ଆସୁଛି ଦାନା: ସବୁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ
·1 year ago·1 min read

ଜଗତସିଂହପୁର: ବାତ୍ୟାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାରେ ସବୁ ସରକାରୀ ଅଧିକାରୀ କାର୍ଯ୍ୟାଳୟ ଛୁଟି ବାତିଲ ହୋଇଛି। ସବୁ ସ୍ଥାନରେ ସତର୍କ ରହିବାକୁ ବ୍ଲକ୍ ଅଧିକାରୀ ଙ୍କୁ ସୂଚନା ଦିଆଯାଇଛି। ବାତ୍ୟା ଆଶ୍ରୟ ସ୍ଥଳକୁ ଚେକ୍ କରାଯାଇଛି। ଆଜି ଠାରୁ ଦୁଇ ଦିନ ପର୍ଯ୍ୟନ୍ତ ଜିଲ୍ଲାପାଳ ସମେତ ସମସ୍ତ ଅଧିକାରୀ ସବୁ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଜାରି ରହିଛି। ପାନୀୟ ଜଳ ସୁବିଧା ରହିଛି।
ଖାଦ୍ୟ ର ଅଭାବୀ ନହେବାକୁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗର୍ଭବତୀ ମହିଳା ଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ଆଜି ସୁଦ୍ଧା ସମସ୍ତ ମର୍ତ୍ସଯିବି ଫେରି ଆସିବା କୁ ନିର୍ଦ୍ଦେଶ ଦିଆଯାଇଛି। 26 ଗୋଟି ପାୱାର ବୋଟ ରହିଛି। ଜିଲ୍ଲାରେ Odrf ଟିମ୍ ଅଛନ୍ତି। ଦରକାର ପଡ଼ିଲେ 2ଟି Ndrf ଟିମ୍ ଆସିବେ। ବିଦ୍ୟୁତ୍ ବିଭାଗ ସହ ଆଲୋଚନା ଶେଷ ହୋଇଛି। ବିଶେଷ କରି କୁଜଙ୍ଗ,ବାଲିକୁଦା,ଏରସମା, ପାରାଦୀପ କୁ ବିଶେଷ ଧ୍ୟାନ ଦିଆଯିବ। କଳା ବଜାରି ଉପରେ ଧ୍ୟାନ ଦିଆଯିବ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: