍ତି ନେବାକୁ ମଧ୍ୟ ପଛଘୁଞ୍ଚାଦେଲେ ନାହିଁ ତାହା ପ୍ରଶ୍ନ ଘେରରେ ରହିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: