Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମେଡିକାଲରେ ପ୍ରସୂତି ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

Ritu Das
Browse all articles by Ritu Das
·2 years ago·1 min read
ମେଡିକାଲରେ ପ୍ରସୂତି ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଅର୍ଗସ ବ୍ୟୁରୋ: ଭଦ୍ରକ ଜିଲ୍ଲା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଶାଖା ମେଡିକାଲରେ ପ୍ରସୂତି ମହିଳାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ଉତ୍ତେଜନା ଓ ଭଙ୍ଗାରୁଜା କରିଛନ୍ତି। ସୂଚନା ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ  ବାଣୀତିଆ ଗ୍ରାମର ବୈରାଗୀ ଦାସଙ୍କ ସ୍ତ୍ରୀ ରଞ୍ଜିତା ଦାସଙ୍କର ପ୍ରସୂତି ଯନ୍ତ୍ରଣା ହେବାରୁ ତାଙ୍କୁ ଗତ ମଙ୍ଗଳବାର ଦିନ ଭଦ୍ରକ ଆରଡ଼ି ଛକ ସ୍ଥିତ  ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିଲା। 

ଗତକାଲି ମହିଳାଙ୍କର ଏକ ଶିଶୁକନ୍ୟା ଜନ୍ମ ହେବାର କିଛି ସମୟ ମଧ୍ୟରେ ମହିଳାଙ୍କ ରକ୍ତସ୍ରାବ ହେବାରୁ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଆଜି ମୃତ ମହିଳାଙ୍କ ପରିବାର ଲୋକେ ଓ ଗ୍ରାମବାସୀ ମାନେ ମୃତ ମହିଳା ଙ୍କ ମୃତଦେହ ମେଡିକାଲ ସାମ୍ନାରେ ରଖିବା ସହ ମେଡିକାଲ ଭିତରେ ପ୍ରବେଶ କରି ବ୍ୟାପକ ଭଙ୍ଗାରୁଜା କରିଛନ୍ତି।

ଫଳରେ ମେଡିକାଲ ପରିସର କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଥିଲା। ସେମାନେ ଅଭିଯୋଗ କରିଛନ୍ତି ଡାକ୍ତରଙ୍କ ଅବହେଳା ଯୋଗୁ ମହିଳାଙ୍କ ମୃତ୍ୟୁ ଘଟିଛି। ଏନେଇ ପରିବାର ଏବଂ ସମ୍ପର୍କୀୟ ଲୋକ ଦାବି କରି ଏଭଳି କାଣ୍ଡ କରିଛନ୍ତି। ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବା ସହ ପରିବାର ଲୋକମାନଙ୍କୁ ବୁଝାଶୁଝା କରୁଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Confusion ove | Argus News