Videos
|
Odisha

ଭତ୍ତା ଟଙ୍କା ଅନିୟମିତତା ନେଇ ବିଡିଓଙ୍କ ନିକଟରେ ଅଭିଯୋଗ

Ritu Das
Browse all articles by Ritu Das
·1 year ago
ଭତ୍ତା ଟଙ୍କା ଅନିୟମିତତା ନେଇ ବିଡିଓଙ୍କ ନିକଟରେ ଅଭିଯୋଗ

ଅର୍ଗସ ବ୍ୟୁରୋ: କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ୍ ଉତ୍ତାରଣ ପଞ୍ଚାୟତରେ ଗତ ଆଠ ମାସ ମଧ୍ୟରେ ବଳକା ଭତ୍ତା ଟଙ୍କା ବାବଦକୁ ପ୍ରାୟ ୮ ଲକ୍ଷ ଅଶି ହଜାର ଟଙ୍କା ହେରଫେର ହୋଇଥିବା ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି ପଞ୍ଚାୟତ ବାସୀ। ଉତ୍ତାରଣ ସରପଞ୍ଚ ହେମନ୍ତ ମଲ୍ଲିକ ଏହି ଅଭିଯୋଗକୁ ଖଣ୍ଡନ କରି ଭିତ୍ତିହୀନ ବୋଲି  କହିବା ସହ ତଦନ୍ତକୁ ସ୍ବାଗତ କରିବେ ବୋଲି କହିଛନ୍ତି। 

ଅନ୍ୟପଟେ ଅଭିଯୋଗ ପାଇବା ପରେ ବିଡିଓ ସ୍ଵପ୍ନିତା ନାୟକ ଉତ୍ତାରଣ ପଞ୍ଚାୟତ ର ବ୍ୟାଙ୍କ୍ ପାସବୁକ୍ ଯାଞ୍ଚ କରାଯାଇ ଅର୍ଥ ଉଠାଣ ହୋଇଛି କି ନାହିଁ କିମ୍ବା କୌଣସି ଆର୍ଥିକ ଅନିୟମିତତା ହୋଇଥିଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି। ତେବେ ଏହି ଘଟଣା ସମଗ୍ର କଣ୍ଟାପଡ଼ା ବ୍ଲକରେ ଆଲୋଚନାର ବିଷୟବସ୍ତୁ ପାଲଟିଥିବା ବେଳେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବାର ଆବଶ୍ୟକତା ରହିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Complaint to | Argus News