ଜୁଆଆଡ୍ଡା ଉପରେ ଚଢ଼ାଉ କରି ଟଙ୍କା ଜବତ
·1 year ago

ଅର୍ଗସ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା କପାସିରାରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢାଉ l ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଡୁଙ୍ଗୁରିପାଲି ପୋଲିସ କପାସିରା ଠାରେ ଚାଲିଥିବା ଜୁଆ ଖେଳ ଉପରେ ଚଢ଼ାଉ କରି 3 ଜଣଙ୍କୁ ଗିରଫ କରିବା ସହ ଖେଳରେ ବ୍ୟବହୃତ ପଟି ,6 ଗୋଟି ଗୋଟି ଏବଂ 1500 ଟଙ୍କା ଜବତ କରିଛି ପୋଲିସ।
ଅଭିଯୁକ୍ତ ମାନେ ହେଲେ ଲଚ୍ଛିପୁର ଥାନା ଅଞ୍ଚଳ ବିଲେଇବାହାଲ ଗାଁର ଚକ୍ରଧର ମେହେର, ଖୁଡିଆବାହାଲ ଗ୍ରାମର ମାନ୍ଧାତା ବାଗ ଓ ପରେସ ଅଗ୍ରୱାଲ l ତାଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଡୁଙ୍ଗୁରିପାଲି ଥାନା ଅଧିକାରୀ ସତ୍ୟନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: