Videos
|
Odisha

ନ୍ୟାୟ ନପାଇ ଥାନା ଆଗରେ ଧାରଣା

Banajyotshna Ray
Browse all articles by Banajyotshna Ray
·2 years ago
ନ୍ୟାୟ ନପାଇ ଥାନା ଆଗରେ ଧାରଣା

ଅର୍ଗସ ବ୍ୟୁରୋ:  ନ୍ୟାୟ ନପାଇ ଥାନା ଆଗରେ ଧାରଣା। କଟକ ଯୋଡୁମୁ ଥାନା ଅନ୍ତର୍ଗତ ବାରଭାୟା ଗ୍ରାମର ସଂସାରୀ ପ୍ରତିହାରୀ । ସଂସାରୀଙ୍କ ଠାରୁ ଶରତ ପ୍ରଧାନ ନାମକ ଜଣେ ବ୍ୟକ୍ତି ଧାର ନେଇଥିଲେ। ତେବେ ଧାର ଟଙ୍କା ମାଗିବାରୁ ସଂସାରୀଙ୍କ ଘର ଉପରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ସଂସାରୀଙ୍କ ପତ୍ନୀ ରୀନା ଗୁରୁତର ଆହତ ହୋଇ କଟକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ଏନେଇ ସଂସାରୀ ଯୋଡୁମୁ ଥାନାରେ ଅଭିଯୋଗ କରିଥିଲେ। ତେବେ ଥାନାରୁ ନ୍ୟାୟ ନପାଇବାରେ ଶେଷରେ ସେ ଆଠଗଡ଼ ଉପଖଣ୍ଡ ପୋଲିସ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ସହ ଧାରଣାରେ ବସିଥିଲେ ସଂସାରୀଙ୍କ ପରିବାର। ପୋଲିସ ନ୍ୟାୟ ଦେବା ପାଇଁ ପ୍ରତିଶୃତି ଦେବା ପରେ ଧାରଣା ହଟିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Concept before the police station without justice | Argus News