Videos
|
Odisha

ରାଜ୍ୟର ଆଉ ୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରାଜ୍ୟର ଆଉ ୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ

ଅର୍ଗସ ବ୍ୟୁରୋ: ରାଜ୍ୟର ଆଉ ୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ବାଲେଶ୍ୱରରୁ ଦଳ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଟିକେଟ୍ ଦେଇଥିବା ବେଳେ ଭଦ୍ରକରୁ ଲଢ଼ିବେ ଅନନ୍ତ ପ୍ରସାଦ ସେଠୀ। ସେହିପରି ଯାଜପୁରରୁ ଅଞ୍ଚଳ ଦାସଙ୍କୁ ଟିକେଟ ଦିଆଯାଇଥିବା ବେଳେ ଢେଙ୍କାନାଳରୁ ସସ୍ମିତା ବେହେରା, କେନ୍ଦ୍ରାପଡ଼ାରୁ ସିଦ୍ଧାର୍ଥ ସ୍ୱରୂପ ଦାସ, ଜଗତସିଂହପୁରରୁ ରବୀନ୍ଦ୍ର ସେଠୀ, କେନ୍ଦୁଝରରୁ ମୋହନ ହେମ୍ବ୍ରମ, ପୁରୀରୁ ସୁଚରିତା ମହାନ୍ତି ଓ ଭୁବନେଶ୍ୱରରୁ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କୁ ଦଳ କରିଛି ପ୍ରାର୍ଥୀ।

ଏହା ସହିତ ଏଯାବତ ମୋଟ ୧୭ଟି ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି। ଆଉ ୪ଟି ଆସନ- ସମ୍ବଲପୁର, ଆସିକା, କଟକ ଓ ମୟୂରଭଞ୍ଜରେ ଦଳ ପ୍ରାର୍ଥୀ ଘୋଷଣା କରିବ। ସେପଟେ ବିଜେପି ଓ ବିଜେଡି ରାଜ୍ୟର ସମସ୍ତ ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: