Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

" ମୁଁ କଂଗ୍ରେସମ୍ୟାନ, ମୁଁ ସେ ଦଳର ପ୍ରଚାର କରିବି ନାହିଁ "- ସୁର ରାଉତରାୟ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
" ମୁଁ କଂଗ୍ରେସମ୍ୟାନ, ମୁଁ ସେ ଦଳର ପ୍ରଚାର କରିବି ନାହିଁ "- ସୁର ରାଉତରାୟ

ଭୁବନେଶ୍ବର : ବୁଦ୍ଧ ପାର୍କରେ ମନ୍ଣଥ ରାଉତରାୟଙ୍କ ପ୍ରଚାର ବେଳେ ଉପସ୍ଥିତ ଥିଲେ ମନ୍ମଥଙ୍କ ବାପା ତଥା କଂଗ୍ରେସ ନେତା ସୁର ରାଉତରାୟ । ହେଲେ ତାଙ୍କୁ ପଚାରିବାରୁ ସେ ପୁଅର  ପ୍ରଚାର ପାଇଁ ନୁହେଁ ବରଂ ହରେକୃଷ୍ଣ ମହତାବଙ୍କ ଜନ୍ମଦିନ ପାଇଁ ଆସିଥିଲେ ବୋଲି ଉତ୍ତର ଦେଇଥିଲେ । ସେ କହିଥିଲେ ସେ ସବୁ ସ୍ଥାନରେ ପ୍ରଚାର କରିବେ, ହେଲେ ଭୁବନେଶ୍ବର ଲୋକସଭା ପାଇଁ ପ୍ରଚାର କରିବେ ନାହିଁ । ସେ କଂଗ୍ରେସ ମ୍ୟାନ, ସେ ଚିହ୍ନକୁ କେବେ ହେଲେ ପାଟିରେ ଧରିବେ ନାହିଁ ବୋଲି ସଫାସଫା କହି ଦେଇଥିଲେ ସୁର ରାଉତରାୟ ।   

ଅଧିକ ପଢନ୍ତୁ : ପୁଣି ଥରେ ବିବାଦ ଘେରରେ ସୁର ରାଉତରାୟ

ସେପଟେ ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ ମନ୍ଣଥଙ୍କୁ ମିଳିଥିଲା ଏଲଟା ଜବାବ । ନିଜ ପାଇଁ ପ୍ରଚାର କରୁଥିବା ବେଳେ କିଛି ସାଧାରଣ ଜନତା ଅବକି ବାର ୪୦୦ ପାର୍ ବୋଲି ନାରା ଦେଇଥିଲେ । ଯାହାକୁ ଶୁଣି ଆକ୍ତମାକ୍ତା ହୋଇଥିଲେ ମନ୍ମଥ ରାଉତରାୟ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
congress leader sura routray said about his son's campaigning | Argus News