Congress mla / କ୍ରସ ଭୋଟିଂ ଭୟ, ରାଜ୍ୟ ବାହାରେ କଂଗ୍ରେସ ବିଧାୟକ, ୩ ବିଧାୟକଙ୍କ ୩ କଥା
·6 months ago·2 min read

Key Points
ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗ
କଂଗ୍ରେସରେ ବଢୁଛି ସନ୍ଦେହ
ବେଙ୍ଗଲୁରୁରେ ଅନେକ ବିଧାୟକ
କଂଗ୍ରେସ ବିଧାୟକଙ୍କ କଥାରେ ନାର୍ହି ତାଳମେଳ
କଂଗ୍ରେସରେ ବଢୁଛି ସନ୍ଦେହ
ବେଙ୍ଗଲୁରୁରେ ଅନେକ ବିଧାୟକ
କଂଗ୍ରେସ ବିଧାୟକଙ୍କ କଥାରେ ନାର୍ହି ତାଳମେଳ
ରାଜ୍ୟସଭା ନିର୍ବାଚନକୁ ଆଉ ମାତ୍ର ତିନି ଦିନ ବାକି ଅଛି । ସମୟ ଯେତିକି ଗଡ଼ୁଛି, ବିରୋଧୀ ବିଜେଡି ଓ କଂଗ୍ରେସରେ ସନ୍ଦେହ ସେତିକି ବଢ଼ୁଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ନିଜେ ଏହି ନିର୍ବାଚନର ମଙ୍ଗ ଧରିଛନ୍ତି।
ସେପଟେ କଂଗ୍ରେସ ୮ ବିଧାୟକ ହ୍ବିପ୍ ଭାଙ୍ଗିଥିବା ଅଭିଯୋଗ ଆସିଛି। ୧୩ରୁ ୧୬ ଯାଏଁ ଭୁବନେଶ୍ବର ନ ଛାଡ଼ିବାକୁ ଥିଲା ନିର୍ଦ୍ଦେଶ।-ହ୍ବିପ୍ ଜାରି କରିଥିଲେ କଂଗ୍ରେସ ଦଳ ମୁଖ୍ୟ ସଚେତକ ସିଏସ୍ ରାଜନ ଏକ୍କା। କିନ୍ତୁ ୮ କଂଗ୍ରେସ ବିଧାୟକ ହ୍ବିପ୍ ନ ମାନି ବେଙ୍ଗଲୁରୁ ଯାଇଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ତାରା ପ୍ରସାଦ ବାହିନୀପତି,ସୋଫିଆ ଫିରଦୋସ,ଦାଶରଥୀ ଗମାଙ୍ଗୋ ଓ ରମେଶ ଜେନା ବେଙ୍ଗଲୁର ଯାଇନାହାନ୍ତି।
ତେବେ ଏନେଇ କଂଗ୍ରେସ ନେତାଙ୍କ ଭିତରେ ଦେଖିବାକୁ ମିଳିଛି ଭିନ୍ନ ଭିନ୍ନ ପ୍ରତିକ୍ରିୟା । କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ କହିଛନ୍ତି ଶାସକ ଦଳ ପ୍ରଲୋଭନ ଦେଖାଇ ଭୋଟ ନେବାକୁ ଚେଷ୍ଟା କରୁଛି । ଆମ ବିଧାୟକଙ୍କୁ ଆମେ ଏକଜୁଟ କଲୁ । ଯେଉଁମାନେ ରହୁଛନ୍ତି ସେମାନେ କ୍ରସ ଭୋଟିଙ୍ଗ କରିବେ ନାହିଁ।
ସେହିପରି କଂଗ୍ରେସ ବିଧାୟକଙ୍କ ଗସ୍ତକୁ ନାପସନ୍ଦ କରିଛନ୍ତି କଂଗ୍ରେସ ବିଧାୟକ ସୋଫିଆ ଫିର୍ଦ୍ଦୋଷ । ବାହାରକୁ ଯିବାର କ'ଣ ଆବଶ୍ୟକତା ରହିଛି ବୋଲି ପ୍ରଶ୍ନ କଲେ ସୋଫିଆ ।'ଆମେ ନିର୍ବାଚିତ ଲୋକ ପ୍ରତିନିଧି, କଟକ ଭଳି ଶିକ୍ଷିତ ସହରରୁ ଆସିଛୁ । ମୁଁ ଗଣମାଧ୍ୟମରୁ ଶୁଣିଲି, ମତେ କିଛି କୁହାଯାଇନାହିଁ ବୋଲି ସେ କହିଛନ୍ତି । ଆମେ ବି ନିଜେ ନିଜେ ନିଷ୍ପତ୍ତି ନେଇଛୁ ବୋଲି କହିଲେ ସୋଫିଆ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିଭଳି ଭିନ୍ନ ବୟାନ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ସେ କହିଛନ୍ତି ନିଜ ଇଚ୍ଛାରେ ବୁଲିବାକୁ ଯାଇଛନ୍ତି ଆମ ବିଧାୟକ । ଦୁଇ ଦିନ ପରେ ଆସିବେ, ବହୁତ ଦିନ ହେଲା କୁଆଡେ ଯାଇ ନ ଥିଲେ । ଏଥିରେ କିଛି ରାଜନୈତିକ ଅଭିଶନ୍ଧି ନାହିଁ । ଆମ ବିଧାୟକଙ୍କ ଉପର ବିଶ୍ୱାସ ଅଛି । ଘୋଡା ବେପାରରେ ସାମିଲ ହେବେନି ବୋଲି ସେ ରୋକ୍ ଠୋତକ୍ ଶୁଣାଇଦେଇଛନ୍ତି ।
ରାଜ୍ୟସଭା ରେସ ନେଇ ବଢୁଛି ସସ୍ପେନ୍ସ। କଂଗ୍ରେସ ଓ ବିଜେଡିରେ ପଶିଲାଣି ଛାନିଆ । ଖେଳ ହୋଇଯିବନି ତ ? କଂଗ୍ରେସ ଓ ବିଜେଡି ଶିବିରରେ ଛକାପଞ୍ଝା ସ୍ଥିତି। କଂଗ୍ରେସ ନିଜ ବିଧାୟକମାନଙ୍କୁ ନେଇ ବେଙ୍ଗୁଲୁରୁ ଚାଲିଯାଇଛି। ଆସନ୍ତା ୧୬ ତାରିଖ ଏହି ଟିମ୍ ସିଧା ବିଧାନସଭାରେ ଆସି ପହଞ୍ଚିବା ଯୋଜନା ରହିଛି ।
ଏଥିସହ ପଢ଼ନ୍ତୁ: ରାଜ୍ୟସଭା ପାଇଁ ଏକାଠି ହେଲେ ବିଜେଡ଼ି-କଂଗ୍ରେସ; ଘେରିଲା ବିଜେପି

Related Topics
Explore more stories