Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନାଟମଣ୍ଡପ ନିକଟରେ ମୁଥ ମାଡରେ ଦୁଇ ସେବାୟତ ଆହତ

Smruti Parija
Browse all articles by Smruti Parija
·2 years ago·1 min read
ନାଟମଣ୍ଡପ ନିକଟରେ ମୁଥ ମାଡରେ ଦୁଇ ସେବାୟତ ଆହତ

ପୁରୀ: ବାନା ବିକ୍ରିକୁ କେନ୍ଦ୍ର କରି ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ ମାଡପିଟ୍ । ନାଟମଣ୍ଡପ ନିକଟରେ ମୁଥ ମାଡରେ ଉଭୟ ପକ୍ଷର ଦୁଇ ଜଣ ସେବାୟତ ସାମାନ୍ୟ ଆହତ । ଆହତ ଦୁଇ ଜଣ ହେଉଛନ୍ତି ମେକାପ ସେବାୟତ ସୋମନାଥ ମେକାପ ଓ ଅନ୍ୟ ଜଣେ ଚୁନରା ସେବାୟତ ହେଉଛନ୍ତି ଚୁନରା ସେବକ ବାପି ମହାନ୍ତି । 

ଅପରାହ୍ନ ପ୍ରାୟ ସାଢେ 3ଟା ବେଳେ ଉଭୟଙ୍କ ମଧ୍ୟରେ ମାଡପିଟ୍ ହୋଇଥିଲା । ନାଟମଣ୍ଡପରେ ସମ୍ପୃକ୍ତ ମେକାପ ସେବକ ବାନା ବିକ୍ରୀ କରୁଥିବା ଅଭିଯୋଗ କରି ଚୁନରା ସେବକ ଗାଳି ଗୁଲଜ କରିଥିଲେ । ତାହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ଗାଳିଗୁଲଜ ଓ ପରେ ମାଡପିଟ୍ ହେଇଥିଲା । ଉଭୟଙ୍କ ମୁଥ ମାଡରେ ନାକ ଫାଟି ଆହତ ହୋଇଥିଲେ । ତେବେ ଏନେଇ ସିଂହଦ୍ଵାର ଥାନାରେ ଏକ ମାମଲା ରୁଜୁ ହେବା ସହ ଘଟଣାର ତଦନ୍ତ କରାଯାଉଛି ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored