Congress MLAs Suspension / ୩ ବିଧାୟକଙ୍କୁ ନିଲମ୍ବନ କଲା କଂଗ୍ରେସ, ବିଜେଡି ବି ନେଇପାରେ ବଡ଼ ଆକ୍ସନ
·2 weeks ago·2 min read

Key Points
ଭକ୍ତ-ନବୀନଙ୍କ ଗେମ୍ପ୍ଲାନ ବିଗାଡିଥିବା ବିଧାୟକଙ୍କ ଉପରେ ଆକ୍ସନ
୩ ବିଧାୟକଙ୍କୁ ନିଲମ୍ବନ କଲା କଂଗ୍ରେସ
୬ ବିଧାୟକଙ୍କ ଉପରେ ବିଜେଡି ବି ନେଇ ପାରେ ବଡ଼ ଆକ୍ସନ

ଦଳ ବିରୋଧରେ ଯିବା କଂଗ୍ରେସ ବିଧାୟକଙ୍କୁ ପଡ଼ିଲା ମହଙ୍ଗା । ଦଳରୁ ନିଲମ୍ବନ ହେଲେ କଂଗ୍ରେସ ବିଧାୟକ ରମେଶ ଜେନା, ଦଶରଥୀ ଗମାଙ୍ଗୋ ଓ ସୋଫିଆ ଫିର୍ଦ୍ଦୋଷ । ସେହିପରି ୬ ବିଧାୟକଙ୍କ ଉପରେ ବିଜେଡି ବି ନେଇପାରେ ବଡ଼ ଆକ୍ସନ । କ୍ରସ୍ ଭୋଟିଂ ପରେ କଂଗ୍ରେସ-ବିଜେଡିରେ ଗୋଷ୍ଠୀ ବିବାଦ ଜଳ ଜଳ ଦେଖାଦେଇଛି ।
ଦଳ ବିରୋଧରେ ଯିବା କଂଗ୍ରେସ ବିଧାୟକଙ୍କୁ ପଡ଼ିଲା ମହଙ୍ଗା । ଦଳରୁ ନିଲମ୍ବନ ହେଲେ କଂଗ୍ରେସ ବିଧାୟକ ରମେଶ ଜେନା, ଦଶରଥୀ ଗମାଙ୍ଗୋ ଓ ସୋଫିଆ ଫିର୍ଦ୍ଦୋଷ । ଗତକାଲି ଦତ୍ତେଶ୍ୱରଙ୍କ ବଦଳରେ ଦିଲ୍ଲୀପଙ୍କୁ ଭୋଟ ଦେଇ ଜିତାଇଥିଲେ ଏହି ୩ ବିଧାୟକ । ଦଳ ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରାଯିବା ସହ ୩ ଜଣଙ୍କ ସଭ୍ୟ ପଦ ରଦ୍ଦ ଓ ବିଧାନସଭାରେ ଆସନ ପରିବର୍ତ୍ତନ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ବିଧାୟକ ଦଳ ନେତା । ତେବେ ନିଲମ୍ବିତ ୩ ବିଧାୟକଙ୍କୁ କଡ଼ା ସମାଲୋଚନା କରିବା ସହ ସଭ୍ୟପଦ ରଦ୍ଦ ପାଇଁ ପଦକ୍ଷେପ ନିଆଯିବ କହିଛନ୍ତି ପିସିସି ସଭାପତି ।
ସେପଟେ କଂଗ୍ରେସର ଆକ୍ସନ ପରେ ବି ବିଜେଡିରେ ନୋ ରିଆକ୍ସନ । ପ୍ରେସମିଟ କରି ୬ ବିଧାୟକଙ୍କ ବିରୋଧରେ ବର୍ଷିଥିଲେ ବି ଦଳ କୌଣସି ଆକ୍ସନ ନେଇ ନାହିଁ । ଚର୍ଚ୍ଚା ହେଉଛି ପୂର୍ବରୁ ୨ ବିଧାୟକଙ୍କୁ ନିଲମ୍ବନ ପରେ ଏବେ ଆଉ ୬ଙ୍କୁ ନିଲମ୍ବନ ଦଳରେ ବିଦ୍ରୋହ ବଢ଼ାଇପାରେ । ଯାହାକୁ ନେଇ ସୁପ୍ରିମୋଙ୍କୁ ଚିନ୍ତା ଘାରିଛି । ଏଭଳି ସ୍ଥିତିରେ କ୍ରସ୍ ଭୋଟିଂ ଅସନ୍ତୋଷର ପ୍ରତିଫଳନ କହିବା ସହ ଏହା ବାପାମାନଙ୍କ ପ୍ରତି ହୋଇଥିବା ଅବିଚାରର ଇମ୍ପାକ୍ଟ କହି ଦଳ ଭିତରେ ବଡ଼ ବୋମା ପକାଇଛନ୍ତି ବିଜେଡି ବିଧାୟକ ବଦ୍ରି ପାତ୍ର । ତେବେ ଲୁଙ୍ଗି ପିନ୍ଧେଇ ଲଞ୍ଚ ଖୁଆଇବା ଓ ନାଲି ଆଖି ଦେଖାଇବା ବି ବିଧାୟକଙ୍କୁ କାମ ନ କରିବା ନେତୃତ୍ୱ ପ୍ରତି ପ୍ରଶ୍ନବାଚୀ ବୋଲି କହିଛନ୍ତି ସୌମ୍ୟ ପଟ୍ଟନାୟକ ।
କ୍ରସ୍ ଭୋଟିଂ ପରେ ଉଭୟ ବିଜେଡି ଓ କଂଗ୍ରେସର ୧୧ ବିଧାୟକଙ୍କ ବାସଭବନରେ ବଢିଛି ସୁରକ୍ଷା । ଏବେ ବିଜେଡି ଦଳର ୬ ବିଧାୟକଙ୍କ ଉପର କ'ଣ ଆକ୍ସନ ନେଉଛି ତାହା ଦେଖିବାକୁ ଅପେକ୍ଷା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories