Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜ୍ୟ କାର୍ଯ୍ୟାଳୟରେ ବୁଦ୍ଧିଜୀବୀ ପ୍ରକୋଷ୍ଠ ତରଫରୁ ଆଲୋଚନାଚକ୍ର

Odisha

ରାଜ୍ୟ କାର୍ଯ୍ୟାଳୟରେ ବୁଦ୍ଧିଜୀବୀ ପ୍ରକୋଷ୍ଠ ତରଫରୁ ଆଲୋଚନାଚକ୍ର

Ritu Das
Browse all articles by Ritu Das
·2 years ago·2 min read
ରାଜ୍ୟ କାର୍ଯ୍ୟାଳୟରେ ବୁଦ୍ଧିଜୀବୀ ପ୍ରକୋଷ୍ଠ ତରଫରୁ ଆଲୋଚନାଚକ୍ର

ଅର୍ଗସ ବ୍ୟୁରୋ: ଉପନିବେଶବାଦୀ ମାନସିକତାରୁ ମୁକ୍ତ ହୋଇ ସ୍ୱ-ଆଧାରିତ ଭାରତର ନିର୍ମାଣ ଆମର ସଂକଳ୍ପ ହେଉ । ଦିନେ ଭାରତ ବିଶ୍ୱ ଅର୍ଥନୀତିର ଅଗ୍ରଣୀ ସ୍ଥାନରେ ଥିଲା । ଇଂରେଜ ଶାସନ ଅମଳରେ ତାହା ଦୁର୍ବଳରୁ ଦୁର୍ବଳତମ ସ୍ଥାନକୁ ପଳାଇଗଲା ଏବଂ ୧୯୪୭ ବେଳକୁ ଭାରତ ଏକ ଗରିବ ରାଷ୍ଟ୍ର ଭାବେ ପରିଗଣିତ ହେଲା । କଂଗ୍ରେସ ଶାସନରେ ଭାରତ ଆଶାନୁରୂପ ପ୍ରଗତି କରିପାରିଲା ନାହିଁ । ମୋଦି ସରକାରଙ୍କ ଆଗମନ ପରେ ଭାରତ ଦ୍ରୂତଗତିରେ ଅଗ୍ରଗତି କରି ଆଜି ବିଶ୍ୱର ପଞ୍ଚମ ଅର୍ଥନୀତି ଓ ଚତୁର୍ଥ ଶ୍ରେଷ୍ଠ ସୈନ୍ୟଶକ୍ତି ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛି । ଭାରତୀୟ ସଂସ୍କୃତିର ପରିବାର ପରିକଳ୍ପନା ସାରା ବିଶ୍ୱକୁ ଗୋଟିଏ ପରିବାରଭାବେ ଗ୍ରହଣ କରିବା ଦୁଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବ ସର୍ବତ୍ର ଗ୍ରହଣୀୟ ହେଲା ଏବଂ ଧୀରେ ଧୀରେ ଭାରତ ସାରା ବିଶ୍ୱର ନେତୃତ୍ୱ ନେବା ଆରମ୍ଭ କରିଛି । ମୋଦିଜୀଙ୍କର ପ୍ରସ୍ଥାବରେ ଯୋଗ ଦିବସ ବିଶ୍ୱରେ ଆଦୃତି ଲାଭ କଲା ।

ପର୍ଯ୍ୟାବରଣ ଓ ପରିବେଶ ମୋଦିଜୀଙ୍କ ପ୍ରସ୍ତାବ ମଧ୍ୟ ଆଜି ସମଗ୍ର ବିଶ୍ୱ ଗ୍ରହଣ କରୁଅଛି । ୟୁକ୍ରେନ-ଋଷିଆ ଯୁଦ୍ଧ ହେଉ କିମ୍ବା ଇଜରାଇଲ-ହମାସ୍ ଯୁଦ୍ଧ ହେଉ ଉଭୟ କ୍ଷେତ୍ରରେ ଭାରତ ଲୋକଙ୍କୁ ନିରାପଦରେ ଫେରାଇ ଆଣି ପ୍ରବାସୀ ଭାରତୀୟଙ୍କ ମନରେ ଆଶାର ସଞ୍ଚାର ସୃଷ୍ଟି କରିଛନ୍ତି ମୋଦିଜୀ । ଆଗାମୀ ଦିନରେ ଭାରତକୁ ବିଶ୍ୱରେ ଅଗ୍ରଣୀ ରାଷ୍ଟ୍ରଭାବେ ପ୍ରତିଷ୍ଠିତ କରିବା ପାଇଁ ସ୍ୱନାମଧନ୍ୟ ବକ୍ତା ଶ୍ରୀଯୁକ୍ତ ରାଜୀବ ପୁରୀ ରାଜ୍ୟ କାର୍ଯ୍ୟାଳୟରେ ଉପସ୍ଥିତି ବୁଦ୍ଧିଜୀବୀଙ୍କୁ ଆହ୍ୱାନ ଦେଇଛନ୍ତି । 

ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା ଲେଫ୍ଟନାଣ୍ଟ ଜେନେରାଲ ନାରାୟଣ ମହାନ୍ତି କରିଥିଲେ । ସଭା ପ୍ରାରମ୍ଭରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ପୂର୍ବତନ ସଭାପତି ଶ୍ରୀ ସମୀର ମହାନ୍ତି ଦୀପ ପ୍ରଜ୍ୱଳନ କରିଥିଲେ । ବୁଦ୍ଧିଜୀବୀ ପ୍ରକୋଷ୍ଠର ସଂଯୋଜକ ଶ୍ରୀ ସଜ୍ଜନ ଶର୍ମା କାର୍ଯ୍ୟକ୍ରମର ପ୍ରସ୍ଥାବନା ରଖିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ଭୁବନାନନ୍ଦ ତ୍ରିପାଠୀ ସଭା ସଂଚାଳନ କରିଥିଲେ । ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଉପସ୍ଥିତ ଅତିଥି ଓ ଶ୍ରୋତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ରାଜନୀତି ଖବର 

Argus Whatsapp Channel Mobile Top
Sponsored
Conference on behalf | Argus News