Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସୁଛି 'ଦାନା', ଶୂନ୍ୟ ମୃତ୍ୟୁ ଉପରେ ରାଜ୍ୟ ସରକାରଙ୍କ ଫୋକସ୍

Banajyotshna Ray
Browse all articles by Banajyotshna Ray
·1 year ago
ଆସୁଛି 'ଦାନା', ଶୂନ୍ୟ ମୃତ୍ୟୁ ଉପରେ ରାଜ୍ୟ ସରକାରଙ୍କ ଫୋକସ୍

ଅର୍ଗସ ବ୍ୟୁରୋ:  ଭୀଷଣ ବାତ୍ୟାର ରୂପ ନେଇଛି ସାମୁଦ୍ରିକ ଝଡ଼ ‘ଦାନା । ତେବେ ବାତ୍ୟା ‘ଦାନା’ ଭିତରକନିକା-ଧାମରା ମଧ୍ୟରେ ଅତିକ୍ରମ କରିପାରେ । ୨୪ ତାରିଖ ରାତିରୁ ୨୫ ସକାଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ । ଯାହାର ପ୍ରଭାବରେ ଆଜିଠାରୁ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେଲାଣି। ବାତ୍ୟାରେ ଶୂନ୍ୟ ମୃତ୍ୟୁ ଉପରେ ରାଜ୍ୟ ସରକାରଙ୍କ ଫୋକସ୍ । ବୁଧବାର ବାତ୍ୟା ପରିଚାଳନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଭାଗୀୟ ଅଧିକାରୀଙ୍କ ସହ ହୋଇଛି ଘନ ଘନ ଆଲୋଚନା ହୋଇଛି । ହାଇଆଲର୍ଟ ଜିଲ୍ଲାରେ ସ୍ଥିତି ସମୀକ୍ଷା କରୁଛନ୍ତି ଦାୟିତ୍ବରେ ଥିବା ମନ୍ତ୍ରୀ । ସଜାଗ ରହିଛି ମେଡିକାଲ ଟିମ୍ । ପ୍ରସୂତିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା । ମେଡିକାଲରେ ଡାଇରିଆ ସହ ଆଣ୍ଟି ସ୍ନେକ ଭେନମ୍ ମହଜୁଦ କରିବାକୁ ରହିଛି ନିର୍ଦ୍ଦେଶ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
comes cyclone 'Dana', the state government's focus on zero deaths | Argus News