Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

‘ବିଏସକେୱାଇ’ ନେଇ ଦ୍ୱନ୍ଦ୍ୱ: ସ୍ପଷ୍ଟୀକରଣ ଦେଲେ ମନମୋହନ

Ritu Das
Browse all articles by Ritu Das
·2 years ago
‘ବିଏସକେୱାଇ’ ନେଇ ଦ୍ୱନ୍ଦ୍ୱ: ସ୍ପଷ୍ଟୀକରଣ ଦେଲେ ମନମୋହନ

ଅର୍ଗସ ବ୍ୟୁରୋ: ବିଜେପି ସରକାର ଆସିବା ପରେ ବିଏସକେୱାଇ କାର୍ଡର ସୁଫଳ ମିଳିବ କି ନାହିଁ, ଯେଉଁମାନେ ଏହି ଯୋଜନାରେ ଚିକିତ୍ସିତ ହେଉଛନ୍ତି, ସେମାନେ ସ୍ୱାସ୍ଥ୍ୟ ସେବା କିପରି ପାଇବେ, ଏ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହିଥିଲା। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ମନ୍ତବ୍ୟ ପରେ ଏହି ଦ୍ୱନ୍ଦ୍ୱ ଆହୁରି ବଢ଼ି ଯାଇଥିଲା। ଏହାପରେ ସ୍ପଷ୍ଟୀକରଣ ଦେଇଛନ୍ତି ମନମୋହନ। ପ୍ରେସ ରିଲିଜ୍ ଜାରି କରି କହିଛନ୍ତି।

‘ବିଏସକେୱାଇ’ କାର୍ଡ ବନ୍ଦ ହୋଇଥିବା କହି କିଛି ଘରୋଇ ହସ୍ପିଟାଲ ରୋଗୀଙ୍କୁ ଫେରାଇ ଦେଉଥିବା ଅଭିଯୋଗ ହେଉଛି, ତାହା ଦୁର୍ଭାଗ୍ୟଜନକ । ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସବୁ ସରକାରର ପ୍ରାଥମିକତା । ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରି ଚିକିତ୍ସା ସେବାରୁ ବଞ୍ଚିତ କରିବା ସାମାଜିକ ଅପରାଧ । ଏହି ମିଥ୍ୟା ଗୁଜବ ପ୍ରତି ପ୍ରଶାସନ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ମନମୋହନ ସାମଲ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Confusion over | Argus News