Videos
|
Odisha

କମିଶନରେଟ ପୋଲିସ ହାତରେ ଶଳା ଭିଣେଇ ଗ୍ୟାଙ୍ଗ ,୩ ଗିରଫ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
କମିଶନରେଟ ପୋଲିସ ହାତରେ ଶଳା ଭିଣେଇ ଗ୍ୟାଙ୍ଗ ,୩ ଗିରଫ

ଅର୍ଗସ ବ୍ୟୁରୋ : କଟୁରି ଦେଖାଇ ଝାଂପୁଥିଲେ ଚେନ । କମିଶନରେଟ ପୋଲିସ ହାତରେ ଶଳା ଭିଣେଇ ଗ୍ୟାଙ୍ଗ  । ୩ ହାର୍ଡକୋର ଅପରାଧୀଙ୍କୁ କାବୁ କଲା କମିଶନରେଟ ପୋଲିସ । ମର୍ନିଙ୍ଗ ୱାର୍କ ରେ ସକାଳୁ ଯାଉଥିବା ମହିଳାଙ୍କୁ କରୁଥିଲେ ଟାର୍ଗେଟ । ୩ ମାସ ରେ ୬ ଟି ଏଭଳି କେସ ସାମ୍ନାକୁ ଆସିଥିଲା । ଅଭିଯୁକ୍ତ ମାନେ ହେଲେ ଗଣେଶ ପୂର୍ତ୍ତି,ଶଙ୍କର ଦାସ ଓ ସେକ ନିମୟାର । ଜେଲରେ ଏକାଠି ହୋଇ ଛିନ ପ୍ଲାନିଂ କରିଥିଲେ ୩ ଅଭିଯୁକ୍ତ । ଗଣେଶ ଓ ଶଙ୍କର ଶଳା ଭେଣେଇ ହୋଇଥିବା ବେଳେ ୨୦୨୧ ରେ ଗିରଫ ହୋଇ ଜେଲ ଯାଇଥିଲେ ।

ଅଧିକ ପଢନ୍ତୁ : ଭିଜିଲାନ୍ସ ଜାଲରେ ପଡିଲେ ମତ୍ସ୍ୟ ସମ୍ପଦ ବିଭାଗ ଡେପୁଟି ଡାଇରେକ୍ଟର

ଗୋଟିଏ ମାମଲା ରେ ଉଭୟଙ୍କୁ ୭ ବର୍ଷ ଜେଲ ଦଣ୍ଡ ମଧ୍ୟ ହୋଇଛି । ଗତ ମେ ମାସରେ ଜେଲରୁ ବାହାରିବା ପରେ ପୁଣି ଛିନତାଇ ଆରମ୍ଭ କରିଥିଲେ । କଟକରେ ୨ ଟି ଭୁବନେଶ୍ୱରରେ ୬ଟି । ଅଭିଯୁକ୍ତଙ୍କ ଠାରୁ ୪ଟି ସୁନା ଚେନ, ୩ ଟି ମୋବାଇଲ, ଗୋଟିଏ ମଟର ସାଇକେଲ ଓ କଟୁରୀ ଜବତ । ଅଭିଯୁକ୍ତଙ୍କ ଶଙ୍କର ନାଁରେ ରାଜ୍ୟର ବିଭିନ୍ନ ୨୯ ମାମଲା ଓ ଗଣେଶ ନା ରେ ୩୯ ଟି ମାମଲା ରହିଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Commissionerate Police arrests 3 gangs | Argus News