Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାର୍ବଜନୀନ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ତଦନ୍ତ କମିଶନ ରିପୋର୍ଟ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ସାର୍ବଜନୀନ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ତଦନ୍ତ କମିଶନ ରିପୋର୍ଟ

ଅର୍ଗସ ବ୍ୟୁରୋ:  ରତ୍ନଭଣ୍ଡାର ଚାବି ହଜିବା ମାମଲା ଉପରୁ ହଟିବ ପରଦା । ଏ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶାର ବିଜେପି ସରକାର। ସାର୍ବଜନୀନ ହେବ ରତ୍ନଭଣ୍ଡାର ଚାବି ହଜିବା ମାମଲାର ତଦନ୍ତ ପାଇଁ ଗଠିତ ଜଷ୍ଟିସ ରଘୁବୀର ଦାସ କମିସନଙ୍କ ରିପୋର୍ଟ। ଏ ନେଇ ରାଜ୍ୟ ସରକାର ହାଇକୋର୍ଟଙ୍କୁ ଅବଗତ କରିଛନ୍ତି । କହିଛନ୍ତି ଆଗାମୀ ରାଜ୍ୟ କ୍ୟାବିନେଟ୍ ବୈଠକରେ ତଦନ୍ତ କମିଶନ ରିପୋର୍ଟ ଉପସ୍ଥାପନ ହେବ। ହାଇକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି 3 ସପ୍ତାହ ପରେ ହେବ।

ସେପଟେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆସନ୍ତା 8 ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ହୋଇଥିବା କହିଛନ୍ତି ASI ସୁପରିଟେଣ୍ଡେଣ୍ଟ । କହିଛନ୍ତି ଲେଜର ସ୍କାନିଂ ଓ 2018 ରିପୋର୍ଟ ଆଧାରରେ ରତ୍ନଭଣ୍ଡାର ଖୋଲାଯିବ । ସ୍ଥିତି ଅନୁଧ୍ୟାନ ପରେ  ମରାମତି କାମ କରାଯିବ । ଗୋଟିଏ ପଟେ ASI ସୁପରିଟେଣ୍ଡେଣ୍ଟଙ୍କ ବୟାନ ଅନ୍ୟପଟେ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଭରିଦେଇଛି ଆଶ୍ବସ୍ତି । ଶ୍ରୀଜଗନ୍ନାଥଙ୍କର ଯେଉଁ ରତ୍ନଭଣ୍ଡାର ଓ ଏଥିରେ ଥିବା ରତ୍ନର ସୁରକ୍ଷା ନେଇ ସୃଷ୍ଟି ହୋଇଥିଲା ବଡ଼ ଆଶଙ୍କା, ରତ୍ନଭଣ୍ଡାର ଖୋଲିବା ନେଇ ବିଜେଡି ସରକାରର ଟାଳଟୂଳ ନୀତିକୁ ନେଇ ସୃଷ୍ଟି ହୋଇଥିଲା ତୀବ୍ର ଅସନ୍ତୋଷ, ଏବେ ସେହି ଅସନ୍ତୋଷ ପ୍ରଶମିତ କରିବାକୁ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ବିଜେପି ସରକାର। ଏବେ ଲୋକେ ଜାଣିବେ ସତ।ଓଡ଼ିଶାରେ ବିଜେପିର ପ୍ରଥମ ସରକାର ଶପଥ ନେବାର ମାତ୍ର 6 ଘଣ୍ଟା ମଧ୍ୟରେ ପ୍ରତିଶ୍ରୁତି ମୁତାବକ ଚାରି ଦ୍ବାର ଖୋଲିବାକୁ ନିଷ୍ପତି ନିଆଗଲା। ଏଥିସହ ଶ୍ରୀମନ୍ଦିର ପାଇଁ 5 ଶହ କୋଟିର କର୍ପସ ଫଣ୍ଡ ନିଷ୍ପତ୍ତି ହେଲା। ବାକି ଥିଲା ରତ୍ନ ଭଣ୍ଡାର ଚାବି ହଜିବା ମାମଲାରେ କମିଶନଙ୍କ ତଦନ୍ତ ରିପୋର୍ଟ ସାର୍ବଜନୀନ କରିବା। ନିର୍ବାଚନ ପ୍ରଚାର ସମୟରେ ରତ୍ନଭଣ୍ଡାର ଚୋରି ନେଇ ସନ୍ଦେହ ପ୍ରକଟ କରିଥିଲେ ଖୋଦ ପ୍ରଧାନମନ୍ତ୍ରୀ । କେନ୍ଦ୍ର ଗୃହମନ୍ତ୍ରୀ  ଅମିତ ଶାହ ପ୍ରଶ୍ନ କରିଥିଲେ କୁଆଡେ ଗଲା କମିଶନ ରିପୋର୍ଟ । ବିଜେପି ପ୍ରତିଶ୍ରୁତି ଦେଇଥିଲା ଓଡ଼ିଶାରେ ନୂଆ ସରକାର ଗଠନର 100 ଦିନ ଭିତରେ ସାର୍ବଜନୀନ କରାଯିବ ତଦନ୍ତ ରିପୋର୍ଟ। 

ଶେଷଥର ପାଇଁ 1978 ମସିହାରେ ଶ୍ରୀମନ୍ଦିରର ରତ୍ନଗଣନା ହୋଇଥିଲା। ପୁଣି ରତ୍ନଭଣ୍ଡାର ସୁରକ୍ଷା ନେଇ ବାରମ୍ବାର ଆଶଙ୍କା ପ୍ରକଟ କରିଆସିଛି ଏଏସଆଇ । କହିଛି ବାହାର କାନ୍ଥରେ ଫାଟ ଅଛି ଯାହା ଭବିଷ୍ୟତରେ କରିପାରେ ବଡ଼ କ୍ଷତି । ଗତବର୍ଷ ସେପଟେମ୍ବରରେ ହାଇକୋର୍ଟ ଉଚ୍ଚସ୍ତରୀୟ ରତ୍ନଭଣ୍ଡାର ତଦାରଖ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ ବି ପୂର୍ବ ବିଜେଡି ସରକାର 5 ମାସରୁ ଅଧିକ ସମୟ ଗଡ଼ାଇଥିଲେ । ପୋଲ୍ ଖୋଲିଯିବା ଭୟରେ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କରିଥିବା ରଘୁବୀର ଦାସ କମିଶନଙ୍କ ରିପୋର୍ଟ 5 ବର୍ଷ ଧରି ଚାପି ରଖି ସାର୍ବଜନୀନ କରିନଥିଲେ ବିଜେଡି ସରକାର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
Commission of Inquiry report on loss of key to Srimandir jewels to be made public | Argus News