Videos
|
Odisha

ରାଜଧାନୀର ଛକ ବଜାରରେ ମେଲିଛି ରଙ୍ଗର ଭଣ୍ଡାର

Ritu Das
Browse all articles by Ritu Das
·2 years ago·1 min read
ରାଜଧାନୀର ଛକ ବଜାରରେ ମେଲିଛି ରଙ୍ଗର ଭଣ୍ଡାର

ଅର୍ଗସ ବ୍ୟୁରୋ: ଦିନକ ପରେ ରଙ୍ଗର ପର୍ବ ହୋଲି। ଗାଁଠାରୁ ସହର ଯାଏ ଜମିଲାଣି ରଙ୍ଗର ମାହୋଲ। ରାଜଧାନୀର ରାସ୍ତାକଡରେ ମେଲିଛି ରଙ୍ଗର ପସରା। ହୋଲିକୁ ନେଇ ରାଜଧାନୀରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ଯାଏ ସମସ୍ତେ ହୋଲି ପ୍ରସ୍ତୁତିରେ ଲାଗିଥିବା ବେଳେ ରଙ୍ଗ ବେରଙ୍ଗର ଅବିର କିଣି ଘରକୁ ଆଣୁଛନ୍ତି। ସେହିପରି ଚଳିତ ବର୍ଷ ହୋଲିକୁ ନେଇ କ୍ୟାପସନ୍ ଲେଖାଯାଇଥିବା ଟି-ସାର୍ଟର ମଧ୍ୟ ଚାହିଦା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। 150 ଟଙ୍କାରୁ ନେଇ 200ଟଙ୍କା ମଧରେ ମିଳୁଛି ଟି ସାର୍ଟ ।  ପ୍ରତେକ ଟି-ଶାର୍ଟରେ ଲେଖା ଯାଇଛି ବିଭିନ୍ନ ହୋଲି କ୍ୟାପସନ ଯେଉଁଥି ପାଇଁ  ଯୁବ ପିଢିଙ୍କ ବେଶ ପସନ୍ଦ ଆସୁଛି ।

ବିଭିନ୍ନ ରଙ୍ଗ ସହ ପିଚକାଳୀ ଏବଂ ବିଭିନ୍ନ ପ୍ରକାର ମୁଖା ମଧ୍ୟ ଆକର୍ଷଣ ପାଲଟିଛି । 50ଟଙ୍କାରୁ ନେଇ 1000 ଟଙ୍କା ମଧରେ ମିଳୁଛି ବିଭିନ୍ନ ପ୍ରକାର ପିଚକାଳୀ ।  କେମିକାଲ ରଙ୍ଗ ଭିତରେ ଲୋକଙ୍କ ମୁଖ୍ୟ ପସନ୍ଦ ସାଜିଛି ହର୍ବାଲ କଲର । ସ୍ଵୟଂ ରାଧା ଗୋବିନ୍ଦ ଭକ୍ତଙ୍କ ମେଳରେ ଫଗୁ ଖେଳିବା ସହିତ ଘର ଘର ବୁଲି ଭୋଗ ଖାଇଛନ୍ତି। ମେଲଣ ପଡିଆରେ ବିଭିନ୍ନ ଗାଁରୁ ଆସିଥିବା ବିମାନ ଏକାଠି ହୋଇଥିବା ବେଳେ ନିଆରା ପରିବେଶ ସୃଷ୍ଟି ହୋଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Colorful treasures | Argus News