Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜଧାନୀର ଦୁର୍ଗା ପୂଜା ପାଇଁ କମିସନରେଟ ପୋଲିସର ସ୍ଵତ୍ତନ୍ତ୍ର ଗାଇଡ ଲାଇନ

Manini Pattanayak
Browse all articles by Manini Pattanayak
·1 year ago·2 min read
ରାଜଧାନୀର ଦୁର୍ଗା ପୂଜା ପାଇଁ କମିସନରେଟ ପୋଲିସର ସ୍ଵତ୍ତନ୍ତ୍ର ଗାଇଡ ଲାଇନ

ଭୁବନେଶ୍ୱର:  ଆସୁଛି ଦୂର୍ଗା ପୂଜା। ଧରାବତରଣ କରିବେ ଜଗତଜନନୀ।  ମା ଆସିବା ନେଇଁ  ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି। ଏଥିପାଇଁ ପୋାଲିସ ପ୍ରଶାସନ ମଧ୍ୟ ଖୁବ୍‌ ତତ୍‌ପର  ଏବଂ କିପରି ଶାନ୍ତି ଶୃଙ୍ଖଳର ସହ ମାଙ୍କ ପୂଜା କରାଯିବ ସେନେଇ ବ୍ୟସ୍ତ ପୋଲିସ୍‌।   ରାଜଧାନୀର ଦୁର୍ଗା ପୂଜା ପାଇଁ କମିସନରେଟ ପୋଲିସର ସ୍ଵତ୍ତନ୍ତ୍ର ଗାଇଡ ଲାଇନ।  ମଦ ଓ ଡିଜେକୁ ବାଦ୍ ଦେଇ ପୂଜା ମଣ୍ଡପରେ ପ୍ଲାଷ୍ଟିକ ମୁକ୍ତ ପୂଜା କରିବେ ଦୁର୍ଗା ପୁଜା କମିଟି। ଆଉ ପ୍ରଥମ ଥର ପାଇଁ ନିୟମ ମାନିବା ପାଇଁ କମିଟି ସଦସ୍ୟଙ୍କୁ ଶପଥ ପାଠ କରାଇବ କମିଶନରେଟ ପୋଲିସ । ରାଜଧାନୀରେ ଧୁମଧାମରେ ପାଳନ ହେବ ଦୁର୍ଗାପୂଜା । ସୁସଜ୍ଜିତ ମେଢ଼ ସାଙ୍ଗକୁ ଆଲୋକ ମାଳା ଓ ଆତସବାଜି ।

ଏଥିପାଇଁ  ସରିଛି ପ୍ରସ୍ତୁତି ବୈଠକ । ଦଶହରାରେ ରାଜଧାନୀରେ ଟ୍ରାଫିକ, ଲ ଆଣ୍ଡ  ଅର୍ଡର, ମେଲୋଡି ଓ ରାବଣପୋଡିକୁ ସମୟରେ ସବୁକିଛି କିଭଳି ସୁରୁଖୁରୁରେ  ସମ୍ପନ୍ନ ହୋଇପାରିବ ତାହାକୁ ନେଇ ହୋଇଛି ବିସ୍ତୃତ ଆଲୋଚନା । ପୁଜାରେ କେହି ବଟି ମାଗିଲେ କି ଚାନ୍ଦା ପାଇଁ ଜବରଦସ୍ତି କଲେ ବନ୍ଧା ହେବେ ବୋଲି  ରୋକ ଠୋକ ଚରମ ବାଣୀ ଶୁଣାଇଛି କମିସନରେଟ ପୋଲିସ।  କେବଳ ସେତିକି ନୁହେଁ ସୁରୁଖୁରରେ ପାର୍ବଣ ଋତୁର ମଉଜ ଓ ସୁରକ୍ଷା ପାଇଁ ମୁତୟନ ହେବେ ମହିଳା ପୋଲିସ । ଗଳି ଗଳିରେ ଛକ ଛକରେ ସିସିଟିଭି ରେ ଛାଉଣୀ ହେବ ପୂଜା ମଣ୍ଡପ ।  

ଭୁବନେଶ୍ୱରରେ ଏଥର ଲୋକେ ଦେଖିବେ ୧୭୧ ଟି ମୃଣ୍ମୟୀ ମୂର୍ତ୍ତି । ପୂର୍ବ ବର୍ଷ ଭଳି ଧୁମଧାମରେ ଦଶହରା ପାଳନ ହେବ ତାହାକୁ ନେଇ ଅଣ୍ଟା ଭିଡ଼ିଛି ପ୍ରଶାସନ। ଟ୍ରାଫିକ, ଲ ଆଣ୍ଡ ଅର୍ଡର, ପୋଲିସ ପାଇଁ ପାଲଟିଛି ବଡ଼ ଚ୍ୟାଲେଞ୍ଜ । ସେହିପରି ବିନା କେମିକାଲ ଓ ବିନା ପ୍ଲାଷ୍ଟିକରେ ମୂର୍ତ୍ତି ନିର୍ମାଣ କରିବାକୁ ଅନେକ ପୂଜା କମିଟି କହିଛନ୍ତି । ପୂଜା ମଣ୍ଡମରେ ଅନୁଷ୍ଠିତ ହେଉଥିବା ମେଲୋଡି କାର୍ଯ୍ୟକ୍ରମ ୧୦ ଟା ପରିବର୍ତ୍ତେ ୧୨ ଟା ସୁଦ୍ଧା ଶେଷ କରିବାକୁ କୁହାଯାଇଛି । ରାବଣ ପୋଡିବେଳେ ଶବ୍ଦ ପ୍ରଦୂଷଣ କରୁଥିବା ବାଣ କୁ ବ୍ୟବହାର ନକରିବାକୁ ନିବେଦନ କରାଯାଇଛି । ଭସାଣି ବେଳେ ଭାଇବ୍ରେଟ ମ୍ୟୁଜିକ, ଡିଜେ ବାରଣ କରାଯାଇଛି । ଅବକାରୀ ବିଭାଗକୁ ଚୋରା ମଦ କାରବାର ରୋକିବାକୁ ନିର୍ଦ୍ଦେଶ ସମନ୍ୱୟ ବୈଠକରେ ମତ ପ୍ରକାଶ ପାଇଛି ।  ବିଏମସି ପକ୍ଷରୁ ଡ୍ରେନେଜ ସମସ୍ୟାର ର ସମାଧାନ, ରାସ୍ତା ଘାଟ ମରାମତି ଓ ଅନ୍ୟାନ୍ୟ ସୁବିଧା ଯୋଗାଇବା ପାଇଁ ୩ କୋଟି ୩୫ ଲକ୍ଷର ଅନୁଦାନ ଦିଆଯାଇଛି । ସେହିପରି ବିଦ୍ୟୁତ ପାଇଁ ସିଙ୍ଗିଲ ମିଟର ବ୍ୟବସ୍ଥା, ଭ୍ରାମ୍ୟମାଣ ଟଏଲେଟ ବ୍ୟବସ୍ଥା ଓ ଅଗ୍ନିଶମ, ପାନୀୟ ଜଳ, ଖୋଳା ହୋଇଥିବା ରାସ୍ତାଘାଟ ନିର୍ମାଣ, ଗଛ କଟା ଆଦି ପ୍ରସଙ୍ଗରେ ବିଭିନ୍ନ ବିଭାଗର ସହଯୋଗ ଲୋଡିଥିଲେ ପୂଜା କମିଟି ସଦସ୍ୟ ।   ପାର୍ବଣ ବେଳେ ଆକ୍ଟିଭ ହୋଇପାରନ୍ତି ଲୁଟେରା । ରାଜଧାନୀରେ ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ଏବେଠୁ ଭୁବନେଶ୍ୱର ପୋଲିସ ସଜାଗ ଥିବା କହିଛନ୍ତି କମିଶନର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Sponsored
Commissionerate Police Special Guideline for Durga Puja in Capital | Argus News