Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପିସିସି ସଭାପତି ଘୋଷଣା ପୂର୍ବରୁ କଂଗ୍ରେସରେ ବଡ଼ ହଲଚଲ

Smruti Parija
Browse all articles by Smruti Parija
·1 year ago·1 min read
ପିସିସି ସଭାପତି ଘୋଷଣା ପୂର୍ବରୁ କଂଗ୍ରେସରେ ବଡ଼ ହଲଚଲ

ଭୁବନେଶ୍ୱର: ପିସିସି ସଭାପତି ଘୋଷଣା ପୂର୍ବରୁ କଂଗ୍ରେସରେ ବଡ଼ ହଲଚଲ । ମେଳି ବାନ୍ଧିଲେ ମୋକିମଙ୍କ କ୍ୟାମ୍ପର କଂଗ୍ରେସ ନେତା । ଭୁବନେଶ୍ବର ରୋଟାରି କ୍ଲବରେ ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ବଜିତ ଦାସ, ମୁଖପାତ୍ର କୃଷ୍ଣଚନ୍ଦ୍ର ପତି, ନଳିନୀକାନ୍ତ ନାୟକଙ୍କ ସହ କଂଗ୍ରେସ ନେତା ଓ କର୍ମୀ ଏକାଠି ହୋଇଛନ୍ତି । 

ପିସିସି ସଭାପତି ପଦ ପାଇଁ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନାଁ ସବୁଠୁ ଅଧିକ ଚର୍ଚ୍ଚାରେ ଥିବାବେଳେ, ଆସନ୍ତା 4 ତାରିଖରେ ଓଡିଶା ଆସି ନେତାଙ୍କ ସହ ଆଲୋଚନା କରିବେ ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତ ଓ ବରିଷ୍ଠ କଂଗ୍ରେସ ନେତ୍ରୀ ମିନାକ୍ଷୀ ନଟରାଜନ । 

ଯେଉଁ ନେତାଙ୍କ ନାଁ ଏଆଇସିସିଙ୍କୁ ଦେବେ ତାଙ୍କ ନାଁରେ ମୋହର ମାରିବ ଏଆଇସିସି । ତେଣୁ ମୋକିମଙ୍କୁ ସଭାପତି କରିବା ପାଇଁ ବନ୍ଧୁ ମିଳନ ଆଳରେ ଶକ୍ତି ପ୍ରଦର୍ଶନ କରାଯାଉଥିବା ଚର୍ଚ୍ଚା ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ରାଜନୀତି ଖବର...
 

Sponsored
congress-leaders-camp-at-mohammed-mokim-house-before-pcc-announcement | Argus News