Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହିଞ୍ଜିଳି କଲେଜ ବିରୋଧରେ ଆସିଲା ସଂଗୀନ ଅଭିଯୋଗ

Smruti Parija
Browse all articles by Smruti Parija
·2 years ago·1 min read
ହିଞ୍ଜିଳି କଲେଜ ବିରୋଧରେ ଆସିଲା ସଂଗୀନ ଅଭିଯୋଗ

ଭୁବନେଶ୍ୱର: ରାଜ୍ୟରେ ରସାତଳଗାମୀ ଶିକ୍ଷା ବ୍ୟବସ୍ଥା । କଲେଜ କ୍ୟାମ୍ପସରେ ମହାଦୁର୍ନୀତି ଅଭିଯୋଗ । ଏଥିସହ କଲେଜ କ୍ୟାମ୍ପସରେ ସେକ୍ସ ରାକେଟ ଚାଲିଥିବା ଅଭିଯୋଗ ହୋଇଛି । ହିଞ୍ଜିଳି କଲେଜ ବିରୋଧରେ ଆସିଲା ସଂଗୀନ ଅଭିଯୋଗ । କଲେଜରେ ଦୁର୍ନୀତି ନେଇ ମଧ୍ୟ ଉଚ୍ଚଶିକ୍ଷା ବିଭାଗରେ ଅଭିଯୋଗ ହେବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।  ଏଭଳି ସାଂଘାତିକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ୱୟଂଶାସିତ ସାଇନ୍ସ କଲେଜରୁ । 

ତେବେ ଉଚ୍ଚ ଶିକ୍ଷା ବିଭାଗ ଦେଇଥିବା ଅଭିଯୋଗ ଚିଠିରେ ଦର୍ଶାଇଛି ଯେ, ଗତ ଦୁଇ ବର୍ଷ ହେଲା ଏଭଳି ସେକ୍ସ୍ ରାକେଟ କାରବାର ଚାଲୁଛି କଲେଜ କ୍ୟାମ୍ପସ ମଧ୍ୟରେ । ଏହାସହ କଲେଜର ଅନେକ ଦୁର୍ନୀତି ଅନିୟମିତତା ହୋଇଥିବା ନେଇ ମଧ୍ୟ ଅଭିଯୋଗ ଆସିଛି । 

ଅଭିଯୋଗ ହୋଇଛି ଯେ, ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ସ୍ୱୟଂଶାସିତ ସାଇନ୍ସ କଲେଜରୁ ରାତି ସମୟରେ ସେକ୍ସ୍ ରାକେଟ ଚାଲୁଛି । ଏନେଇ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । କେବଳ ଗଞ୍ଜାମ ନୁହେଁ ସାରା ରାଜ୍ୟରୁ ଅଧ୍ୟାପକଙ୍କ ବିରୋଧରେ ଏବେ ମାଳ ମାଳ ଅଭିଯୋଗ ଆସିଛି । ଭୁବନେଶ୍ୱର, ସମ୍ବଲପୁର ବାଲେଶ୍ଵର ଏବଂ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ଥିବା ସମସ୍ତ କଲେଜ ଅଧ୍ୟକ୍ଷ ସମେତ ଅଧ୍ୟାପକ ମାନଙ୍କ ବିରୋଧରେ ଆସୁଛି ସାଙ୍ଘାତିକ  ଅଭିଯୋଗ । କେଉଁଠି କଲେଜର ସାମଗ୍ରୀକୁ ନେଇ ଦୁର୍ନୀତି ତ କେଉଁଠି ଅଧ୍ୟାପକ ନିଯୁକ୍ତି ସମେତ ଆର୍ଥିକ କାରବାରକୁ ନେଇ ଅଭିଯୋଗ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
complaint against Hingili College-sex-racket-is-going-on-in-hinjili-college- | Argus News