କଲେଜ ଛାତ୍ରଛାତ୍ରୀ ନେବେ ମାଓ ମୁକାବିଲା ଟ୍ରେନିଂ
·1 year ago

ଅର୍ଗସ ବ୍ୟୁରୋ: ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ନୂଆ ପଦକ୍ଷେପ। କଲେଜ ଛାତ୍ରଛାତ୍ରୀ ନେବେ ମାଓ ମୁକାବିଲା ଟ୍ରେନିଂ। ଆତ୍ମରକ୍ଷା ପାଇଁ ତାଲିମ ନେବେ କଲେଜ ଛାତ୍ରଛାତ୍ରୀ। ଏ ନେଇ ଚିଠି ଲେଖିଛି ଉଚ୍ଚ ଶିକ୍ଷା ବିଭାଗ। ଆସନ୍ତା ଜାନୁଆରୀ ମାସରୁ ଛାତ୍ରଛାତ୍ରୀଙ୍କୁ ମାଓ ମୁକାବିଲା ପାଇଁ ଟ୍ରେନିଂ ଦିଆଯିବ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦେଶ କ୍ରମେ କଲେଜ ସ୍ତରରୁ ଛାତ୍ର ଛାତ୍ରୀଙ୍କୁ ମାଓ ମୁକାବିଲା ତାଲିମ ଦିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ପ୍ରଥମେ ଏଣ୍ଟ୍ରାନ୍ସ ପରୀକ୍ଷା ହେବ, ସେଥିରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କୁ ତାଲିମ ମିଳିବ। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ବଲାଙ୍ଗୀର, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କନ୍ଧମାଳ ଓ ରାୟଗଡାର ଛାତ୍ରଛାତ୍ରୀଙ୍କୁ ଟ୍ରେନିଂ ଦିଆଯିବ। ଏହା ଫଳରେ ସିଧାସଳଖ ମାଓ ମୁକାବିଲା ନ କଲେ ବି ପ୍ରଭାବିତ ଅଞ୍ଚଳରେ କଲେଜ ଛାତ୍ରଛାତ୍ରୀ ଆତ୍ମରକ୍ଷା କରିପାରିବେ।
ଅଧିକ ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: