ପୋଲିସ କବଜାରେ ପର୍ଶୁରାମ ଗିରି, ୨୧ ଲକ୍ଷ ଟଙ୍କା, ୭୦୦ ଗ୍ରାମ୍ ସୁନା ଜବତ

ଅର୍ଗସ ବ୍ୟୁରୋ: କମିଶନରେଟ ପୋଲିସ କବଜାରେ ଦୁର୍ଦ୍ଦାନ୍ତ ଲୁଟେରା ପର୍ଶୁରାମ ଗିରି । ତା ନିକଟରୁ ୨୧ ଲକ୍ଷ ଟଙ୍କା, ୭୦୦ ଗ୍ରାମ୍ ସୁନା, ୭ କିଲୋ ରୁପା ଜବତ । ତାଲା ପଡିଥିବା ଘରକୁ କରୁଥିଲା ଟାର୍ଗେଟ୍ । ଚୋରି ଟଙ୍କାରେ ମୁମ୍ବାଇ, କୋଲକତା, ଗୋଆର ବଡ଼ ବଡ଼ ହୋଟେଲରେ କରୁଥିଲା ଅୟସ । ଲୁଟେରା ପର୍ଶୁରାମ ଗିରିକୁ ଗିରଫ କରିଛି କମିଶନରେଟ ପୋଲିସ । 21ଟି ଚୋରି ମାମଲାରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ, ପୂର୍ବରୁ 5 ଥର ଗିରଫ ହୋଇଛି । 50ଟି କେସ୍ ରହିଛି ପର୍ଶୁରାମ ନାଁରେ । ଅଭିଯୁକ୍ତ ପାଖରୁ 21 ଲକ୍ଷ, 700 ଗ୍ରାମ୍ ସୁନା, 7 କିଲୋ ରୂପା ସହ ବାଇକ ଓ ମୋବାଇଲ ଫୋନ୍ ଜବତ ହୋଇଛି । କ୍ରାଇମସିନ ରିକ୍ରିଏସନ କଲା ଅଭିଯୁକ୍ତ । କେମିତି ଘରେ ପଶୁଥିଲା ଡେମୋ କରି ଦେଖାଇଲା ।
ସିସିଟିଭି ଫୁଟେଜ ରେ ଚୋରୀ ର ଚିତ୍ର କଏଦ । କେଶୁରା ଛକରେ ଥିବେ ଏକ କୁକୁଡ଼ା ଭାଡ଼ି ତଳେ ବାଲି ରେ ଲୁଚେଇ ଥିଲା ଲୁହ ରଡ଼ । ବିନା ଚପଲରେ ଚୋରୀ କରୁଥିଲା, ଚୋରୀ ବେଳେ ମୋବାଇଲକୁ ଫ୍ଲାଇଟ ମୁଡ଼ ରଖୁଥିଲା । ରାତିରେ ଚୋରି କରେ । ଯେଉଁ ଘର ବାହାରେ ତାଲା ପଡ଼ିଥିବ କିମ୍ବା ଘରେ ଏସି କିମ୍ବା ଫ୍ୟାନ ଚାଲୁ ନଥିବ ସେ ଘରକୁ ଟାର୍ଗେଟ କରୁଥିଲା ପର୍ଶୁରାମ । ଯେଉଁ ଘରେ ପଶୁଥିଲା କେବଳ ସୁନା ଗହଣା ଲୁଟୁଥିଲା । କେବଳ ଗ୍ରିଲ ଲାଗିଥିବା ଘରକୁ ଟାର୍ଗେଟ କରୁଥିଲା । 2013 ରୁ ପେସାଦାର ଅପରାଧ ଆରମ୍ଭ କରିଥିଲା ।
2006ରେ ସ୍ତ୍ରୀକୁ ହତ୍ୟା କରି ଗିରଫ ହୋଇଥିଲା ପର୍ଶୁରାମ । ଚୋରି ଟଙ୍କାରେ LICରେ ଟଙ୍କା ରଖିଥିଲା, ଗାଁରେ ଘର କରିଛି । ଚୋରି ଟଙ୍କାରେ ରାଜ୍ୟ ବାହାରେ ମଉଜ କରୁଥିଲା । ମୁମ୍ବାଇ, କଲିକତା, ଗୋଆକୁ ଫ୍ଲାଇଟ ରେ ଯାଉଥିଲା । ତାଜ୍ ଭଳି ବଡ ବଡ ହୋଟେଲରେ ରହୁଥିଲା । ସବୁଠୁ ବଡ଼ କଥା ହେଉଛି ଗିରଫ ପର୍ଶୁରାମ ନବମ ଫେଲ୍ । ତା ଘର ବାଲେଶ୍ବର ସୋର ରେ ଅଂଚଳରେ ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: