Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଥଇଥାନ ଦାବିରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Odisha

ଥଇଥାନ ଦାବିରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Banajyotshna Ray
Browse all articles by Banajyotshna Ray
·2 years ago
ଥଇଥାନ ଦାବିରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଅର୍ଗସ ବ୍ୟୁରୋ:  ଜିଦରେ ଅଟଳ ଉଠା ଦୋକାନୀ । ଥଇଥାନ ଦାବିରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି । ଶ୍ରୀ ଜଗନ୍ନାଥ ମିଳିତ କ୍ଷୁଦ୍ର ବ୍ୟବସାୟ ସଂଘ ପକ୍ଷରୁ ଧାରଣା ଦିଆଯାଇଛି । ଶତାଧିକ ଉଠା ଦୋକାନୀ ସେମାନଙ୍କ ଥଇଥାନ ଦାବିରେ ଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି । ଶ୍ରୀମନ୍ଦିର ଚାରିପାଖେ ଛୋଟ ଛୋଟ ଦୋକାନ କରି ଚଳି ଆସୁଥିବା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା ।

ହେଲେ ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ କୌଣସି କ୍ଷତିପୂରଣ କିମ୍ବା ଥଇଥାନ କରାଯାଇନାହିଁ । ଫଳରେ ବ୍ୟବସାୟୀ ମାନେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସି ରହିଛନ୍ତି । ଆଗାମୀ ଦିନରେ ଯଦି ସେମାନଙ୍କ ଦାବି ପୂରଣ ନକରାଯାଏ ତେବେ ଆସନ୍ତା 26 ତାରିଖରେ ପୁରୀ ବନ୍ଦ ଡାକରା ଦେବା ନେଇ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Concept before the Puri District Collector's office on the demand for settlement ​ | Argus News