Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - CMOରୁ ଫାଇଲ୍ ଚୋରି ପଛରେ କିଏ ? ଗୃହ ବିଭାଗରେ କମିଶନରେଟ ପୋଲିସର ଛାନଭିନ୍‌

Odisha

CMO File Investigation / CMOରୁ ଫାଇଲ୍ ଚୋରି ପଛରେ କିଏ ? ଗୃହ ବିଭାଗରେ କମିଶନରେଟ ପୋଲିସର ଛାନଭିନ୍‌

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
CMOରୁ ଫାଇଲ୍ ଚୋରି ପଛରେ କିଏ ? ଗୃହ ବିଭାଗରେ କମିଶନରେଟ ପୋଲିସର ଛାନଭିନ୍‌
CMO File Investigation

Key Points

କାଲି ଅଭିଯୋଗ, ଆଜି ଆକ୍ସନ
ଗୃହ ବିଭାଗରେ କମିଶନରେଟ ପୋଲିସର ଛାନଭିନ
ଯୁଗ୍ମ ସଚିବଙ୍କୁ ପରଚାଉଚରା
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କେମିତି ଗାଏବ ହେଲା କମିଶନ ରିପୋର୍ଟ । ଗାଏବ ପଛରେ କିଏ ? ରିପୋର୍ଟ ଚାପି ଦେବାକୁ ଚୋରି ହୋଇଛି କି ରିପୋର୍ଟ ? ଏସବୁ ପ୍ରଶ୍ନ ଭିତରେ ଆଜି ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ । ଅନ୍ୟପଟେ ଫାଇଲକୁ ଯୋଜନା ବଦ୍ଧ ଭାବେ ଚୋରି କରାଯାଇଥିବା ଅଭିଯୋଗ ଆଣିଛି ଶାସକ ଦଳ । ଏମିତି କି ଫାଇଲ୍ ଗାଏବ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଦୁଇ ଦୁଇ ଥର ଚିଠି ଲେଖି ଅବଗତ କରାଯାଇଥିବା ବି କହିଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇ ଫାଇଲ ଚୋରି ହେବା ଘଟଣାରେ ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଫାଇଲ ଚୋରି ପଛରେ କିଏ ? ମନ୍ତ୍ରୀ ନା ଅଧିକାରୀ ? ଫସିବେ କି ପୂର୍ବ ସରକାରର ତୃତୀୟ ମହଲାର ପାୱାରଫୁଲ ବାବୁ । ସରକାର ବଦଳୁ ବଦଳୁ କିଏ ଗାଏବ କରିଦେଲା କମିଶନ ରିପୋର୍ଟ ? ଏସବୁ ଚର୍ଚ୍ଚା ଭିତରେ ଆଜି ପ୍ରାୟ ୩୦ ମିନିଟ ଧରି ଅଭିଯୋଗକାରୀ ଗୃହ ବିଭାଗ ଯୁଗ୍ମ ସଚିବ ଶରତ ମାରାଣ୍ଡିଙ୍କ ଠାରୁ ତଥ୍ୟ ନେବା ସହ ପଚରା ଉଚରା କରିଛି ପୋଲିସ । ତଦନ୍ତ ପାଇଁ ଜଣେ ଏସିପି ଏବଂ ଦୁଇ ଆଇଆଇସିଙ୍କୁ ନେଇ ଗଠନ ହୋଇଛି ସ୍ଵତନ୍ତ୍ର ଟିମ୍ ।

ଅଭିଯୋଗରେ ଦର୍ଶାଯାଇଛି ୨୦୧୬ରେ ଲକ୍ଷ୍ମଣାନନ୍ଦ ସରସ୍ଵତୀ ହତ୍ୟା ମାମଲା ତଥା କନ୍ଧମାଳ ଦଙ୍ଗା ଘଟଣାରେ ନାଇଡୁ କମିଶନ ରିପୋର୍ଟ ଗାଏବ ଅଛି । ନିର୍ବାଚନ ପୂର୍ବରୁ ଗୃହ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲା ସମସ୍ତ କମିଶନ ରିପୋର୍ଟ । କିନ୍ତୁ ସରକାର ବଦଳିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟରୁ ସମସ୍ତ ଫାଇଲ ଫେରିଥିଲା ହେଲେ ଦୁଇଟି ଫାଇଲ ଫେରିନଥିଲା ।

ଅନ୍ୟପଟେ ସାମ୍ବାଦିକ ସମ୍ମିଳନୀ କରି କମିଶନ ରିପୋର୍ଟକୁ ଯୋଜନାବଦ୍ଧ ଭାବେ ଚୋରି କରାଯାଇଥିବା ଅଭିଯୋଗ ଆଣିଛି ବିଜେପି । ସାଧାରଣ ସଂପାଦକ ବିରଞ୍ଚି ତ୍ରିପାଠୀ କହିଛନ୍ତି, ୨୦୨୫ ସେପ୍ଟେମ୍ବର ୧୦ ଏବଂ ନଭେମ୍ବର ୪ରେ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫାଇଲ ନ ଥିବା ନେଇ ଚିଠି କରାଯାଇଥିଲା । ୨୦୨୫ ନଭେମ୍ବର ୧୧ ତାରିଖରେ ବିରୋଧି ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ବ୍ୟକ୍ତିଗତ ସଚିବଙ୍କୁ ଫାଇଲ ଖୋଜିବାକୁ କୁହାଯାଇଥିଲା । ତେଣୁ ଏ ଫାଇଲକୁ ଯୋଜନା ବଦ୍ଧ ଭାବରେ ଚୋରି କରାଯାଇଛି । ବିଜେଡି ଓ ନବୀନ ବାବୁଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି ବୋଲି ବିଜେପି ଅଭିଯୋଗ କରିଛି । ତେବେ ଆଗକୁ ପୋଲିସ ତଦନ୍ତ କେଉଁ ମୋଡ଼ ନେଉଛି, କାହାକୁ କାହାକୁ ତଦନ୍ତ ପରିସର ଭୁକ୍ତ କରୁଛି ତା' ଉପରେ ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored