Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରଣକ୍ଷେତ୍ର ପାଲଟିଲା ଗଣିଆ ବିଜେଡି ବିକାଶ ସମାବେଶ  

Manini Pattanayak
Browse all articles by Manini Pattanayak
·2 years ago
ରଣକ୍ଷେତ୍ର ପାଲଟିଲା ଗଣିଆ ବିଜେଡି ବିକାଶ ସମାବେଶ  

ନୟାଗଡ଼ :  ରଣକ୍ଷେତ୍ର ପାଲଟିଲା ଗଣିଆ ବିଜେଡି ବିକାଶ ସମାବେଶ । ରୋଷେଇ ଶାଳାରେ ଖାଇବା ସରିଯିବାରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଠେଙ୍ଗା ଓ ବାଡ଼ିରେ ମାରପିଟ୍ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଗଣିଆଠାରେ ବିଜେଡିର ବିକାଶ ସମାବେଶ ହୋଇଥିଲା ।... ଯେଉଁଥିରେ ହଜାର ହଜାର ସଂଖ୍ୟାରେ କର୍ମୀ ଯୋଗ ଦେଇଥିଲେ ।

ଖାଦ୍ୟ ସରିଯିବାକୁ କେନ୍ଦ୍ର କରି ବିଜେଡି କର୍ମୀଙ୍କ ଭିତରେ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା । ପ୍ରାୟ ଘଣ୍ଟାଏ ଧରି ବିଜେଡ଼ି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ସମେତ ନୟାଗଡ଼ ବିଧାୟକ ଅରୁଣ ସାହୁ ଓ ପ୍ରମୁଖ ବିଜେଡ଼ି କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Confusion among the BJD workers was raging over the running out of food | Argus News