Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କ୍ୟାପିଟାଲ ଥାନାରେ ଭିକେ ପାଣ୍ଡିଆନ୍‌ଙ୍କ ନାଁରେ ଏତଲା

Smruti Parija
Browse all articles by Smruti Parija
·1 year ago·1 min read
କ୍ୟାପିଟାଲ ଥାନାରେ ଭିକେ ପାଣ୍ଡିଆନ୍‌ଙ୍କ ନାଁରେ ଏତଲା

ଅର୍ଗସ ବ୍ୟୁରୋ: ପାଣ୍ଡିଆନଙ୍କ ନାଁ ରେ ଏତଲା ।  କ୍ୟାପିଟାଲ ଥାନାରେ ଭିକେ ପାଣ୍ଡିଆନ୍‌ଙ୍କ ନାଁରେ ଏତଲା ହୋଇଛି । ଏକ କିମ୍ବା ଦୁଇ କୋଟି ନୁହଁ ନିର୍ବାଚନକୁ ନିଜ ଆଡକୁ ପ୍ରଭାବିତ କରିବାକୁ 300 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଭିକେ ପାଣ୍ଡିଆନ ।  ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଅଭିଯୋଗ ଆଇନଜୀବି ତଥା ସୂଚନା ଅଧିକାର କର୍ମୀ ସୁଧୀର ମହାନ୍ତି ।  

ଅଭିଯୋଗ ଅନୁସାରେ ନିର୍ବାଚନ ସମୟରେ ସରକାରୀ ଅର୍ଥ ଅପବ୍ୟବହାର, ସରକାରୀ ଆଇନ ଉଲଂଘନ କରୁଥିଲେ ଭିକେ ପାଣ୍ଡିଆନ ।  କୋଟି କୋଟି ଟଙ୍କା ମାଫିଆଙ୍କ ଠାରୁ ଆଦାୟ କରି ସେସବୁ ଖର୍ଚ୍ଚ କରିଛନ୍ତି । ତାଙ୍କର ଏଭଳି କାର୍ଯ୍ୟ ରାଜ୍ୟର ବିକାଶରେ ପ୍ରତିବନ୍ଧକ ସାଜଛି ।  ଏହି ଦୃଷ୍ଟିରୁ ଏକ କମିଟି ଗଠନ କରାଯାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। 

ଆହୁରି ପଢନ୍ତୁ ରାଜନୀତି ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
complaint-against-vk-pandian-at-capital-thana | Argus News