Congress Conflict / ରାଜ୍ୟ କଂଗ୍ରେସକୁ ପୁଣି ଘାରିଲା ପୁରୁଣା ରୋଗ,ଦିଲ୍ଲୀରେ ୬ ବିଧାୟକ
·5 months ago·2 min read

Key Points
ରାଜ୍ୟ କଂଗ୍ରେସକୁ ପୁଣି ଘାରିଲା ପୁରୁଣା ରୋଗ
ପୁଣି ଦିଲ୍ଲୀ ଗସ୍ତରେ ଦଳର ୬ ବିଧାୟକ
ନେତା ପରିବର୍ତ୍ତନ ନେଇ ଏବେ ପୁଣି ଚର୍ଚ୍ଚା
ପୁଣି ଦିଲ୍ଲୀ ଗସ୍ତରେ ଦଳର ୬ ବିଧାୟକ
ନେତା ପରିବର୍ତ୍ତନ ନେଇ ଏବେ ପୁଣି ଚର୍ଚ୍ଚା
ଭୁବନେଶ୍ୱର,୦୨/୦୪:ରାଜ୍ୟ କଂଗ୍ରେସକୁ ପୁଣି ଘାରିଲା ପୁରୁଣା ରୋଗ। ପୁଣି ଦିଲ୍ଲୀ ଗସ୍ତରେ ଦଳର ୬ ବିଧାୟକ। ରାଜ୍ୟ କଂଗ୍ରେସରେ ପୁଣି ନେତା ପରିବର୍ତ୍ତନ ନେଇ ଏବେ ପୁଣି ଚର୍ଚ୍ଚା ହେଉଛି। କଂଗ୍ରେସର କିଛି ନେତା ଓ ୬ ବିଧାୟକ ହାଇକମାଣ୍ଡଙ୍କୁ ଭେଟିବା ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି।
ବିଧାୟକଙ୍କ ଦିଲ୍ଲୀ ଗସ୍ତ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ, ଯାହା ଚର୍ଚ୍ଚା ହେଉଛି, ସେଥିରେ କୌଣସି ସତ୍ୟତା ନାହିଁ । ସେଭଳି କିଛି ହୋଇଥିଲେ ବୈଠକ ବସି ଆନୁଷ୍ଠାନିକ ଭାବେ ଘୋଷଣା ହୋଇଥାନ୍ତା । ଏଥିରେ କିଛି ଲୁଚେଇବାର କଥା ନାହିଁ। କୌଣସି ନେତାଙ୍କ ଦିଲ୍ଲୀ ଯିବା ଅପରାଧ ନୁହେଁ। ଦଳର ବିଧାୟକମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି। ତେଣୁ ତାକୁ ନେଇ ରାଜନୀତି କରିବାର କୌଣସି ଆବଶ୍ୟକତା ନାହିଁ।
ସେପଟେ ସନ୍ତୋଷ ସିଂହ ସାଲୁଜା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି । ସେ କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କର ଦୀର୍ଘବର୍ଷର ଅଭିଜ୍ଞତା ରହିଛି । ବିଧାନସଭାରେ ତାଙ୍କର ପ୍ରଦର୍ଶନ ମଧ୍ୟ ଭଲ ରହିଛି । ବର୍ତ୍ତମାନ ସମୟରେ କଂଗ୍ରେସ ବିଧାୟକ ଦଳ ନେତା ପରିବର୍ତ୍ତନର କୌଣସି ଆବଶ୍ୟକତା ହିଁ ନାହିଁ ।
ଆହୁରି ପଢନ୍ତୁ: ବିଧାୟକଙ୍କୁ ନିଲମ୍ବନ କଲା କଂଗ୍ରେସ, ବିଜେଡି ବି ନେଇପାରେ ବଡ଼ ଆକ୍ସନ
ସୂଚନାଯୋଗ୍ୟ ଯେ, ଗତକାଲି ରାଜ୍ୟ କଂଗ୍ରେସରେ ୬ ଜଣ ବିଧାୟକ ଅଚାନକ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଦିଲ୍ଲୀ ଯାଇଥିବା ୬ ବିଧାୟକଙ୍କ ମଧ୍ୟରେ ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି, ମଙ୍ଗୁ ଖିଲ, ସତ୍ୟଜିତ ଗମାଙ୍ଗ, ସି ଏସ୍ ରାଜନ ଏକ୍କା, ସାଗର ଦାସ, କାଡ୍ରାକା ଆପାଲା ସ୍ୱାମୀ ରହିଛନ୍ତି । ତାରାଙ୍କ ନେତୃତ୍ୱରେ ଯାଇଥିବା ୬ ବିଧାୟକ ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ଭେଟିବାର ସମ୍ଭାବନା ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୬ ବିଧାୟକଙ୍କ ହଠାତ୍ ଦିଲ୍ଲୀ ଗସ୍ତକୁ ନେଇ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ଏବଂ ଆଲୋଚନା ସୃଷ୍ଟି କରିଛି । କୌଣସି ବି ନିର୍ବାଚନ ଶେଷରେ ରାଜ୍ୟ ନେତା ଦିଲ୍ଲୀରେ ଡେରା ପକାନ୍ତି । ଏଥର ଏହି ୬ ବିଧାୟକଙ୍କ ଗସ୍ତ ସଂପର୍କରେ ସବିଶେଷ ତଥ୍ୟ ନଥିବା ବେଳେ ଚର୍ଚ୍ଚା ହେଉଛି କି ରାଜ୍ୟ କଂଗ୍ରେସର ବିଧାୟକ ଦଳ ନେତାଙ୍କୁ ହଟାଇବା ପାଇଁ ଦିଲ୍ଲୀ ଯାଇଛନ୍ତି।
ରାଜ୍ୟ କଂଗ୍ରେସର ଗୋଷ୍ଠିକନ୍ଦଳ ଏକ ପୁରୁଣା ରୋଗ ହୋଇଛି। ଗତ ରାଜ୍ୟସଭା ନିର୍ବାଚନରେ ଦଳର ହୁଇପ ଭାଙ୍ଗି ୩ ବିଧାୟକ ରମେଶ ଜେନା, ଦାଶରଥି ଗମାଙ୍ଗୋ ଓ ସୋଫିଆ ଫିର୍ଦ୍ଦୋସ ଦଳରୁ ନିଲମ୍ବିତ ହୋଇଛନ୍ତି।

Related Topics
Explore more stories