Videos
|
Odisha

ମେଡିକାଲ ଛାତରୁ କଂକ୍ରିଟ ଖସି ରୋଗୀ ଗୁରୁତର

Swayangprajna Mishra
Browse all articles by Swayangprajna Mishra
·2 years ago
ମେଡିକାଲ ଛାତରୁ କଂକ୍ରିଟ ଖସି ରୋଗୀ ଗୁରୁତର

କେନ୍ଦୁଝର : ମେଡ଼ିକାଲ ଛାତରୁ ସିଲିଂ ଏବଂ କଂକ୍ରିଟ ଖସି ରୋଗୀ ଗୁରୁତର। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ। ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ପୁରୁଷ ବିଭାଗରେ ଗତକାଲି ଠାରୁ ହାଟଡିହି ବ୍ଲକ ଢେଙ୍କା ପଞ୍ଚାୟତ ବାରିଗାଁ ର ନାରାୟଣ ନାହାକ ଙ୍କ ପୁଅ ରାଜେଶ ନାହାକ ଚିକିତ୍ସିତ ହେଉଥିଲେ। ଶରୀର ରେ ରକ୍ତ ର ଅଭାବ ଯୋଗୁ ରକ୍ତ ନେଉଥିଲେ ।

ଅଧିକ ପଢନ୍ତୁ : କାନ୍ଥ ପଡି ପୁଅ ମୃତ, ବାପା ମା' ଗୁରୁତର

ଆଜି ବ୍ଲଡ଼ ନେଉଥିବା ସମୟରେ ହଠାତ ଛାତରୁ କଂକ୍ରିଟ ଖସି ରାଜେଶ ଙ୍କ ମୁଣ୍ଡ ରେ ପଡ଼ିଥିଲା। ଏଭଳି କଂକ୍ରିଟ ଖସିବାରୁ ଡ଼ାକ୍ତରଖାନା କୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଭୟଭୀତ ଅବସ୍ଥାରେ ଥିବା କଥା କହିଛନ୍ତି ରାଜେଶ ଙ୍କ ବାପା । ଏହାର ତୁରନ୍ତ ମରାମତି କରିବା ପାଇଁ ଦାବି ମଧ୍ୟ କରିଛନ୍ତି। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Concrete falls from hospital roof, patient is in critical situation | Argus News